Advertisment

Basketball: ଭୁଶୁଡ଼ିଲା କଳଙ୍କି ଲାଗି ଥିବା ପୋଲ୍‌: ବାସ୍କେଟ ବଲ ଖେଳାଳିଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?

ପୋଲରେ କଳଙ୍କି ଲାଗିବା ଯୋଗୁ ଏହା ଦୁର୍ବଳ ହୋଇ ଯାଇଥିଲା। ବାରମ୍ବାର ଆପତ୍ତି ସତ୍ତ୍ୱେ ଏହାକୁ ମରାମତି ମଧ୍ୟ କରାଯାଇ ନଥିଲା। ଶେଷରେ ଏହା ଅଭ୍ୟାସ ବେଳେ ଭୁଶୁଡ଼ି ଜଣେ ଉଦୀୟମାନ ଯୁବ ଖେଳାଳିଙ୍କୁ ଜୀବନ ନେଇଛି।

Basket-Ball

ହାର୍ଦ୍ଦିକ ରାଠି

Advertisment

ଜାତୀୟ ସ୍ତରର ବାସ୍କେଟ ବଲ ଖେଳାଳି ୧୬ ବର୍ଷୀୟ ହାର୍ଦ୍ଦିକ ରାଠି କୋର୍ଟରେ ଅଭ୍ୟାସ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ବାସ୍କେଟ ବଲ କୋର୍ଟରେ ଲାଗିଥିବା ଖୁଣ୍ଟି ବା ପୋଲ୍‌ ଭୁଶୁଡ଼ି ପଡ଼ିବା ଯୋଗୁ ହାର୍ଦ୍ଦିକ ରାଠି ପ୍ରାଣ ହରାଇଛନ୍ତି। ପୋଲରେ କଳଙ୍କି ଲାଗିବା ଯୋଗୁ ଏହା ଦୁର୍ବଳ ହୋଇ ଯାଇଥିଲା।

Advertisment

ବାରମ୍ବାର ଆପତ୍ତି ସତ୍ତ୍ୱେ ଏହାକୁ ମରାମତି ମଧ୍ୟ କରାଯାଇ ନଥିଲା। ଶେଷରେ ଏହା ଅଭ୍ୟାସ ବେଳେ ଭୁଶୁଡ଼ି ଜଣେ ଉଦୀୟମାନ ଯୁବ ଖେଳାଳିଙ୍କୁ ଜୀବନ ନେଇଛି। ଏହି ଘଟଣା ପାଇଁ ହାର୍ଦ୍ଦିକ ରାଠିଙ୍କ ପରିବାର ଓ ସାଥୀ ଖେଳାଳିମାନେ ହରିୟାଣା(Haryana) ସରକାର ଓ କ୍ରୀଡ଼ା ବିଭାଗକୁ ଦାୟୀ କରିଛନ୍ତି। ସେମାନେ ଏବେ ହାର୍ଦ୍ଦିକ ରାଠିଙ୍କ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି। 

ହାର୍ଦ୍ଦିକଙ୍କ ସମ୍ପର୍କୀୟ ଭାଇ ଖଡକ ସିଂହ ରାଠିଙ୍କ କହିବା କଥା ଯେ ସେମାନଙ୍କ ପରିବାର ସାମ୍ନା କରିଥିବା କ୍ଷତି କେବେ ହେଲେ କେହି ବି ଭରଣ କରିପାରିବେ ନାହିଁ। ହାର୍ଦ୍ଦିକ ଜଣେ ଦକ୍ଷ ଖେଳାଳି ଥିଲେ। ସେ ଭାରତକୁ ବାସ୍କେଟବଲରେ ପ୍ରତିନିଧିତ୍ୱ କରିବାକୁ ଚାହୁଁଥିଲେ। 

Advertisment

ହାର୍ଦ୍ଦିକ ଦୁଇ ଭାଇଙ୍କ ମଧ୍ୟରେ ଥିଲେ ବଡ଼। ତାଙ୍କ ବାପା ଦୁଇ ପୁଅଙ୍କୁ ରୋହତକର ଲଖନ ମାଜରାରେ ଥିବା ଗୋଟିଏ ବାସ୍କେଟ ବଲ ଏକାଡେମୀରେ ଭର୍ତ୍ତି କରିଥିଲେ। ଏଠାରେ ହାର୍ଦ୍ଦିକ ଦିନକୁ ପ୍ରାୟ ୬ ଘଣ୍ଟା ଅଭ୍ୟାସ କରନ୍ତି। ସକାଳ ୪ଟାରୁ ୭ଟା ଓ ଅପରାହ୍ନ ୪.୩୦ରୁ ସନ୍ଧ୍ୟା ୭.୩୦ ଯାଏ ତାଙ୍କର ଅଭ୍ୟାସ ଚାଲେ। ଯେତେବେଳେ ବି ସମୟ ମିଳିଲା କିମ୍ବା ସ୍କୁଲ ଛୁଟି ରହିଲା ଦୁଇ ଭାଇ ଏକାଡେମୀକୁ ଆସି କୋର୍ଟରେ ଅଭ୍ୟାସ କରନ୍ତି। 


ତେବେ ଏହି ଅଭ୍ୟାସ ବେଳେ ମଙ୍ଗଳବାର ବଡ଼ ଅଘଟଣ ଘଟିଛି। ମଙ୍ଗଳବାର ଦିନ ପ୍ରାୟ ୧୦.୩୦ରେ ହାର୍ଦ୍ଦିକ କୋର୍ଟରେ ଅଭ୍ୟାସ କରୁଥିଲେ। ସିସିଟିଭିରେ ମଧ୍ୟ ଏହା କଏଦ ହୋଇଛି। କୋର୍ଟରେ ଅଭ୍ୟାସ କରିବେ ବେଳେ ସେଠାର ପୋଲରେ ଲାଗିଥିବା ବାସ୍କେଟକୁ ସେ ସ୍ପର୍ଶ କରୁଥିଲେ। ଗୋଟିଏ ଜମ୍ପରେ ବାସ୍କେଟ ରିମକୁ ଧରିଥିଲେ। ଏତିକି ବେଳେ କଳଙ୍କି ଲାଗି ଯାଇଥିବା ପୋଲଟି ସିଧା ତାଙ୍କ ଉପରେ ଭୁଣୁଡ଼ି ପଡ଼ିଥିଲା।

ଉପସ୍ଥିତ ଥିବା ତାଙ୍କର ବନ୍ଧୁ ଓ ସାଥୀ ଖେଳାଳିମାନେ ତୁରନ୍ତ ସହାୟତା ପାଇଁ ପହଞ୍ଚିଥିଲେ ହେଁ ସେତେବେଳକୁ ହାର୍ଦ୍ଦିକ ରାଠି ପ୍ରାଣ ହରାଇ ସାରିଥିଲେ। ଲୁହା ଖଣ୍ଡ ହାର୍ଦ୍ଦିକ ରାଠିଙ୍କ ଛାତିରେ ମାଡ଼ ହେବାରୁ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟଣା ସ୍ଥଳରେ ହିଁ ହୋଇଥିଲା ବୋଲି ଡାକ୍ତରମାନେ କହିଛନ୍ତି। 

ଖଡକ ସିଂହ ରାଠି କହିଛନ୍ତି, “ମୁଁ ଘଟଣା ପାଇଁ ହରିୟାଣା ସରକାର ଓ କ୍ରୀଡ଼ା ବିଭାଗକୁ ଦାୟୀ କରୁଛି। ମୁଁ ହରିୟାଣା ସରକାରଙ୍କୁ ନିବେଦନ କରୁଛି ଯେ ମୁଁ ମୋ ଭାଇକୁ ହରାଇ ସାରିଛି। କିନ୍ତୁ ମୁଁ ଅନ୍ୟ ପରିବାର ନିଜର ପୁଅକୁ ହରାନ୍ତୁ ବୋଲି ଚାହୁଁନାହିଁ। ସରାକାର ତୁରନ୍ତ ବସ୍କେଟ ବଲ କୋର୍ଟର ମରାମତି କରନ୍ତୁ। କାରଣ ପଦକ ପାଇଁ ଆଉ କୌଣସି ପିଲାର ଜୀବନ ବିପଦରେ ପଡ଼ିବ ନାହିଁ।” 

ତାଙ୍କ କହିବା କଥା ଯେ ଘଟଣା ଘଟିଥିବା କୋର୍ଟଟି ୨୦୦୮ରେ କଂଗ୍ରେସ ସାଂସଦ ଦୀପେନ୍ଦର ସିଂହ ହୁଡାଙ୍କ ସହାୟତାରେ ତିଆରି ହୋଇଥିଲା। ସେ କହିଛନ୍ତି, “କଳଙ୍କି ଲାଗି ଯାଇଥିବା ପୋଲର ଅବସ୍ଥା ଆପଣ ଦେଖିପାରୁଥିବେ। କ୍ରୀଡ଼ା ଏକାଡେମୀ କୋଚ ପ୍ରାୟ ୧୦ ଥର ଏହାର ମରାମତି ପାଇଁ ଅଧିକାରୀଙ୍କୁ ଭେଟିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗୋଟିଏ ଯାଞ୍ଚ ପରେ ପୋଲ କୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପାରେ ମଧ୍ୟ ସତର୍କ କରାଯାଇଥିଲା। ତଥାପି ମରାମତି ହୋଇ ନଥିଲା।” 

ହାର୍ଦ୍ଦିକଙ୍କ ପରିବାର ଲୋକଙ୍କ କହିବା କଥା ଯେ ୫ ବର୍ଷ ହେଲାଣି ତାଙ୍କ ପୁଅ ଜାତୀୟ ସ୍ତରରେ ଖେଳୁଥିଲା। ଏବେ ସେ ନେପାଳରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଅଭ୍ୟାସ କରୁଥିଲା। 

Haryana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe