/odisha-reporter/media/post_attachments/uploadimage/library/16_9/16_9_0/Money_1715424963.jpg)
Money
ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଲା ଟାଟା ଏସି। ଏହାପରେ ରାସ୍ତା ଉପରେ ବିଛାଡି ହୋଇ ପଡିଲା ବିଡା ବିଡା ଟଙ୍କା। ଆନ୍ଧ୍ରପ୍ରେଦଶରେ ଶନିବାର ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।
ଶନିବାର ନଲ୍ଲାଜର୍ଲା ମଣ୍ଡଳର ଅନନ୍ତପାଲ୍ଲିରେ ଏକ ଟାଟା ଏସି ଭିତରୁ ପୁଳା ପୁଳା ଟଙ୍କା ଜବତ ହୋଇଛି। ପାଖାପାଖି ୭ କୋଟି ଟଙ୍କା ଜବତ ହୋଇଥିବା ପୁଲିସ ସୂଚନା ଦେଇଛି। ଅନେକ କାର୍ଟୁନ ବକ୍ସ ଭିତରେ ଏହି ଟଙ୍କା ଲୁଚାଇ ଚାଲାଣ କରାଯାଉଥିଲା। ଅନନ୍ତପାଲ୍ଲି ନିକଟରେ ଏକ ଟ୍ରକ୍ ସହ ଟାଟା ଏସିର ଧକ୍କା ହେବା ପରେ ଏହାର ଖୁଲାସା ହୋଇଛି।
ଧକ୍କା ହେବା ପରେ ଟାଟା ଏସିଟି ରାସ୍ତା କଡକୁ ଓଲଟି ପଡିଥିଲା। ଏଥିରେ ଥିବା ଟଙ୍କା ବାକ୍ସଗୁଡିକ ରାସ୍ତା ଉପରେ ବିଛାଡି ହୋଇ ପଡିଥିଲା। ଏହାପରେ ଲୋକେ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟଙ୍କା ପେଟିକୁ ଜବତ କରିଛି। ଜବତ ହୋଇଥିବା ପେଟି ଭିତରୁ ନଗଦ ୭ କୋଟି ଟଙ୍କା ବହାରିଛି। ଉକ୍ତ ଟାଟା ଏସିଟି ଟଙ୍କା ନେଇ ବିଜୟଓ୍ୱାଡାରୁ ବିଶାଖାପଟମ୍ ଯାଉଥିଲା। ସେପଟେ ଦୁର୍ଘଟଣାର ଶିକାର ହୋଇଥିବା ଟାଟା ଏସିର ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ପୁଲିସ ଗୋପାଲପୁର ହସ୍ପିଟାଲରେ ଭର୍ତ୍ତି କରିଛି।
ଏହାପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ଆନ୍ଧ୍ର ପ୍ରଦେଶର ଏନ୍ଟିଆର୍ ଜିଲ୍ଲାରୁ ପୁଲିସକୁ ବଡ଼ ସଫଳତା ମିଳିଥିଲା। ଚେକିଂ ବେଳେ ଏଠାରୁ ଏକ ପାଇପ୍ ଲଦା ହୋଇଥିବା ଟ୍ରକ୍ ଭିତରୁ ନଗଦ ୮ କୋଟି ଟଙ୍କା ମିଳିଥିଲା। ଏହି ମାମଲାରେ ପୁଲିସ ଟ୍ରକ୍ ଓ ଟଙ୍କାକୁ ଜବତ କରିଥିଲା। ଏଥିସହ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଗୋରଖପୁର ଚେକ୍ ପୋଷ୍ଟରେ ଚେକିଂ ବେଳେ ଏହି ଟଙ୍କା ଧରାପଡିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
