Advertisment

ବଢ଼ିଲା ଚିନ୍ତା: ଏଣିକି ମୋଦିଙ୍କୁ ଭେଟିବା ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ

ଦେଶରେ କରୋନା ସଂକ୍ରମଣ ୭ ହଜାର ଟପିବାରୁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର।

PM Modi

PM Modi

Advertisment

ମହାମାରୀ କରୋନା ପୁଣିଥରେ ଚିନ୍ତା ବଢ଼ାଇବାରେ ଲାଗିଛି। ଯଦିଓ ସଂକ୍ରମଣ ନିୟନ୍ତ୍ରଣ ବାହାରୁ ଯାଇ ନାହିଁ, ତଥାପି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ଦେଶରେ କରୋନା ସଂକ୍ରମଣ ୭ ହଜାର ଟପିବାରୁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଏଣିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଯାଉଥିବା ମନ୍ତ୍ରୀ ଓ ଅନ୍ୟ ସମସ୍ତଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ ହୋଇଛି। ଆରଟିପିସିଆର ଟେଷ୍ଟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଅନୁମତି ମିଳିବ ବୋଲି ଗୋଟିଏ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

Advertisment

ସୂତ୍ର ଅନୁସାରେ, ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ସମସ୍ତ ୭ ସାଂସଦ ଓ ବିଧାୟକଙ୍କୁ ମିଶାଇ ୭୦ ଜଣ ବିଜେପି ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏବେ ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ଏହାପରେ ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ସୁଯୋଗ ପାଇବେ।

ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ନେତାଙ୍କ ସହ ମୋଦି ବୈଠକ କରିବେ। ଏଥିପାଇଁ ସେମାନଙ୍କୁ ମୋଦି ଆଜି ସନ୍ଧ୍ୟା ୭.୩୦ରେ ରାତ୍ର ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। କିନ୍ତୁ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତଙ୍କୁ ଆରଟିପିସିଆର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଆଉ ୩୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନା ୬ ଜଣଙ୍କ ଜୀବନ ନେଇଛି। କେରଳରେ ସର୍ବାଧିକ ୩ ଜଣ, କର୍ଣ୍ଣାଟକାରେ ୨ ଜଣ ଓ ମହାରାଷ୍ଟ୍ରରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କେରଳରେ ଗୋଟିଏ ଦିନରେ ୧୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୧୧୪ ଜଣ ଓ କର୍ଣ୍ଣାଟକାରେ ୧୦୦ ଜଣ କରୋନା ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦିଲ୍ଲୀରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୭୫୭ରେ ପହଞ୍ଚି ଯାଇଛି।

New Coronavirus Strain PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe