Advertisment

ଧନତେରସରେ କଳାକନା ବୁଲାଇଲେ ଲୁଟେରା, ଲୁଟି ନେଲେ 20 କୋଟି ଟଙ୍କାର ଅଳଙ୍କାର

ଏପରି ଏକ ଘଟଣା ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଘଟିଛି।

author-image
Debibandita Barick
Representative Image

Representative Image

ରାତି ପାହିଲେ ପାଳନ ହୋଇଥାନ୍ତି ଧନତେରସ୍। ଏଥିପାଇଁ ଗ୍ରାହକଙ୍କଠୁ ବ୍ୟବସାୟୀ ସମସ୍ତେ ପ୍ରସ୍ତୁତ ଥିଲେ। ହେଲେ ଧନତେରସ୍ ପାଳନ ପୂର୍ବରୁ କଳାକନା ବୁଲାଇ ଦେଲା ଲୁଟେରା। ବନ୍ଧୁକ ମୁନରେ ଲୁଟି ନେଲେ 20 କୋଟି ଟଙ୍କାର ଅଳଙ୍କାର। 

Advertisment

ଏପରି ଏକ ଘଟଣା ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଘଟିଛି। ଧନତେରସ୍ ପାଇଁ ଦୋକାନ ଖୋଲୁ ଖୋଲୁ କଳାକନା ବୁଲାଇ ଦେଇଛନ୍ତି ଲୁଟେରା।

ସୂଚନା ଅନୁସାରେ, ଆଜି ସକାଳେ ସମ୍ପୃକ୍ତ ସୁନା ଦୋକାନ କର୍ମଚାରୀମାନେ ଧନତେରସ୍ ପାଇଁ ବେଶ୍ ଉତ୍ସାହର ସହ ଦୋକାନ ଖୋଲିଥିଲେ। ଏହି ସମୟରେ ହଠାତ୍ କିଛି ଲୁଟେରା ଦୋକାନ ମଧ୍ୟକୁ ପ୍ରବେଶ କରିଥିଲେ। କର୍ମଚାରୀଙ୍କୁ ଅଳଙ୍କାର ଦେବାକୁ ବାଧ୍ୟ କରିଥିଲେ। କିନ୍ତୁ ଦୋକାନ କର୍ମଚାରୀ ନ ମାନିବାରୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ।

Advertisment

ଲୁଟେରାମାନେ ପାଖାପାଖି 20 କୋଟି ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି। ସହରରେ ଏହାକୁ ବଡ ଧରଣର ଲୁଟ୍ ବୋଲି କୁହାଯାଇଛି। ସବୁଠାରୁ ବଡ କଥା ହେଉଛି କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ସମୟରେ ଏପରି ଘଟଣା ଘଟିଛି। ନଭେମ୍ବର 9ରେ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ଉତ୍ତରାଖଣ୍ଡ ଗସ୍ତ କରିଥିଲେ ରାଷ୍ଟ୍ରପତି ମୁର୍ମୁ। 

Diwali Dhanteras Jewellery Loot Loot News Dehradun