Advertisment

Rupee Slips: ରେକର୍ଡ ଦୁର୍ବଳ ସ୍ତରକୁ ଖସିଲା ଟଙ୍କାର ମୂଲ୍ୟ

ଗୋଟିଏ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୧.୯୮୫୦ ରହିଛି। ଅର୍ଥାତ ଗୋଟିଏ ଡଲାରର ମୂଲ୍ୟ ପ୍ରାୟ ୯୨ ଟଙ୍କା ରହିଛି। ପୂର୍ବରୁ କେବେ ବି ଏପରି ସ୍ଥିତିରେ ଟଙ୍କାର ମୂଲ୍ୟ ପହଞ୍ଚି ନଥିଲା।

Dollar

ଡଲାର

Advertisment

ଆମେରିକୀୟ ଡଲାର ତୁଳନାରେ ରେକର୍ଡ ଦୁର୍ବଳ ସ୍ତରକୁ ଖସିଛି ଟଙ୍କା। ସର୍ବକାଳୀନ ଦୁର୍ବଳ ସ୍ଥିତିରେ ଆଜି ଟଙ୍କା ପହଞ୍ଚି ଯାଇଛି। ବିଦେଶର ପୁଞ୍ଜି ପ୍ରବାହରେ ଦୁର୍ବଳତା ଓ ଡଲାର(US Dollar)ର ଚାହିଦା ବୃଦ୍ଧି ଯୋଗୁ ଗୁରୁବାର ଟଙ୍କାର ମୂଲ୍ୟ ଅତ୍ୟନ୍ତ ଦୁର୍ବଳ ହୋଇ ଯାଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ଏହାର ପ୍ରଭାବ ଘରୋଇ ଅର୍ଥନୀତି ଅଭିବୃଦ୍ଧି ଉପରେ ମଧ୍ୟ ପଡ଼ିଛି। 

Advertisment

ଆଜି ଗୋଟିଏ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୧.୯୮୫୦ ରହିଛି। ଅର୍ଥାତ ଗୋଟିଏ ଡଲାରର ମୂଲ୍ୟ ପ୍ରାୟ ୯୨ ଟଙ୍କା ରହିଛି। ପୂର୍ବରୁ କେବେ ବି ଏପରି ସ୍ଥିତିରେ ଟଙ୍କାର ମୂଲ୍ୟ ପହଞ୍ଚି ନଥିଲା। ଗତ ସପ୍ତାହରେ ସର୍ବକାଳୀନ ରେକର୍ଡ ସ୍ତରକୁ ଟଙ୍କାର ମୂଲ୍ୟ ହ୍ରାସ ପାଇ ୯୧.୯୬୫୦ରେ ରହିଥିଲା। ହେଲେ ଏହି ରେକର୍ଡ ମଧ୍ୟ ଆଜି ଅତିକ୍ରମ କରି ଯାଇଛି। ପ୍ରଥମଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୨ ଟଙ୍କା ଛୁଇଁଛି। 

ଚଳିତ ବର୍ଷ ଏଯାଏ ଟଙ୍କାର ମୂଲ୍ୟ ପ୍ରାୟ ୨% ହ୍ରାସ ପାଇ ସାରିଲାଣି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଟାରିଫ ନୀତି ଲାଗୁ କରିବା ପରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରାୟ ୫% ହ୍ରାସ ପାଇ ସାରିଲାଣି।

Advertisment

ଭାରତର ସଶକ୍ତ ଅର୍ଥନୀତିକ ଅଭିବୃଦ୍ଧି ସତ୍ତ୍ୱେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା କ୍ୱାର୍ଟରରେ ଭାରତର ଅଭିବୃଦ୍ଧି ହାର ୮.୨% ରହିଥିଲା। 

ବ୍ୟବସାୟୀଙ୍କ କହିବା କଥା ଯେ ଟଙ୍କା କ୍ରମାଗତ ଭାବେ ଦୁର୍ବଳ ହେଉଥିବାରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏଥିରେ ହସ୍ତକ୍ଷେପ କରିପାରେ। ଆରବିଆଇ ହସ୍ତକ୍ଷେପ କରି ଦ୍ରୁତଗତିରେ ହ୍ରାସ ପାଉଥିବା ଟଙ୍କାର ମୂଲ୍ୟରେ ବ୍ରେକ ଲଗାଇବାକୁ ଚେଷ୍ଟା କରିବ। ସେମାନଙ୍କ କହିବା କଥା ଯେ ଉଚ୍ଚ ଆମେରିକୀୟ ଟାରିଫ, ବିଦେଶୀ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର, ସୁନା ଆମଦାନୀ ବୃଦ୍ଧି ଓ ଟଙ୍କା ଆହୁରି ଦୁର୍ବଳ ହେବା ଆଶଙ୍କାରେ ବିଭିନ୍ନ କମ୍ପାନୀ ନେଉଥିବା ପଦକ୍ଷେପ ଯୋଗୁ ଏପରି ସ୍ଥିତି ଦେଖାଯାଇଛି। 

କେବଳ ଡଲାର ନୁହେଁ, ୟୁରୋ ଓ ଚାଇନିଜ ୟୁଆନ ତୁଳନାରେ ମଧ୍ୟ ଟଙ୍କାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଆମେରିକା ଟାରିଫ କାର୍ଯ୍ୟକାରୀ ହେବା ଦିନ ଠାରୁ ୟୁରୋ ତୁଳନାରେ ଟଙ୍କାର ମୂଲ୍ୟ ୭.୫% ଓ ୟୁଆନ ତୁଳନାରେ ମଧ୍ୟ ଟଙ୍କାର ମୂଲ୍ୟ ୭.୫% ଦୁର୍ବଳ ହୋଇଛି। 

US Dollar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe