Advertisment

ମଣିପୁରରେ ତିନି ଦିନ ଥିଲେ ଅମିତ ଶାହ: ମୋହନ ଭାଗବତ

"କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁରରେ ତିନି ଦିନ ରହିଥିଲେ। ସ୍ଥିତି ଅନୁଧ୍ୟାନ ପରେ ଜଣାଗଲା, ମଣିପୁର ହିଂସା ଏମିତି ହୋଇନଥିଲା, କରାଯାଇଥିଲା। "

ଅଦ୍ୟତନ ହୋଇଛି
Mohan bhagabat

Mohan bhagabat

Advertisment

ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ବ୍ୟାପିଥିବା ହିଂସା ଏଯାଏଁ ଶାନ୍ତ ପଡିନାହିଁ। ସୀମାନ୍ତ ଅଞ୍ଚଳରେ ଅତିରିକ୍ତ କମାଣ୍ଡୋ ନିୟୋଜିତ ଥିବା ସହ ଏବେ ବି ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଏହାରି ମଧ୍ୟରେ ହିଂସାକୁ ନେଇ ଟିପ୍ପଣୀ ରଖିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ। ମଣିପୁର ଭଳି ଶାନ୍ତିପୂର୍ଣ୍ଣ ରାଜ୍ୟରେ କିଏଁ ହିଂସାର ନିଆଁକୁ ବିସ୍ତାର କରିଛି ବୋଲି ପ୍ରଶ୍ନ କରିଛନ୍ତି। 

Advertisment

ନାଗପୁରରେ ଦଶହରା ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, “ମଣିପୁର ଶାନ୍ତିପୂର୍ଣ୍ଣ ଥିଲା, ହଠାତ୍ ପାରସ୍ପରିକ ମତଭେଦ କିପରି ସୃଷ୍ଟି ହେଲା? ମଣିପୁର ହିଂସା ପଛରେ ସୀମା ଆତଙ୍କବାଦୀମାନେ ଥିଲେ କି? ମୈତେଇ ଏବଂ କୁକି ସମ୍ପ୍ରଦାୟକୁ ପରସ୍ପର ବିରୁଦ୍ଧରେ କିଏ ଛିଡା କରାଇଛି? ଏହା ଏକ ସୀମାବର୍ତ୍ତୀ ଅଞ୍ଚଳ, ଯଦି ସେଠାରେ ଲଢେଇ ହୁଏ, ତେବେ ଏଥିରୁ କିଏ ଉପକୃତ ହୁଏ? ମଣିପୁରରେ ବାହ୍ୟ ଶକ୍ତି ଅଛି କି?

ଆରଏସଏସ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁରରେ ତିନି ଦିନ ରହିଥିଲେ। ସ୍ଥିତି ଅନୁଧ୍ୟାନ ପରେ ଜଣାଗଲା, ମଣିପୁର ହିଂସା ଏମିତି ହୋଇନଥିଲା, କରାଯାଇଥିଲା। ଯେତେବେଳେ ସେଠାରେ ଶାନ୍ତି ଫେରୁଥିଲା ପୁଣି କିଛି ଘଟଣା ସାମ୍ନାକୁ ଆସୁଥିଲା। ଏପରି କାର୍ଯ୍ୟ କରୁଥିବା ଲୋକଙ୍କ ପଛରେ କିଏ ଅଛନ୍ତି? କିଏ ହିଂସା ସୃଷ୍ଟି କରୁଛି ବୋଲି ଭାଗବତ ପ୍ରଶ୍ନ କରିଛନ୍ତି।

Advertisment

ଏହି ଅବସରରେ ଆରଏସଏସ କର୍ମୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଭାଗବତ। ଯେଉଁମାନେ ମଣିପୁରରେ ରହି କାର୍ଯ୍ୟ କରୁଛନ୍ତି ଆମେ ସେମାନଙ୍କ ପାଇଁ ଗର୍ବିତ ବୋଲି ଭାଗବତ କହିଛନ୍ତି। ମଣିପୁରରେ ବିଶ୍ୱାସ ଭାଙ୍ଗିଯାଇଛି, ପୁଣି ଥରେ ଲୋକଙ୍କ ମନରେ ବିଶ୍ୱାସ ଫେରାଇ ଆଣିବାକୁ ହେଲେ ଆମକୁ ଦୀର୍ଘ ସମୟ ଧରି କାମ କରିବାକୁ ପଡିବ ବୋଲି ସେ କହିଛନ୍ତି। 

Mohan Bhagbat Manipur News Manipur Incident Amit Shah Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe