Advertisment

Mohan Bhagwat: ଆରଏସଏସ ମୁଖ୍ୟଙ୍କ ବଡ଼ ଦାବି : ହିନ୍ଦୁଙ୍କ ବିନା ଦୁନିଆର ଅସ୍ଥିତ୍ୱ ରହିବନି

ମୋହନ ଭାଗବତ କହିଛନ୍ତି, “ବିଶ୍ୱର ପ୍ରତିଟି ଦେଶ ସବୁ ପ୍ରକାରର ପରିସ୍ଥିତିକୁ ସାମ୍ନା କରିଛନ୍ତି। ୟୁନାନ(ଗ୍ରୀସ), ମିସର(ଇଜିପ୍ଟ) ଓ ରୋମ ଭଳି ସଭ୍ୟତା ପୃଥିବୀରୁ ନିଚ୍ଛିନ୍ନ ହୋଇଯାଇଛନ୍ତି। ଆମ ସଭ୍ୟତାରେ କିଛି ତ ଅଛି ଯାହା ଫଳରେ ଆମେ ଆଜି ଏଠି ରହିଛୁ।”

RSS

ଆରଏସଏସ ମୁଖ୍ୟ ମୋହନ ଭାଗବତ

Advertisment

ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ବା ଆରଏସଏସ ମୁଖ୍ୟ ମୋହନ ଭାଗବତ(Mohan Bhagawat) ବଡ଼ ବୟାନ ଦେଇଛନ୍ତି। ହିନ୍ଦୁ ସମାଜ ଦୁନିଆକୁ ତିଆରି କରିବାରେ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଥାଏ ବୋଲି ସେ ଗୁରୁତ୍ୱ ଦେଇଛନ୍ତି। ତାଙ୍କ କହିବା କଥା ଯେ ହନ୍ଦୁଙ୍କ ବିନା ଦୁନିଆର ଅସ୍ଥିତ୍ୱ ହିଁ ଶେଷ ହୋଇଯିବ। ମଣିପୁର(Manipur) ଗସ୍ତରେ ଥିବା ଶ୍ରୀ ଭାଗବତ ଗୋଟିଏ ଜନସଭାକୁ ସମ୍ବୋଧନ କରିବା ବେଳେ ବେଶ ଗୁରୁତ୍ୱ ଦେଇ କହିଛନ୍ତି ଯେ ହିନ୍ଦୁ ସମାଜ ଅମର। ୟୁନାନ(ଗ୍ରୀସ), ମିସର(ଇଜିପ୍ଟ) ଓ ରୋମ ଭଳି ସମ୍ରାଜ୍ୟକୁ ଭାରତ ପଛରେ ପକାଇ ଦେଇଛି ବୋଲି ସେ ମତ ରଖିଛନ୍ତି। 

Advertisment

ମୋହନ ଭାଗବତ କହିଛନ୍ତି, “ବିଶ୍ୱର ପ୍ରତିଟି ଦେଶ ସବୁ ପ୍ରକାରର ପରିସ୍ଥିତିକୁ ସାମ୍ନା କରିଛନ୍ତି। ୟୁନାନ(ଗ୍ରୀସ), ମିସର(ଇଜିପ୍ଟ) ଓ ରୋମ ଭଳି ସଭ୍ୟତା ପୃଥିବୀରୁ ନିଚ୍ଛିନ୍ନ ହୋଇଯାଇଛନ୍ତି। ଆମ ସଭ୍ୟତାରେ କିଛି ତ ଅଛି ଯାହା ଫଳରେ ଆମେ ଆଜି ଏଠି ରହିଛୁ।” 

ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ପରେ ପ୍ରଥମଥର ସେଠାକୁ ଯାଇଥିବା ଆରଏସଏସ୍(RSS) ମୁଖ୍ୟ ଭାଗବନ ହିନ୍ଦୁ ସମାଜକୁ ଧର୍ମର ବୈଶ୍ୱିକ ସଂରକ୍ଷକ ଭାବେ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, “ଅମର ସଭ୍ୟତାର ନାଁ ହେଉଛି ଭାରତ। ଆମ ସମାଜରେ ଆମେ ଗୋଟିଏ ନେଟୱର୍କ ତିଆରି କରିଛୁ। ଖାସ ଏହି କାରଣ ପାଇଁ ହିନ୍ଦୁ ସଂପ୍ରଦାୟ ସବୁବେଳେ ଏଠାରେ ରହିବେ। ଯଦି ହିନ୍ଦୁ ଲୋପ ପାଇଯିବେ, ତା’ହେଲେ ବିଶ୍ୱ ମଧ୍ୟ ଶେଷ ହୋଇଯିବ।” ପୂର୍ବରୁ ଭାଗବତ କହିଥିଲେ ଯେ ଭାରତରେ କେହି ବି ଅଣ ହିନ୍ଦୁ ନୁହନ୍ତି। ମୁସଲମାନ ଓ ଖ୍ରୀଷ୍ଟିୟାନ ହେଉଛନ୍ତି ଗୋଟିଏ ପୂର୍ବପୁରୁଷଙ୍କ ବଂଶଜ। 

Advertisment

ଆର୍ଥିକ ଆତ୍ମନିର୍ଭର ଉପରେ ଭାଗବତଙ୍କ ଗୁରୁତ୍ୱ 

ଦେଶକୁ ମଜବୁତ କରିବା ପାଇଁ ଏହାର ଆର୍ଥିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଆତ୍ମନର୍ଭର ହେବା ଜରୁରୀ ବୋଲି ମଧ୍ୟ ଆରଏସଏସ ମୁଖ୍ୟ(RSS Chief) ମୋହନ ଭାଗବତ ନିଜର ଅଭିଭାଷଣରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ଭାଗବତ ଏହା ମଧ୍ୟ କହିଛନ୍ତି ଯେ ରାଷ୍ଟ୍ର ନିର୍ମାଣ ପାଇଁ ସୈନ୍ୟ କ୍ଷମତା ଓ ଜ୍ଞାନ କ୍ଷମତା ସମାନ ରୂପରେ ମହତ୍ତ୍ୱପୂର୍ଣ୍ଣ। 

ସେ କହିଛନ୍ତି, “ଗୋଟିଏ ରାଷ୍ଟ୍ରଗଠନ ପାଇଁ ପ୍ରଥମ ଆବଶ୍ୟକତା ହେଲା ଶକ୍ତି। ଶକ୍ତିର ଅର୍ଥ ଆର୍ଥିକ କ୍ଷମତା। ଶ୍ରେଷ୍ଠତା ଶବ୍ଦ ବେଳେବେଳେ ଭୁଲ ଅର୍ଥ ମଧ୍ୟ ବାହାର କରିଥାଏ। କିନ୍ତୁ ଆମର ଅର୍ଥ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଆତ୍ମନିର୍ଭର ହେବା ଜରୁରୀ। ଆମକୁ କାହା ଉପରେ ନିର୍ଭର କରିବା କଥା ନୁହେଁ।” 

ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆକାଶ ଛୁଆଁ ଟାରିଫ ଲଗାଉଥିବାରୁ ଭାରତ ସରକାର ସ୍ୱଦେଶୀ ନାରା ଦେବା ଆରମ୍ଭ କରିଛନ୍ତି। ସରକାର ସ୍ୱଦେଶୀ କଥା କହୁଥିବା ବେଳେ ଭାଗବତଙ୍କ ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥା ବୟାନ ସାମ୍ନାକୁ ଆସିଛି।

ଭାଗବତଙ୍କ କହିବା କଥା ଯେ ଏହି ପଥ ଆଦୌ କଷ୍ଟସାଧ୍ୟ ନୁହେଁ। ଏହାର ଉଦାହରଣ ମଧ୍ୟ ସେ ଦେଇଇଛନ୍ତି। ନକ୍ସଲବାଦ ହ୍ରାସ ପାଇବା କଥାକୁ ଉପସ୍ଥାନ କରି ଭାଗବତ କହିଛନ୍ତି ଯେ ଏହା ଏବେ ଶେଷ ହୋଇଛି। କାରଣ ସମାଜ ଏହାକୁ ଆଉ ଗ୍ରହଣ କରିବା ମୁଡରେ ନୁହେଁ। 

ସେ କହିଛନ୍ତି, “ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ। କିନ୍ତୁ ଭାରତରେ ସୂର୍ଯ୍ୟ ଅସ୍ତ ହେବା ଆରମ୍ଭ ହୋଇସାରିଛି। ଆମେ ୯୦ ବର୍ଷ ହେଲା ଉଦ୍ୟମ କରୁଥିଲୁ। ସ୍ୱର କେବ ଚାପି ଦେବାକୁ ଆମେ କେବେ ବି ଅନୁମତି ଦେଇ ନଥିଲୁ। ବେଳେବେଳେ ଏହା ଦୁର୍ବଳ ହୋଇଯାଏ, ବେଳେବେଳେ ଏହା ସଶକ୍ତ ହୁଏ। ହେଲେ ଏହାକୁ ଶେଷ କରିବାକୁ କେବେ ହେଲେ ଅନୁମତି ଦିଆ ଯାଇ ନଥିଲା।” 

Mohan Bhagawat Rss Manipur RSS Chief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe