Advertisment

ରାମ ମନ୍ଦିର କେବେ ଖୋଲିବ? ଘୋଷଣା ହୋଇନି ତାରିଖ, କିନ୍ତୁ ବୁକିଂ ପାଇଁ ଲୋକଙ୍କ ଭିଡ଼

ଲୋକଙ୍କ ଆଶା ଯେ ୨୦୨୪ ଜାନୁଆରୀ ତୃତୀୟ ସପ୍ତାହ ବେଳକୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ଏବେ ଠାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Ayodhya

Ayodhya

Advertisment

ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ମନ୍ଦିରକୁ ନେଇ ଲୋକଙ୍କ ମଧ୍ୟରେ ଏବେ ଠାରୁ ବେଶ ଉତ୍ସାହ ଦେଖିବାକୁ ମିଳିଛି। ୨୦୨୪ ଜାନୁଆରୀରେ ଏହି ଭବ୍ୟ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିପାରେ। ତେବେ ଏଯାଏ ମନ୍ଦିର କମିଟି କିମ୍ବା ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ତାରିଖ ଘୋଷଣା କରାଯାଇ ନାହିଁ।

Advertisment

କିନ୍ତୁ ଲୋକଙ୍କ ଆଶା ଯେ ୨୦୨୪ ଜାନୁଆରୀ ତୃତୀୟ ସପ୍ତାହ ବେଳକୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ଏବେ ଠାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମନ୍ଦିର ଉଦଘାଟନ ଉତ୍ସବରେ ସାମିଲ ହେବା ପାଇଁ ଲୋକମାନେ ଏବେ ଠାରୁ ଅଯୋଧ୍ୟାରେ ହୋଟେଲ, ଗେଷ୍ଟ ହାଉସ ଓ ଧର୍ମଶାଳା ବୁକିଂ କରିବା ଆରମ୍ଭ କରିଦେଇଛନ୍ତ।

ଦିନକୁ ଦିନ ବୁକିଂ ପାଇଁ ଲୋକଙ୍କ ଚାହିଦା ବଢ଼ିବାରେ ଲାଗିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଟ୍ରାଭେଲ ଏଜେଣ୍ଟଙ୍କୁ ଏଥିପାଇଁ ଲୋକମାନେ ଯୋଗାଯୋଗ ମଧ୍ୟ କରୁଛନ୍ତି। ସେମାନେ ଅଯୋଧ୍ୟରେ ଯଥାଶୀଘ୍ର ହୋଟେଲ ବୁକିଂ କରିବା ପାଇଁ ଉଦ୍ୟମ କରୁଛନ୍ତି। 

Advertisment

ଅଯୋଧ୍ୟାରେ ଥିବା ହୋଟେଲ, ଗେଷ୍ଟ ହାଉସ ଓ ଧର୍ମଶାଳାଗୁଡ଼ିକ ଲୋକମାନେ ଜାନୁଆରୀ ୨୦ରୁ ୨୬ ମଧ୍ୟରେ ବୁକିଂ କରିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। କାରଣ ଏହି ସମୟରେ ହିଁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଅଯୋଧ୍ୟାରେ ଥିବା ଗୋଟିଏ ବଡ଼ ହୋଟେଲର ମାଲିକ କହିଛନ୍ତି, “ହୋଟେଲ ବୁକିଂ ପାଇଁ ଅଧିକାଂଶ ଅନୁରୋଧ ଟ୍ରାଭେଲ ଏଜେଣ୍ଟମାନଙ୍କ ପକ୍ଷରୁ ଆସୁଛି। ଏବେ ସେମାନେ ହୋଟେଲ ବୁକିଂ କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ସେମାନେ ପରବର୍ତ୍ତୀ ସମୟରେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଠାରୁ ଭଡ଼ା ବାବଦରେ ଅଧିକ ଟଙ୍କା ହାସଲ କରିବାକୁ ସକ୍ଷମ ହେବେ। ୨୦୨୪ ଜାନୁଆରୀ ତୃତୀୟ ସପ୍ତାହରେ ଏଠାରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ତୃତୀୟ ସପ୍ତାହରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ କରିବେ।”

ମନ୍ଦିର ଟ୍ରଷ୍ଟ ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଇ ଯାଇସାରିଛି ବୋଲି କହିବା ପରେ ଅଯୋଧ୍ୟା ବାହାରେ ରହିଥିବା ଶ୍ରଦ୍ଧାଳୁଙ୍କ ମନରେ ରାମ ମନ୍ଦିରକୁ ନେଇ ଉତ୍କଣ୍ଠା ବଢ଼ି ଯାଇଛି। ସାଧାରଣ ଶ୍ରଦ୍ଧାଳୁଙ୍କ ବ୍ୟତୀତ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ଉଦଘାଟନ ଉତ୍ସବ ପାଇଁ ୧୦ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସୂଚନା ଦେଇଛନ୍ତି।  ଏହାର ଅର୍ଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଲକ୍ଷାଧିକ ଲୋକ ସାମିଲ ହେବେ।

ରାୟ କହିଛନ୍ତି, ସେମାନେ ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ସମୟ ଦେଇଛନ୍ତି। କିନ୍ତୁ ପ୍ରକୃତ ତାରିଖ ନିଜେ ପ୍ରଧାନମନ୍ତ୍ରୀ ସ୍ଥିର କରିବେ।

ଆଉ ଗୋଟିଏ ବଡ଼ ହୋଟେଲର ମାଲିକଙ୍କ କହିବା କଥା ଯେ ଟ୍ରାଭେଲ ଏଜେଣ୍ଟମାନେ ଅଧିକ ଦାମରେ ପୂରା ହୋଟେଲକୁ ବୁକିଂ କରିବାକୁ ପ୍ରସ୍ତାବ ଦେଉଛନ୍ତି। ସେମାନେ ଏବେ ଠାରୁ ଭଡ଼ା ବାବଦରେ ସବୁ ଅର୍ଥ ଦେବାକୁ ମଧ୍ୟ ରାଜି। ଟ୍ରାଭେଲ ସଂସ୍ଥାଗୁଡ଼ିକ ସେମାନଙ୍କ ସ୍ଥାନୀୟ ଏଜେଣ୍ଟମାନଙ୍କୁ ବୁକିଂ ନିଶ୍ଚିତ କରିବା କାମରେ ଲାଗାଇଥିବା ସେ କହିଛନ୍ତି।

ଅଯୋଧ୍ୟାରେ ବର୍ତ୍ତମାନ ୧୦୦ରୁ ଅଧିକ ହୋଟେଲ ରହିଛି। ଏହି ହୋଟେଲ ଗୁଡ଼ିକ ମଧ୍ୟରୁ ଗୋଟିଏ ପଞ୍ଚ ତାରକା ହୋଇଥିବା ବେଳେ ୨ଟି ଫୋର ଷ୍ଟାର ଓ ୧୨ଟି ଥ୍ରୀ ଷ୍ଟାର। ହୋଟେଲ ବ୍ୟତୀତ ୫୦ଟି ଗେଷ୍ଟ ହାଉସ ଓ ପ୍ରାୟ ୬୦ଟି ଧର୍ମଶାଳା ରହିଛି। ହୋଟେଲ, ଗେଷ୍ଟ ହାଉସ ଓ ଧର୍ମଶାଳା ବ୍ୟତୀତ ସ୍ଥାନୀୟ ଲୋକମାନେ ମଧ୍ୟ ନିଜ ଘରକୁ ଅସ୍ଥାୟୀ ଭାବେ ଷ୍ଟେହୋମରେ ପରିଣତ କରି ଭଡ଼ାରେ ଲଗାଇବାର ନଜିର ରହିଛି।

Uttar Pradesh Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe