Advertisment

ପ୍ରଧାନମନ୍ତ୍ରୀଙ୍କ ୨୧ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୨୨ କୋଟିରୁ ଅଧିକ ଟଙ୍କା

ମୋଦି ୨୦୧୯ ଠାରୁ ଇତି ମଧ୍ୟରେ ୨୧ଥର ବିଦେଶ ଯାତ୍ରା କରିଛନ୍ତି। ଏହି ବିଦେଶ ଗସ୍ତ ସମୟରେ ସରକାରୀ ତହବିଲରୁ ୨୨.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Narendra Modi

Narendra Modi

Advertisment

୨୦୧୯ ଠାରୁ ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଥର ବିଦେଶ ଗସ୍ତ କରିଛନ୍ତି। ଏହା ମଧ୍ୟରେ ଦୁଇ ବର୍ଷ ମହାମାରୀ କରୋନାର ପ୍ରଭାବ ମଧ୍ୟ ଦେଖାଯାଇଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଗସ୍ତ କରି ନଥିଲେ। ତଥାପି ମୋଦି ୨୦୧୯ ଠାରୁ ଇତି ମଧ୍ୟରେ ୨୧ଥର ବିଦେଶ ଯାତ୍ରା କରିଛନ୍ତି। ଏହି ବିଦେଶ ଗସ୍ତ ସମୟରେ ସରକାରୀ ତହବିଲରୁ ୨୨.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Advertisment

ବୈଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ରାଜ୍ୟସଭାରେ ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଏଥିସହ ରାଷ୍ଟ୍ରପତି ୨୦୧୯ ଠାରୁ ୮ଥର ବିଦେଶ ଗସ୍ତ କରିଥିବା ବେଳେ ୬.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସେ କହିଛନ୍ତି।

ସରକାରଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତରେ ୬,୨୪,୩୧,୪୨୪ ଟଙ୍କା, ପ୍ରଧାନମନ୍ତ୍ରୀଙ୍କ ପାଇଁ ୨୨,୭୬,୭୬,୯୩୪ ଟଙ୍କା ଓ ବୈଦେଶିକ ବ୍ୟାପର ମନ୍ତ୍ରୀଙ୍କ ବିଦେଶ ଗସ୍ତରେ ମୋଟ ୨୦,୮୭,୦୧,୪୭୫ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୯ ଠାରୁ ଇତି ମଧ୍ୟରେ ରାଷ୍ଟ୍ରପତି ୮ଥର, ପ୍ରଧାନମନ୍ତ୍ରୀ ୨୧ ଥର ଓ ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍‌ ଜୟଶଙ୍କର ୮୬ ଥର ବିଦେଶ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାପାନ ୩ଥର ଯାଇଥିବା ବେଳେ ଆମେରିକା ଓ ୟୁଏଇ ଦୁଇ ଥର ଲେଖାଏ ଯାଇଛନ୍ତି।

Advertisment

ରାଷ୍ଟ୍ରପତିଙ୍କ ୮ଥର ବିଦେଶ ଗସ୍ତ ମଧ୍ୟରୁ ରାମନାଥ କୋବିନ୍ଦ ୭ଥର ଓ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାତ୍ର ଗୋଟିଏ ଥର ବିଦେଶ ଯାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଗତବର୍ଷ ସେପ୍ଟେମ୍ବର ମାସରେ ବ୍ରିଟେନ ଗସ୍ତ କରିଥିଲେ।

Narendra Modi PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe