Advertisment

ସରକାରୀ କାର୍ଯ୍ୟାଳୟରୁ ବାହାରିଲା ୨.୩୧ କୋଟି ଟଙ୍କା ଓ କେଜିଏ ସୁନା, ଅଧିକାରୀ ତାଜୁବ

ଏପରି ଆଖି ଖୋସିଦେବା ପରି ସମ୍ପତ୍ତି ରାଜସ୍ଥାନର ଏକ ସରକାରୀ କାର୍ଯ୍ୟାଳୟରୁ ବାହାରିଛି। ପୁଲିସ୍‌ ଏହାର ତନାଘନା ଆରମ୍ଭ କରିଥିବା ବେଳେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

author-image
Niharika Rout
Gold & money

Gold & money

ସରକାରୀ କାର୍ଯ୍ୟାଳୟରୁ ବାହାରିଲା ପୁଳା ପୁଳା ଟଙ୍କା ଓ ସୁନା। ଗଣି ଗଣି ହାଲିଆ ହୋଇଗଲେ ପୁଲିସ୍‌ ଓ ଆୟକର ଅଧିକାରୀ। ଟଙ୍କାର ପରିଣାମ ୨.୩୧ କୋଟି ହୋଇଥିବା ବେଳେ ସୁନାର ଓଜନ କେଜିଏ ବୋଲି ଜଣାଯାଇଛି।

Advertisment

ଏପରି ଆଖି ଖୋସିଦେବା ପରି ସମ୍ପତ୍ତି ରାଜସ୍ଥାନର ଏକ ସରକାରୀ କାର୍ଯ୍ୟାଳୟରୁ ବାହାରିଛି। ପୁଲିସ୍‌ ଏହାର ତନାଘନା ଆରମ୍ଭ କରିଥିବା ବେଳେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରାଜସ୍ଥାନର ଜୟପୁରସ୍ଥିତ ଯୋଜନା ଭବନର ବେସ୍‌ମେଣ୍ଟରେ ଥିବା ଆଲମାରିରେ କିଛି ସନ୍ଦିଗ୍ଧ ଜିନିଷ ଥିବା ପୁଲିସ୍‌ ସୂଚନା ପାଇଥିଲା। ଏହାପରେ ଗତ ରାତିରେ ପୁଲିସ୍‌ ଟିମ୍‌ ଚଢ଼ାଉ କରି ଏକ ବ୍ୟାଗ ଜବତ କରିଥିଲା। ସେଥିରେ ପୁଳା ପୁଳା ଟଙ୍କା ଓ ସୁନା ଥିବା ଦେଖିବାକୁ ପାଇ ଏନେଇ ଆୟକର ବିଭାଗକୁ ଖବର ଦେଇଥିଲା ପୁଲିସ୍‌। ଆୟକର ବିଭାଗ ଅଧିକାରୀ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି।

Advertisment

ଏହି ଟଙ୍କା କେଉଁଠୁ ଆସିଲା, କିଏ ରଖିଲା ତାହାର ତଦନ୍ତ କରିବାକୁ ଏକ କମିଟି ଗଠନ କରାଯାଇଥିବା ଜୟପୁର ପୁଲିସ୍‌ କମିଶନର ଆନନ୍ଦ କୁମାର ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି, ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କ ପତ୍ତା ମିଳିପାରିବ ବୋଲି ସେ କହିଛନ୍ତି। ଏଥିସହ ଏହି ଟଙ୍କା ବେସ୍‌ମେଣ୍ଟରେ କିଏ ରଖି ଦେଇ ଗଲା ତାହା ସ୍ପଷ୍ଟ ହେବା ପରେ ପୂରା ଘଟଣା ଉପରୁ ପରଦା ହଟିବ ବୋଲି ଆଲୋଚନା ହେଉଛି। ଏନେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସୂଚନା ଦିଆଯାଇଥିବା ପୁଲିସ୍‌ କମିଶନର କହିଛନ୍ତି।

Raid Rajasthan Gold Biscuits Seized Illegal Money