Advertisment

୮ ବର୍ଷ କରିଥିଲେ କନଷ୍ଟେବଳ ଚାକିରି, ଘରୁ ମିଳିଲା ୮ କୋଟିର ସମ୍ପତ୍ତି

ମାତ୍ର ୮ ବର୍ଷ ପାଇଁ କରିଥିଲେ କନଷ୍ଟେବଳ ଚାକିରି। କିନ୍ତୁ ତା’ ମଧ୍ୟରେ ଠୁଳ କଲେ ଅମାପ ସମ୍ପତ୍ତି । ଜଣେ ପୂର୍ବ କନଷ୍ଟେବଳଙ୍କ ନିକଟରୁ ମିଳିଛି ୭.୯୮ କୋଟି ମୂଲ୍ୟର ସମ୍ପତ୍ତି।

ex-constable

ex-constable

Advertisment

ମାତ୍ର ୮ ବର୍ଷ ପାଇଁ କରିଥିଲେ କନଷ୍ଟେବଳ ଚାକିରି। କିନ୍ତୁ ତା’ ମଧ୍ୟରେ ଠୁଳ କଲେ ଅମାପ ସମ୍ପତ୍ତି । ଜଣେ ପୂର୍ବ କନଷ୍ଟେବଳଙ୍କ ନିକଟରୁ ମିଳିଛି ୭.୯୮ କୋଟି ମୂଲ୍ୟର ସମ୍ପତ୍ତି।  ପୁଲିସ୍‌ ଚଢ଼ାଉ ବେଳେ କନଷ୍ଟେବଳଙ୍କ ଘରୁ ମିଳିଛି ୨.୮୭ କୋଟି ନଗଦ ଟଙ୍କା ୨୩୪ କେଜି ଚାନ୍ଦି। ଏପରି ଏକ ଚକିତ କରିବା ପରି ଘଟଣା ମଧ୍ୟପ୍ରଦେଶରେ ଘଟିଛି। ଅଭିଯୁକ୍ତ କନଷ୍ଟେବଳଜରକ ମଧ୍ୟପ୍ରଦେଶ ପରିବହନ ବିଭାଗର ପୂର୍ବ କନଷ୍ଟେବଳ ସୌରଭ ଶର୍ମା ବୋଲି ଜଣାଯାଇଛି।

Advertisment

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍‌ ପକ୍ଷରୁ ଗତ ୧୮ ଓ ୧୯ ତାରିଖରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ରହୁଥିବା ପୂର୍ବ କନଷ୍ଟେବଳ ସୌରଭ ଶର୍ମାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଜବତ ସମ୍ପତ୍ତି ଦେଖି ଅଧିକାରୀମାନେ ଅବାକ ହୋଇ ଯାଇଥିଲେ।

ଲୋକାୟୁକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ ଜୟଦୀପ ପ୍ରସାଦ କହିଛନ୍ତି, ସୌରଭ ଶର୍ମାଙ୍କ ପିତା ଆରକେ ଶର୍ମା ଜଣେ ସରକାରୀ ଡାକ୍ତର ଥିଲେ। ୨୦୧୫ ମସିହାରେ ତାଙ୍କ ମୃତ୍ୟୁ ଘଟିଥିଲା। ଅନୁକମ୍ପାମୂଳକ ସହାୟତା ଆଧାରରେ ତାଙ୍କ ପୁଅଙ୍କୁ ୨୦୧୫ ମସିହାରେ ପରିବହନ ବିଭାଗରେ କନଷ୍ଟେବଳ ରୂପେ ନିଯୁକ୍ତି ମିଳିଥିଲା। ମାତ୍ର ୨୦୨୩ ମସିହାରେ ସୌରଭ ସ୍ୱେଚ୍ଛାକୃତ ଅବସର ନେଇଥିଲେ।

Advertisment

ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବା ପରେ ପୁଲିସ୍‌ ତାଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଯାହା ପାଇଲେ ପୁଲିସ୍‌ ଅଧିକରୀ ଚକିତ ହୋଇଗଲେ ।

ପୂର୍ବ କନଷ୍ଟେବଳଜଣକ ନିଜ ପତ୍ନୀ, ମା’, ଶାଳୀ ଓ ସମ୍ପର୍କୀୟଙ୍କ ନାମରେ ପୁଳା ପୁଳା ସମ୍ପତ୍ତି ଠୁଳ କରିଥିଲେ। ତାଙ୍କ ବାସଭବନରେ ଚଢ଼ାଉ ବେଳେ ୧.୧୫ କୋଟିର ବିଦେଶୀ ମୁଦ୍ରା, ନଗଦ ୫୦ ଲକ୍ଷ ଟଙ୍କାର ଅଳଙ୍କାର, ୨.୨୧ କୋଟି ଟଙ୍କାର ଯାନବାହନ ସମେତ ଅନ୍ୟ ସମ୍ପତ୍ତି ବି ଜବତ କରିଛି।

ତାଙ୍କ କାର୍ଯ୍ୟାଳୟରେ ହୋଇଥିବା ଚଢ଼ାଉରେ ୧.୭୨ କୋଟି ଟଙ୍କା ନଗଦ, ୨.୧୦ କୋଟି ଟଙ୍କା ମୂଲ୍ୟର ୨୩୪ କେଜି ଚାନ୍ଦି,୩ କୋଟିର ଅନ୍ୟ ସମ୍ପତ୍ତି ଜବତ ହୋଇଛି। ଏଯାବତ ସମୁଦାୟ କନଷ୍ଟେବଳଙ୍କ ନିକଟରୁ ୭.୯୮ କୋଟି ମୁଲ୍ୟର ସମ୍ପତ୍ତି ଜବତ ହେଲାଣି। ଏଥିସହ ତାଙ୍କ ବ୍ୟାଙ୍କ ପାସବୁକ୍‌ ତଥା ଅନ୍ୟ ଜମି କାଗଜପତ୍ରର ଯାଞ୍ଚ କରାଯାଉଛି।

ଏହି ମାମଲାରେ ପଚରାଉଚରା ପାଇଁ ପୁଲିସ୍‌ ସୌରଭ ଶର୍ମା, ତାଙ୍କ ପତ୍ନୀ, ମା’, ସହଯୋଗୀ ଗୌଡ଼ ଓ ଜାୟସ୍ୱାଲଙ୍କୁ ସମନ ଜାରି କରିଛି। ଆୟକର ବିଭାଗ ଗୌଡ଼ଙ୍କ ନିକଟରୁ ନଗଦ ଟଙ୍କା ଓ ସୁନା ବି ଜବତ କରିଛି । ଗତ ୧୯ ତାରିଖରେ ଆୟକର ବିଭାଗ ପକ୍ଷରୁ ଭୋପାଳ ବାହାରେ ହୋଇଥିବା ଚଢ଼ାଉରେ ଗୌଡ଼ଙ୍କ କାର୍‌ରୁ ୧୦ କୋଟିରୁ ଅଧିକ ନଗଦ ଟଙ୍କା ୫୦ କେଜିରୁ ଅଧିକ ସୁନା ଜବତ ହୋଇଛି।

ED Raid Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe