Advertisment

Russian Woman: ଭାରତୀୟ ସ୍ୱାମୀଙ୍କ ମିଛ ମୃତ୍ୟୁର ନାଟକ, ରୁଷୀୟ ପତ୍ନୀ ବଖାଣିଲେ ଛାତିର ବେଦନା

ଓଲଗାଙ୍କ କହିବା କଥା ଯେ ୨୦୨୩ ନଭେମ୍ବର ମାସରେ ସେ ଜୀନବସାଥୀ ବା ପତ୍ନୀ ଭାବେ ଭିସା ଆବେଦନ କରିବାରୁ ସମସ୍ୟା ଦେଖା ଯାଇଥିଲା। ଏହି ଭିସା ପାଇଁ ସାକ୍ଷାତକାରରେ ସ୍ୱାମୀଙ୍କ ଉପସ୍ଥିତ ଜରୁରୀ ଥିଲା।

author-image
Hemant Lenka
Russia

ସ୍ୱାମୀଙ୍କ ସହ ରୁଷ ମହିଳା

ଭାରତରେ ଜଣେ ରୁଷୀୟ(Russia) ମହିଳାଙ୍କ ପ୍ରେମ, ବାହାଘର ଓ ଧୋକାର କାହାଣୀ ଏବେ ଦେଶରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୫ରେ ରୁଷରୁ ଭାରତ ଆସିଥିଲେ ଓଲଗା। ସେ ଦିଲ୍ଲୀର ପ୍ରସିଦ୍ଧ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ପିଏଚଡି କରିବାକୁ ଆସିଥିଲେ। ହେଲେ ଏହାର ବର୍ଷକ ପୂର୍ବରୁ ଜଣେ ଭାରତୀୟ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

Advertisment

ସେ ୨୦୧୫ରେ ପାଠ ପଢ଼ିବାକୁ ଭାରତ ଆସିଥିଲେ ହେଁ ୨୦୧୯ରେ ପ୍ରେମ କରୁଥିବା ଭାରତୀୟ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବୈବାହିକ ଜୀବନ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।  ନିଜର ସୋଶାଲ ମିଡିଆ ପୋଷ୍ଟରେ ଓଲଗା କହିଛନ୍ତି ଯେ ତାଙ୍କୁ ସ୍ୱାମୀ ଛାଡ଼ି ଦେଇଥିବା ବେଳେ ତାଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଇନଗତ ଚ୍ୟାଲେଞ୍ଜ ଯୋଗୁ ସେ ନିଜ ଦେଶ ରୁଷକୁ ମଧ୍ୟ ଫେରି ପାରି ନଥିଲେ। ତାଙ୍କର ଏପରି ଭାବପ୍ରବଣ ଭରା ପୋଷ୍ଟ ଦେଖି ସମସ୍ତେ ଚକିତ ହୋଇଛନ୍ତି। 

ଓଲଗାଙ୍କ କହିବା କଥା ଯେ “ମୁଁ ପ୍ରେମ ପାଇଁ ଭାରତ ଆସିଥିଲି। ମୁଁ କେବେ ଭାବି ନଥିଲି ଯେ ସମାନ ପ୍ରେମ ମୋ ପାଇଁ ବନ୍ଦୀଶାଳା ବନି ଯିବ? ଏବେ ବି ମୁଁ ଏଥିରୁ ମୁକୁଳିବାକୁ ଚେଷ୍ଟା କରୁଛି। ମୁଁ ରୁଷର ନାଗରିକ ଓ ମୁଁ ୨୦୧୫ରେ ନିଜର ପିଏଚଡି କରିବାକୁ ଭାରତ ଆସିଥିଲି। ଗୋଟିଏ ନୂଆ ଆରମ୍ଭ ପାଇଁ ବେଶ ଉତ୍ସାହିତ ଓ ଆଶାବାଦୀ ଥିଲି। ମୁଁ ଏହାର ଗୋଟିଏ ବର୍ଷ ପୂର୍ବରୁ ତାଙ୍କୁ(ଭାରତୀୟ ଯୁବକ) ଭେଟି ସାରିଥିଲି ଓ ତାଙ୍କ ପ୍ରେମରେ ପଡ଼ିଥିଲି। ୨୦୧୯ ବେଳକୁ ଆମେ ବାହା ହୋଇଥିଲୁ। ମୁଁ ନିଜକୁ କହିଥିଲି ଯେ ଏବେ ଭାରତ ମୋ ଘର। ସେ ହିଁ ମୋର ସବୁ କିଛି।”

Advertisment

ଓଲଗାଙ୍କ କହିବା କଥା ଯେ ୨୦୨୩ ନଭେମ୍ବର ମାସରେ ସେ ଜୀନବସାଥୀ ବା ପତ୍ନୀ ଭାବେ ଭିସା ଆବେଦନ କରିବାରୁ ସମସ୍ୟା ଦେଖା ଯାଇଥିଲା। ଏହି ଭିସା ପାଇଁ ସାକ୍ଷାତକାରରେ ସ୍ୱାମୀଙ୍କ ଉପସ୍ଥିତ ଜରୁରୀ ଥିଲା। ହେଲେ ଓଲଗାଙ୍କ ସ୍ୱାମୀ ସାକ୍ଷାତକାରକୁ ଯାଇ ନଥିଲେ। ଏହା ଦୁଇ ମାସ ପରେ ଅର୍ଥାତ ୨୦୨୪ ଜାନୁଆରୀ ମାସରେ ସ୍ୱାମୀ ଜଣଙ୍କ ଓଲାଗାଙ୍କୁ କିଛି ନ କହି ହଠାତ କେଉଁ ଆଡ଼େ ଚାଲି ଯାଇଥିଲେ। 

ଓଲଗା ନିଖୋଜ ଅଭିଯୋଗ କରିବା ସହ ସ୍ୱାମୀ ମରି ସାରିଥିବା ଆଶଙ୍କାରେ ୬ ମାସ କାଳ ଡରି ଡରି ରହିଥିଲେ। ସେ କହିଛନ୍ତି, “ମୁଁ ଗୋଟିଏ ନିଖୋଜ ଅଭିଯୋଗ କରିଥିଲି। ମୁଁ ୬ ମାସ କାଳ ପୁଲିସ୍‌ର ସବୁ ପ୍ରଶ୍ନର ଉତ୍ତର ଦେଇଥିଲି। ପ୍ରତିଟି କଲକୁ ଅପେକ୍ଷା କରିଥିଲି। ସେ ମରି ସାରିଥିବା ଆଶଙ୍କାରେ ଡରି ଡରି ରହିବାକୁ ବାଧ୍ୟ ହୋଇଥିଲି।

ମୋ ପାଖରେ ଟଙ୍କା କିମ୍ବା ପରିବାର ଏଠାରେ ନଥିଲା। ମୋତେ ସହଯୋଗ କରୁଥିବା ବନ୍ଧୁମାନେ ମଧ୍ୟ ଅନେକ ପରିଣାମ ଭୋଗିଥିଲେ। କିଛି ଜଣଙ୍କୁ ସେମାନଙ୍କ ଘରୁ ବାହାରେ ରହିବାକୁ ପଡ଼ିଥିଲା। ମୋ ଭିସା ପଡ଼ି ରହିଥିବାରୁ ମୁଁ ଭାରତ ମଧ୍ୟ ଛାଡ଼ି ପାରି ନଥିଲି। ମୁଁ ପୂରା ଫସି ସାରିଥିଲି।” 

ପରବର୍ତ୍ତୀ ସମୟରେ ଓଲଗା ଇନଷ୍ଟାଗ୍ରାମ ଜରିଆରେ ତାଙ୍କ ସ୍ୱାମୀ ଜୀବିତ ଥିବା ଜାଣିବାକୁ ପାଇଥିଲେ। ଜଣେ ଜାପାନ ପର୍ଯ୍ୟଟକ ବାରାଣସୀରୁ ପୋଷ୍ଟ କରିଥିବା ଫଟୋରେ ତାଙ୍କ ସ୍ୱାମୀ ସାଧୁଙ୍କ ବେଶରେ ଥିବା ଓଲଗା ଦେଖିବାକୁ ପାଇଥିଲେ। ସେ କହିଛନ୍ତି, “ସାଦୁ ବେଶରେ ହସି ହସି ପାହାଡ଼ରେ ପର୍ଯ୍ୟଟକଙ୍କ ନେତୃତ୍ୱ ନେଇ ସେ ସତେ ଯେମିତି ସେ ପଛରେ ଛାଡ଼ି ଯାଇଥିବା ଦୁନିଆର କୌଣସି ଅସ୍ଥିତ୍ୱ ନଥିବା ଜଣାଇ ହେଉଥିଲେ।

ମୋ ହାତ ଥରୁଥିଲା। ସେ ଭଲ ଭାବେ ଜାଣିଥିଲେ ଯେ ମୁଁ ତାଙ୍କୁ ମୃତ ବୋଲି ଭାବୁଥିଲି। ସେ ଭଲ ଭାବେ ଜାଣିଥିଲେ ଯେ ମୁଁ କେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛି। କିନ୍ତୁ ସେ ବାଶ ଦୂରକୁ ଚାଲି ଯାଇଥିଲେ।”

ତାଙ୍କ କହିବା କଥା ଯେ ସ୍ୱାମୀ ଜଣଙ୍କ ତାଙ୍କୁ କିଛି ମାସ ପରେ ଯୋଗାଯୋଗ କରିଥିଲେ। ତାଙ୍କୁ କ୍ଷମା ମାଗିବା ସହ ପୁଣି ତାଙ୍କ ସହ ରହିବାକୁ ଆଉ ଗୋଟିଏ ସୁଯୋଗ ଦେବାକୁ କହିଥିଲେ। ଏବେ ସେ ତାଙ୍କୁ ପ୍ରେମ କରୁଥିବା କହିଥିଲେ। ଏଥିରେ ରାଜି ହୋଇ ସ୍ୱାମୀଙ୍କୁ ପୁଣି ଗୋଟିଏ ସୁଯୋଗ ଦେବାକୁ ରାଜି ହୋଇଥିଲେ ଓଲଗା। 

ଓଲଗା କହିଛନ୍ତି ଯେ ସେ ହିମାଚଳ ପ୍ରଦେଶରେ ଗୋଟିଏ ଚାକିରି ପାଇଥିଲେ ଓ ତାଙ୍କ ସ୍ୱାମୀ ଡିସେମ୍ବର ମାସରେ ତାଙ୍କ ପାଖକୁ ଯାଇଥିଲେ। ଏହାକୁ ଦେଖି ଓଲଗା ସବୁ କିଛି ଭୁଲି ପୁଣି ନିଜ ସଂସାର ଗଢ଼ିବାକୁ ଚେଷ୍ଟା କରିଥିଲେ। ୬ ମାସ ଧରି ଓଲଗା ସ୍ୱାମୀଙ୍କୁ ସବୁ ପ୍ରକାରର ଆର୍ଥିକ ସହାୟତା କରିଥିଲେ। ସପ୍ତାହନ୍ତରେ ନିଜ ହାତରେ ରାନ୍ଧି ଖାଇବାକୁ ଦେଉଥିଲେ। ସବୁ ପୁରୁଣା କଥାକୁ ସେ ଭୁଲି ଯାଇଥିଲେ। 

ସବୁ କିଛି ଠିକ ଠାକ ଚାଲିଥିବା ବେଳେ ଓଲଗା ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ସେମାନେ ରହୁଥିବା ସ୍ଥାନ ଠାରୁ ୧୫ କିମି ଦୂରରେ ଆଉ ଜଣେ ମହିଳାଙ୍କ ସହ ରହୁଛନ୍ତି। ଏକଥା ଜାଣିବା ପରେ ଓଲଗା ସ୍ୱାମୀଙ୍କୁ ପ୍ରଶ୍ନ କରିଥିଲେ। ମହିଳାଙ୍କ ସହ ଥିବା ସମ୍ପର୍କକୁ ସେ ମନା କରି ନଥିଲେ, ବରଂ ଓଲଗାଙ୍କ ବସଙ୍କୁ ଫୋନ କରି ସେ ମାନସିକ ଭାବେ ଅସୁସ୍ଥ ବୋଲି କହିଥିଲେ। ଓଲଗାଙ୍କୁ ଚାକିରିରୁ ବରଖାସ୍ତ କରି ତାଙ୍କୁ ହଇରାଣ କରିବା ପାଇଁ ସ୍ୱାମୀ ଓ ତାଙ୍କ ଗର୍ଲଫ୍ରେଣ୍ଡ ଚାହୁଁଥିଲେ ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। 

ଏହି ଘଟଣା ପରେ ଓଲଗା ରୁଷ ଫେରିବା ପାଇଁ ବିମାନ ବୁକ କରିଥିଲେ। ସେ ବିମାନରେ ବସିଥିବା ବେଳେ ତାଙ୍କୁ ବଳପୂର୍ବକୁ ଓହ୍ଲାଇ ଦିଆଯାଇଥିଲା। କାରଣ ତାଙ୍କ ସ୍ୱାମୀ ଗୋଟିଏ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ଏବେ ଓଲଗା ଆଇନଗତ ସହାୟତା ଲୋଡ଼ିବା ସହ ରୁଷ ଫେରିବାକୁ ଚାହୁଁଥିବା ସମସ୍ତଙ୍କୁ ଜଣାଇଛନ୍ତି। 

Russia