Advertisment

ନିଜ୍ଜାର ହତ୍ୟା ମାମଲାରେ ୩ ଭାରତୀୟଙ୍କୁ ଗିରଫ କରିଛି କାନାଡା ପୁଲିସ, ପ୍ରତିକ୍ରିୟା ରଖିଲେ ଜୟଶଙ୍କର

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ କାନାଡା ଓ ଭାରତ ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା।

ଅଦ୍ୟତନ ହୋଇଛି
S Jaishankar

S Jaishankar

Advertisment

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ କାନାଡା ପୁଲିସ ତିନି ଜଣ ଭାରତୀୟଙ୍କୁ ଗିରଫ କରିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତ, କାନାଡା ପୁଲିସ ତିନି ଅଭିଯୁକ୍ତଙ୍କ ବାବଦରେ କି ସୂଚନା ଦେଉଛି ତାକୁ ଆମେ ଅପେକ୍ଷା କରିଛୁ।  

Advertisment

ସେ କହିଛନ୍ତି, ନିଜ୍ଜାର ହତ୍ୟା ମାମଲାରେ କାନାଡା ପୁଲିସ ଯେଉଁ ତିନି ଜଣ ଭାରତୀୟଙ୍କୁ ଗିରଫ କରିଛି ସେମାନେ ସନ୍ଦିଗ୍ଧ ଏବଂ ସେମାନେ କୌଣସି ଗ୍ୟାଙ୍ଗ ସହ ଜଡିତ ଥିବା ଖବରରୁ ଶୁଣିବାକୁ ପାଇଛି। କିନ୍ତୁ ଏ ଉପରେ କାନାଡା ପୁଲିସ କଣ କହୁଛି, ତାକୁ ଆମେ ଅପେକ୍ଷା କରିଛୁ।  

ପ୍ରକାଶ ଥାଉକି, ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଗତକାଲି କାନାଡା ପୁଲିସ ତିନି ଜଣଙ୍କୁ ଗିରଫ କରିଛି, ଯେଉଁମାନେ ଭାରତୀୟ। ଗିରଫ ତିନି ଜଣ ହେଉଛନ୍ତି, କରଣ ବରାର (୨୨), କମଲପ୍ରୀତ ସିଂହ(୨୨), କରଣପ୍ରୀତ ସିଂହ (୨୮)। ଏମାନେ ପ୍ରାୟ ୩ରୁ ୫ ବର୍ଷ କାନାଡାର ଆଲବର୍ଟାର ଏଡମୋଣ୍ଟନରେ ରହୁଥିଲେ। ଏମାନଙ୍କ ବିରୁଦ୍ଧରେ ହତ୍ୟା ଏବଂ ହତ୍ୟା ଷଡଯନ୍ତ୍ର ମାମଲା ରୁଜୁ କରିଛି କାନାଡା ପୁଲିସ।

Advertisment

କାନାଡା ପୁଲିସ ନିଜ୍ଜାର ହତ୍ୟା ମାମଲାରେ ତିନି ଜଣ ଭାରତୀୟଙ୍କୁ ଗିରଫ କରିବା ପରେ ପୂର୍ବ ବିବାଦ ପୁଣି ଥରେ ଘନେଇଛି। କାରଣ ନିଜ୍ଜାର ହତ୍ୟାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବାରମ୍ବାର ଭାରତକୁ ଦାୟୀ କରି ଆସୁଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ଭାରତର ହାତ ଥିବା ସେ ଅଭିଯୋଗ କରୁଛନ୍ତି। କିନ୍ତୁ ଭାରତ ସରକାର ଏହି ଅଭିଯୋଗକୁ ସିଧାସିଧା ଖଣ୍ଡନ କରିଛନ୍ତି।

ଏହା ସତ୍ତ୍ୱେ କାନାଡା ଅଭିଯୋଗ ଲଗାଇବା ପରେ ଦୁଇ ଦେଶ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ବର୍ତ୍ତମାନ କାନାଡା ତିନି ଜଣ ଭାରତୀୟଙ୍କୁ ଗିରଫ କରିବା ପରେ ଆଗକୁ ମାମଲା କେଉଁ ମୋଡ଼ ନେଉଛି, ତା' ଉପରେ ସମସ୍ତଙ୍କ ନଜର। 

Nijjar Murder Case Canada Police Hardeep Singh Nijjar S Jaishankar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe