aadhar
ଭାରତରେ ଆଧାର କାର୍ଡର ପ୍ରଚଳନ ୧୪ ବର୍ଷ ତଳୁ ଆରମ୍ଭ ହୋଇଛି। ଏହି ୧୪ ବର୍ଷ ମଧ୍ୟରେ କୋଟି କୋଟି ଲୋକ ସେମାନଙ୍କ ଆଧାର କାର୍ଡ କରିଛନ୍ତି। ସେହିପରି ୧୪ ବର୍ଷ ମଧ୍ୟରେ ଲକ୍ଷାଧିକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି। ହେଲେ ୟୁଆଇଡିଏଆଇ କେବଳ ୧.୧୫ କୋଟି ଆଧାର ନମ୍ବରକୁ ନିଷ୍କ୍ରିୟ କରିଛି। ମୃତ୍ୟୁ ପରେ ବି ଲକ୍ଷାଧିକ ଲୋକଙ୍କ ଆଧାର ନମ୍ବର ସକ୍ରିୟ ରହିଛି।
ଦେଶର ମୃତ୍ୟୁହାର ତୁଳନାରେ ନିଷ୍କ୍ରିୟ ହୋଇଥିବା ଆଧାର ନମ୍ବର ଯଥେଷ୍ଟ କମ ବୋଲି ସୂଚନା ଅଧିକାର ଆଇନ ବଳରେ ସ୍ପଷ୍ଟ ହୋଇଛି। ଆରଟିଆଇ ବଳରେ ମିଳିଥିବା ତଥ୍ୟ ଅନୁସାରେ, ୨୦୨୫ ଜୁନ ସୁଦ୍ଧା ଭାରତରେ ୧୪୨.୩୯ କୋଟି ଆଧାର କାର୍ଡ ଧାରୀ ରହିଛନ୍ତି। ୟୁନାଇଟେଡ ନେଶନ୍ସ ପପୁଲେସନ ଫଣ୍ଡର ତଥ୍ୟ କହୁଛି ୨୦୨୫ ଏପ୍ରିଲ ସୁଦ୍ଧା ଦେଶର ଜନସଂଖ୍ୟା ୧୪୬.୩୯ କୋଟି।
ଅନ୍ୟପକ୍ଷରେ ସିଭିଲ ରେଜିଷ୍ଟ୍ରେସନ ସିଷ୍ଟମ(ସିଆରଏସ୍)ର ତଥ୍ୟ କହୁଛି ଯେ ଭାରତରେ ପ୍ରତିବର୍ଷ ହାରାହାରି ୮୩.୫ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ୨୦୦୭ରୁ ୨୦୧୯ ଯାଏ ଏପରି ଟ୍ରେଣ୍ଡ ରହିଥିଲା। ୨୦୨୦ ଠାରୁ କରୋନା ଯୋଗୁ ମୃତ୍ୟୁହାର ବଢ଼ିଥିଲା। ସେ ଯାହା ବି ହେଉ, ଏତେ ସଂଖ୍ୟକ ଲୋକ ପ୍ରତିବର୍ଷ ପ୍ରାଣ ହରାଉଥିବା ବେଳେ ୟୁଆଇଡିଏଆଇର ଆଧାର ଡିଆକ୍ଟିଭେସନ ସଂଖ୍ୟା ଅପେକ୍ଷାକୃତ ଯଥେଷ୍ଟ କମ ରହିଛି। ମୋଟ ମୃତ୍ୟୁର ୧୦%ରୁ କମ ଆଧାର ନମ୍ବର ଅଚଳ କରାଯିବା ସମସ୍ତଙ୍କୁ ଚକିତ କରିଛି।
ଅଧିକାରୀମାନେ ସ୍ୱୀକାର କରିଛନ୍ତି ଯେ କାର୍ଡ ନମ୍ବରକୁ ଅଚଳ କରାଯିବା ପ୍ରକ୍ରିୟା ବେଶ କଷ୍ଟକର। ଏହା ପ୍ରମୁଖ ଭାବେ ବାହ୍ୟ ତଥ୍ୟ ଯଥା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା ମୃତ୍ୟୁ ପ୍ରମାଣପତ୍ର ଓ ପରିବାର ଲୋକଙ୍କ ଅପଟେଡ ଉପରେ ନିର୍ଭର କରିଥାଏ।
ୟୁଆଇଡିଏଆଇ ୨୦୦୯ରେ ପ୍ରତିଷ୍ଠା ହୋଇଥିଲା ଓ ପ୍ରଥମ ଆଧାର ନମ୍ବର ୨୦୧୦ ମସିହା ନମ୍ବର ୨୯ରେ ଜାରି କରାଯାଇଥିଲା। ମହାରାଷ୍ଟ୍ରର ନନ୍ଦୁରବାରରେ ରହୁଥିବା ଜଣେ ମହିଳା ଦେଶ ପ୍ରଥମ ଆଧାର କାର୍ଡ ପାଇଥିଲେ।
ଆଧାର କାର୍ଡ ଏଯାଏ କେତେ ଲୋକ ପାଇ ନାହାନ୍ତି ବା କେତେ ଲୋକଙ୍କ ପାଖରେ ଆଧାର କାର୍ଡ ନାହିଁ ବୋଲି ପ୍ରଶ୍ନର ଉତ୍ତର ମିଳିନି। ସେଭଳି ତଥ୍ୟ ସରକାରଙ୍କ ପାଖରେ ନଥିବା ଆରଟିଆଇ ଜରିଆରେ ସ୍ପଷ୍ଟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/aadhar_1752661112.jpg)