Advertisment

'ଇଣ୍ଡିଆ' ରାଲିରେ ଉଡ଼ିଲା ଚୌକି, ଫାଟିଲା ମୁଣ୍ଡ

ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଅଲାଏନ୍ସର ରାଲିରେ ଚତରା ଜିଲ୍ଲାର କଂଗ୍ରେସ ପ୍ରାର୍ଥୀ କେଏନ୍‌ ତ୍ରିପାଠୀଙ୍କ ସମର୍ଥକ ଏବଂ ଆର୍‌ଜେଡି ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ।

author-image
Madhupriya Mistry
ruckus-erupted-during-india-alliance-rally

ruckus-erupted-during-india-alliance-rally

ରାଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ସଙ୍ଘର୍ଷ। ବିରୋଧୀଙ୍କ ଇଣ୍ଡିଆ ଅଲାଏନ୍ସର ଉଲଗୁଲାନ ରାଲି ବେଳେ ମୁହାଁମୁହିଁ ହେଲେ ସମର୍ଥକ। ପରସ୍ପରକୁ ଉରକୁ ଫିଙ୍ଗିଲେ ଚୌକି। କେବଳ ସେତିକି ନୁହେଁ ଲାଠି ମାଡ ମଧ୍ୟ କଲେ। ଏଥିରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

Advertisment

ସୂଚନା ମୁତାବକ, ରାଲି ପରେ ଆୟୋଜିତ ଜନସଭାରେ ଇଣ୍ଡିଆ ଅଲାଏନ୍ସର ନେତାମାନେ ଲୋକଙ୍କୁ ସମ୍ବୋଧିତ କରୁଥିଲେ। ଏତିକି ବେଳେ ଚତରା ଜିଲ୍ଲାର କଂଗ୍ରେସ ପ୍ରାର୍ଥୀ କେଏନ୍‌ ତ୍ରିପାଠୀଙ୍କ ସମର୍ଥକ ଏବଂ ଆର୍‌ଜେଡି ସମର୍ଥକଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଉଭୟ ପରସ୍ପରକୁ ଚୌକି ଫିଙ୍ଗି ଥିଲେ। ଲାଠି ମାଡ ମଧ୍ୟ କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଓ ସୁରକ୍ଷାକର୍ମୀମାନେ ଉୟଭ ଗୋଷ୍ଠୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ।

ଏହି ସଂଘର୍ଷରେ ଅନେକ କର୍ମୀ ଆହତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଏନ୍‌ ତ୍ରିପାଠୀଙ୍କ ଭାଇଙ୍କ ମୁଣ୍ଡ ଫାଠିଥିବା ସୂଚନା ମିଳିଛି। ସେପଟେ ସଂଘର୍ଷ ପରେ ରାଲିରେ ଆତଙ୍କ ଖେଳି ଯାଇଥିଲା। ଲୋକେ ଭୟରେ ଏପଟସେପଟ ଦୌଡିଥିଲେ। ଏହି ସମୟରେ ଅନେକ ତଳେ ପଡି ଯିବା ସହ ଠେଲାପେଲାର ଶିକର ମଧ୍ୟ ହୋଇଥିଲେ।

Advertisment

କହିରଖୁ ଯେ, ଆର୍‌ଜେଡି ଚତରା ଜିଲ୍ଲାରେ ନିଜର ପ୍ରାର୍ଥୀ ଦେବାକୁ ଚାହୁଁଥିଲା। ଆର୍‌ଜେଡି ସମର୍ଥକମାନେ ଏହାକୁ ନେଇ ବେଶ୍‌ ଉତ୍ସାହିତ ମଧ୍ୟ ଥିଲେ। କିନ୍ତୁ କଂଗ୍ରେସ ସେଠାରେ ନିଜର ପ୍ରାର୍ଥୀ ଦେଇଥିଲା। ସେହି ଦିନଠାରୁ, ଚତରାର ଆରଜେଡି ସମର୍ଥକମାନେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ। ଏହାର ଫଳାଫଳ ଆଜି ଉଲଗୁଲାନ ରାଲିରେ ଦେଖିବାକୁ ମିଳିଥିଲା।

INDIA Alliance Loksabha Election 2024 Ranchi Rally