Advertisment

ଆରଏସଏସ ମୁଖ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ : କିଛି ଲୋକଙ୍କୁ ଲାଗୁଛି ମନ୍ଦିର-ମସଜିଦ ବିବାଦ ଉଠାଇ ହିନ୍ଦୁଙ୍କ ନେତା ହୋଇଯିବେ

ନିକଟରେ ଏକାଧିକ ସ୍ଥାନରେ ମସଜିଦ ତଳେ ମନ୍ଦିର ଥିବା ଦାବି କରି ମାମଲା କୋର୍ଟରେ ସର୍ଭେ ପାଇଁ ପହଞ୍ଚୁଛି। ଏହାକୁ ନେଇ ବିବାଦ ଜାରି ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
RSS

RSS

ଭାରତର ବିଭିନ୍ନ ସ୍ଥାନରେ ରାମ ମନ୍ଦିର ଭଳି ବିବାଦ ସୃଷ୍ଟି କରି ହିନ୍ଦୁ ନେତା ବନିକୁ ଚେଷ୍ଟା କରୁଥିବା ଲୋକଙ୍କୁ ଧୂଲେଇ କରିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ଏବେ ବିଭିନ୍ନ ଅଞ୍ଚଳର ମସଜିଦ ତଳେ ମନ୍ଦିର ଥିବା ଦାବି କରି କିଛି ତଥାକଥିତ ହିନ୍ଦୁ ନେତା ସର୍ଭେ ପାଇଁ ଦାବି କରିବାରେ ଲାଗିଛନ୍ତି।

Advertisment

ଏହାକୁ ନେଇ ବିବାଦ ଜାରି ରହିଛି। କିନ୍ତୁ ଶ୍ରୀ ଭାଗବତ ଏପରି ଅଯଥା ବିବାଦକୁ ନାସପନ୍ଦ କରିଛନ୍ତି। ଏଥିସହ ଭାରତ ସବୁବେଳେ ସଦଭାବନା ଓ ସମାବେଶୀର ଉଦାହରଣ ସୃଷ୍ଟି କରିବା ଦରକାର ବୋଲି ସେ କହିଛନ୍ତି।

ଭାରତରେ ଥିବା ଭାଇଚାରା ସମାଜର ଦୃଷ୍ଟି ଆକର୍ଷଣ କରି ଆରଏସଏସ ମୁଖ୍ୟ କହିଛନ୍ତି ଯେ “ଖ୍ରୀଷ୍ଟମାସକୁ ସ୍ୱାମୀ ରାମକୃଷ୍ଣ ମିଶନ ପକ୍ଷରୁ ପାଳନ କରାଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଆମେ ଏସବୁ କରିପାରିବା, କାରଣ ଆମେ ହିନ୍ଦୁ। ଆମେ ଦୀର୍ଘ ସମୟ ହେଲା ସଦଭାବନାରେ ରହି ଆସୁଛୁ। ଯଦି ଆମେ ପୂରା ବିଶ୍ୱକୁ ଏହି ସଦଭାବନାର ବାର୍ତ୍ତା ଦେବାକୁ ଚାହୁଁଛେ, ତା’ହେଲେ ଆମକୁ ଗୋଟିଏ ମଡେଲ ତିଆରି କରିବାକୁ ପଡ଼ିବ।

Advertisment

ରାମ ମନ୍ଦିର ନିର୍ମାଣ ହେବା ପରେ କିଛି ଲୋକ ଭାବୁଛନ୍ତି ଯେ ସେମାନେ ନୂଆ ସ୍ଥାନରେ ସମାନ ପ୍ରସଙ୍ଗ ଉଠାଇ ହିନ୍ଦୁମାନଙ୍କ ନେତା ବନିଯିବେ। କିନ୍ତୁ ଏହା ଆଦୌ ଗ୍ରହଣୀୟ ନୁହେଁ। ସମସ୍ତଙ୍କ ବିଶ୍ୱାସ ଜିଡ଼ିତ ଥିବାରୁ ରାମ ମନ୍ଦିର ନିର୍ମାଣ କରାଯାଇଛି। ଏହା ପଛରେ ଆଉ କୌଣସି ଉଦ୍ଦେଶ୍ୟ ନାହିଁ।”

କୌଣସି ସ୍ଥଳର ନାଁ ନ ନେଇ ମୋହନ ଭାଗବତ କହିଛନ୍ତି, “ପ୍ରତିଦିନ ଗୋଟିଏ ନୂଆ ବିବାଦ ସୃଷ୍ଟି କରାଯାଉଛି। ଏହାକୁ କେମିତି ଅନୁମିତି ଦିଆଯିବ? ଏହା ଚାଲି ପାରିବ ନାହିଁ। ଆମେ ଏକାଠି ରହିଛୁ ବୋଲି ଭାରତକୁ ଦେଖାଇବାକୁ ପଡ଼ିବ।”

ପୁଣେରେ ଆୟୋଜିତ ବିଶ୍ୱଗୁରୁ ଭାରତ ଥିମକୁ ନେଇ କାର୍ଯ୍ୟକ୍ରରେ ସେ କହିଛନ୍ତି ଯେ ପୂର୍ବ ଭୁଲରୁ ଭାରତୀୟଙ୍କୁ ଶିଖିବାକୁ ପଡ଼ିବ। ଏଥିସହ ପୂରା ବିଶ୍ୱରେ ନିଜ ଦେଶର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ କାମ କରିବାକୁ ହେବ।

ନିକଟରେ ଏକାଧିକ ସ୍ଥାନରେ ମସଜିଦ ତଳେ ମନ୍ଦିର ଥିବା ଦାବି କରି ମାମଲା କୋର୍ଟରେ ସର୍ଭେ ପାଇଁ ପହଞ୍ଚୁଛି। ଏହାକୁ ନେଇ ବିବାଦ ଜାରି ରହିଛି। ମୋହନ ଭାଗବତ ସିଧାସଳଖ ଏହା ଉପରେ ମତ ରଖିନାହାନ୍ତି। କିନ୍ତୁ ପରୋକ୍ଷରେ ତଥାକଥିତ ହିନ୍ଦୁ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି।

ମୋହନ ଭାଗବତ ଆହୁରି କହିଛନ୍ତି, “ବାହ୍ୟ ଶକ୍ତି ନିଜ ସହ ଆଣିଥିବା ଶାସନକୁ ପୁଣି ଏଠାରେ ଲାଗୁ କରିବାକୁ ଚାହୁଁଛନ୍ତି। କିନ୍ତୁ ଏବେ ଦେଶ ସମ୍ବିଧାନ ଅନୁସାରେ ଚାଲିଛି। ଏହି ବ୍ୟବସ୍ଥାରେ ଲୋକମାନେ ନିଜର ପ୍ରତିନିଧିଙ୍କୁ ବାଛୁଛନ୍ତି ଓ ସେମାନେ ସରକାର ଚଳାଉଛନ୍ତି। ଆଧିପତ୍ୟର ଦିନ ଶେଷ ହୋଇଗଲାଣି।”

ଦୁଇ ମୋଗଲ ସମ୍ରାଟଙ୍କ ଉଦାହରଣ ଦେଇ ଆରଏସଏସ ମୁଖ୍ୟ କହିଛନ୍ତି ଯେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଶାସନ କଠୋରତା ଉପରେ ଚାଲିଥିଲା। କିନ୍ତୁ ତାଙ୍କ ବଂଶଜ ବାହାଦୂର ଶାହ ଜାଫର ୧୮୫୭ ମସିହାରେ ଗୋ ହତ୍ୟା ନିଷେଧ କରିଥିଲେ।

ଅଯୋଧ୍ୟାରେ ଥିବା ରାମ ମନ୍ଦିର ହିନ୍ଦୁମାନଙ୍କୁ ଦିଆଯିବାର ନିଷ୍ପତ୍ତି ହୋଇଥିଲା। କିନ୍ତୁ ବ୍ରିଟିଶରମାନେ ଏହା ଜାଣିବା ପରେ ଦୁଇ ସଂପ୍ରଦାୟ ମଧ୍ୟରେ କଳି ଲଗାଇବା ଆରମ୍ଭ କରି ଦେଇଥିଲେ। ସେବେଠାରୁ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ସାମ୍ନାକୁ ଆସିଥିଲା। ଏହି କାରଣରୁ ପାକିସ୍ତାନ ମଧ୍ୟ ଗଠନ ହୋଇଥିଲା।

ଯଦି ସମସ୍ତେ ନିଜକୁ ଭାରତୀୟ ବୋଲି ଭାବୁଛନ୍ତି, ତା’ହେଲେ ଭାଷାର ଦବଦବାକୁ କାହିଁକି ଲାଗୁ କରାଯାଉଛି? କିଏ ସଂଖ୍ୟାଲଘୁ ଓ କିଏ ସଂଖ୍ୟା ଗରିଷ୍ଠ? ଏଠାରେ ସମସ୍ତେ ସମାନ। ଏ ଦେଶର ପରମ୍ପରା ହେଲା ସମସ୍ତେ ନିଜ ନିଜର ଧାର୍ମିକ ଭାବନାକୁ ଅନୁସରଣ କରିପାରିବେ। କେବଳ ଗୋଟିଏ ଆବଶ୍ୟକତା ହେଲା- ସମସ୍ତେ ସଦଭାବନାର ସହ ରହିବେ, ଦେଖାଇବେ ଓ ଦେଶର ଆଇନକୁ ମାନିବେ।  

Mohan Bhagawat RSS Chief