/odisha-reporter/media/post_attachments/uploadimage/library/16_9/16_9_0/Police_1685192756.jpg)
Police
ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ନେତା କିରିତ ସୋମାୟାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବା ଜଣେ ଆରଟିଆଇ କର୍ମୀଙ୍କୁ ମହଙ୍ଗା ପଡ଼ିଛି।
Advertisment
ଏଥିପାଇଁ ମୁମ୍ବାଇ ପୁଲିସ୍ ବିବାଦୀୟ ପୋଷ୍ଟ କରିଥିବା ସୂଚନାଧିକାର କର୍ମୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଆରଟିଆଇ କର୍ମୀ ଜଣଙ୍କ ହେଲେ ଗୁଲାମ କାଜି।
ସେ ବିବାଦୀୟ ପୋଷ୍ଟ କରିଥିବାରୁ ତାଙ୍କ ନାଁରେ ଆଇପିସିର ଧାରା ୫୦୯, ୫୦୦, ୫୦୬(୨) ଓ ୫୦୪ରେ ମାମଲା ରୁଜୁ କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି।
Advertisment
ସାକିନାକା ପୁଲିସ୍ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ସେହିପରି ସେମାନଙ୍କୁ ଧମକ ମଧ୍ୟ ଦେଇଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
