Advertisment

ଅପରେସନ ସିନ୍ଦୂର: ଭାରତର ସାମରିକ ଶକ୍ତିକୁ ମିଳିବ ୫୦ ହଜାର କୋଟିର ବଳ

ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହ ତିକ୍ତତା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ନିଜର ସାମରିକ ଶକ୍ତିକୁ ଅଧିକ ସଶକ୍ତ କରିବାକୁ ଚାହୁଁଛନ୍ତି।

OP

OP

Advertisment

ଭାରତର ପ୍ରତିରକ୍ଷା ବଜେଟକୁ ମିଳିପାରେ ୫୦ ହଜାର କୋଟିର ବଳ। ଅପରେସନ ସିନ୍ଦୂର ସଫଳ ହୋଇଥିବାରୁ ସରକାର ଦେଶର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରତିରକ୍ଷା ବଜେଟ ପାଇଁ ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯିବ। ସପ୍ଲିମେଣ୍ଟାରୀ ବଜେଟ ମାଧ୍ୟମରେ ସରକାର ଏପରି ବ୍ୟବସ୍ଥା କରିପାରନ୍ତି। ଯଦି ସରକାର ୫୦ ହଜାର କୋଟିର ଅନୁଦାନ ଘୋଷଣା କରନ୍ତି, ତା’ହେଲେ ପ୍ରତିରକ୍ଷା ବଜେଟର ପରିମାଣର ୭ ଲକ୍ଷ କୋଟି ପାର କରିବ।

Advertisment

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ। ଏହି ସମୟରେ ପ୍ରତିରକ୍ଷା ବିଭାଗ ପାଇଁ ରେକର୍ଡ ୬.୮୧ ଲକ୍ଷ କୋଟିର ବ୍ୟୟବରାଦ ହୋଇଥିଲା। ୨୦୨୪-୨୫ ତୁଳନାରେ କେନ୍ଦ୍ର ସରକାର ପ୍ରତିରକ୍ଷା ବଜେଟକୁ ୨୦୨୫-୨୬ରେ ୯% ବୃଦ୍ଧି କରିଥିଲେ। ୨୦୨୪-୨୫ରେ ପ୍ରତିରକ୍ଷା ବିଭାଗ ପାଇଁ ୬.୨୨ ଲକ୍ଷ କୋଟିର ବ୍ୟୟବରାଦ ହୋଇଥିଲା।

ପୂର୍ବରୁ ପ୍ରତିରକ୍ଷା ବଜେଟ ୯% ବଢ଼ିଥିବା ବେଳେ ଏବେ ପୁଣି ଆଉ ୫୦ ହଜାର କୋଟିର ବ୍ୟୟବରାଦ ହେବ। ବଜେଟ ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ସଂସଦର ଶୀତ ଅଧିବେଶନରେ ଉପସ୍ଥାପନ କରାଯିବ। ଅନୁମୋଦନ ଲାଭ କରିବାକୁ ଥିବା ବଜେଟକୁ ରିସର୍ଚ୍ଚ ଓ ଡେଭଲପମେଣ୍ଟ ସମେତ ଅଧିକ ସଂଖ୍ୟାରେ ଯୁଦ୍ଧାସ୍ତ୍ର, ଗୁଳିଗୋଳା ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ କିଣିବା ପାଇଁ ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି।

Advertisment

୨୦୧୪ରୁ ନରେନ୍ଦ୍ର ମୋଦି ସରକାର ସବୁବେଳେ ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଚାଲିଛନ୍ତି। ୨୦୧୪-୨୫ରେ ମୋଦି ସରକାର ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୨.୨୯ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ପ୍ରତିବର୍ଷ ଏହି କ୍ଷେତ୍ର ପାଇଁ ଅନୁଦାନ ବଜେଟରେ ବଢ଼ିବାରେ ଲାଗିଛି। ଏବେ ସରକାର ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁ ମନ୍ତ୍ରଣାଳୟ ତୁଳନାରେ ସବୁଠାରୁ ଅଧିକ ବ୍ୟୟବରାଦ ବ୍ୟବସ୍ଥା କରିଛନ୍ତି। ସେହିପରି ମୋଟ ବଜେଟର ୧୩% ଅନୁଦାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଛି।

ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହ ତିକ୍ତତା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ନିଜର ସାମରିକ ଶକ୍ତିକୁ ଅଧିକ ସଶକ୍ତ କରିବାକୁ ଚାହୁଁଛନ୍ତି। ଅପରେସନ ସିନ୍ଦୂର ସଫଳ ହୋଇଥିବା ବେଳେ ସରକାର ପ୍ରତିରକ୍ଷା କ୍ଷେତ୍ର ପାଇଁ ଅଧିକ ବଜେଟ ବ୍ୟବସ୍ଥା କରିବାକୁ ଯୋଜନା ଆରମ୍ଭ କରିଛନ୍ତି।

ଅପରେସନ ସିନ୍ଦୂର ପରେ ପାକିସ୍ତାନ ସେନା ଭାରତ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା। ମେ’ ୭ ଓ ୮ ତାରିଖ ରାତିରେ ପାକିସ୍ତାନ ଆର୍ମି ୩୦୦ରୁ ୪୦୦ ଡ୍ରୋନ ମାଡ଼ କରି ଭାରତୀୟ ସେନାର ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଥିଲା। ହେଲେ ଏହାକୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଦେଇଥିଲା। ପରବର୍ତ୍ତୀ ଅବସ୍ଥାରେ ଡ୍ରୋନଗୁଡ଼ିକର ଧ୍ୱଂସାବଶେଷ ଠାବ କରି ଫରେନ୍ସିକ ଯାଞ୍ଚ ପାଇ ପଠାଯାଇଥିଲା।

ପ୍ରାଥମିକ ଯାଞ୍ଚରୁ ଅଧିକାଂଶ ଡ୍ରୋନ ତୁର୍କୀ ନିର୍ମିତ ଥିବା ସ୍ପଷ୍ଟ ହୋଇଥିଲା। ତୁର୍କୀ ବ୍ୟତୀତ ପାକିସ୍ତାନ ସେନା ଚାଇନା ନିର୍ମିତ ଡ୍ରୋନ ଓ ମିସାଇଲ ଦ୍ୱାରା ଭାରତକୁ ଟାର୍ଗେଟ କରିଥିଲା।

Pakistan India Defence Minister Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe