Advertisment

ବୃଦ୍ଧ ଆରଟିଆଇ କର୍ମୀଙ୍କୁ ହତ୍ୟା କଲେ ସୁପାରୀ କିଲର୍‌; ୮ ଲକ୍ଷରେ ଡିଲ୍‌ ଫାଇନାଲ୍‌

ସରକାରୀ ଜାଗା ଜବରଦଖଲକୁ ବିରୋଧ କରିବା ୭୦ ବର୍ଷୀୟ ଅରଟିଆଇ କର୍ମୀଙ୍କୁ ମହଙ୍ଗା ପଡ଼ିଲା। ଏଥିପାଇଁ ତାଙ୍କୁ ସୁପାରୀ କିଲରଙ୍କ ଦ୍ୱାରା ଅତି ନିର୍ମମ ଭାବେ ହତ୍ୟା କରି ଫୋପାଡ଼ି ଦିଆଗଲା।

author-image
Niharika Rout
Dead Body

Dead Body

ସରକାରୀ ଜାଗା ଜବରଦଖଲକୁ ବିରୋଧ କରିବା ୭୦ ବର୍ଷୀୟ ଅରଟିଆଇ କର୍ମୀଙ୍କୁ ମହଙ୍ଗା ପଡ଼ିଲା। ଏଥିପାଇଁ ତାଙ୍କୁ ସୁପାରୀ କିଲରଙ୍କ ଦ୍ୱାରା ଅତି ନିର୍ମମ ଭାବେ ହତ୍ୟା କରି ଫୋପାଡ଼ି ଦିଆଗଲା। ହତ୍ୟାର ପ୍ରାୟ ୩ ଦିନ ପରେ ମୃତଦେହ ଉଦ୍ଧାର ହେବା ପରେ ଘଟଣା ସାମାନାକୁ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଣେ ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ୱାମୀ ବୋଲି ଜଣାଯାଇଛି। ଏପରି ଏକ ସାଂଘାତିକ ଘଟଣା ତେଲେଙ୍ଗାନାର ଜନଗାଁ ଜିଲ୍ଲାରେ ଘଟିଛି।

Advertisment

ମୃତକ ହେଲେ ୭୦ ବର୍ଷୀୟ ନାଲା ରାମକୃଷ୍ଣନୈ । ସେ ପୂର୍ବରୁ ଜଣେ ମଣ୍ଡଳ ପରିଷଦ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ତାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ଜି. ଅନଜାୟୈଙ୍କୁ ଗିରଫ କରିଥିବା ବେଳେ ସେ ଶାସକ ଦଳ BRSର ସଦସ୍ୟ ଥିବା ଜଣାଯାଇଛି। ଜି. ଅନଜାୟୈଙ୍କ ପତ୍ନୀ ଜଣେ ଜିଲ୍ଲା ପରିଷଦ ସଦସ୍ୟା ଅଛନ୍ତି।

ପୋଚନାପେଟ ଗାଁର ଏକ ସରକାରୀ ଜମିକୁ ଜି. ଅନଜାୟୈ ଜବରଦସ୍ତି ମାଡ଼ି ବସିଥିବା ବେଳେ ଏହାକୁ ନାଲା ରାମକୃଷ୍ଣନୈ ବିରୋଧ କରୁଥିଲେ। ଏପରିକି ଏହା ଉପରେ ରୋକ ଲଗାଇବାକୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା।

Advertisment

ଫଳରେ ନାଲା ରାମକୃଷ୍ଣନୈଙ୍କୁ ରାସ୍ତାରୁ ହଟାଇବାକୁ ଜି. ଅନଜାୟୈ ସୁପାରୀ କିଲର୍‌ ତିରୁପତିଙ୍କୁ ଯୋଗାଯୋଗ କରିଥିଲେ। ଏଥିନିମନ୍ତେ ୮ ଲକ୍ଷରେ ଡିଲ୍‌ ଫାଇନାଲ୍‌ ହୋଇଥିବା ବେଳେ ୫୦ ହଜାର ଅଗ୍ରୀମ ଦିଆଯାଇଥିଲା।

ଗତ ୧୫ ତାରିଖରେ ସୁପାରୀ କିଲର୍‌ମାନେ ନାଲା ରାମକୃଷ୍ଣନୈଙ୍କୁ ଅପହରଣ କରି ନେଇଥିଲେ। ସେମାନେ ତଣ୍ଟି ଚିପି ରାମକୃଷ୍ଣନୈଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଏକ ପାଣି ଭର୍ତ୍ତି କ୍ୱାରୀରେ ଫୋପାଡ଼ି ଦେଇଥିଲେ।

ରାମକୃଷ୍ଣନୈ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲା। ପୁଲିସ୍‌ ଏକ ନିଖୋଜ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା। ଏହାପରେ ଉକ୍ତ କ୍ୱାରୀରୁ ଗତ ରବିବାର ରାମକୃଷ୍ଣନୈଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ୍‌ ଜି. ଅନଜାୟୈ ଓ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରିଛି।

Murder RTI Telengana