Advertisment

ଜାତିସଂଘରୁ ପାକିସ୍ତାନକୁ ଚରମବାଣୀ, ଆତଙ୍କବାଦର ପରିଣାମ ଭୋଗିବାକୁ ପଡ଼ିବ

ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ, ଗତକାଲି ଜୟଶଙ୍କର ପାକିସ୍ତାନ ଉପରେ ବର୍ଷିଛନ୍ତି।

S Jaishankar

S Jaishankar

Advertisment

ଜାତିସଂଘରୁ ପାକିସ୍ତାନକୁ ଜୟଶଙ୍କରଙ୍କ ଚରମବାଣୀ। ନ୍ୟୁୟର୍କରେ ୭୯ତମ ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ପାକିସ୍ତାନକୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର।

Advertisment

ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ, ଗତକାଲି ଜୟଶଙ୍କର କହିଛନ୍ତି, ଏଠାରେ ଆମେ କିଛି ଅଜବ ବକ୍ତବ୍ୟ ଶୁଣିଲୁ। ତେବେ ମୁଁ ଭାରତର ସ୍ଥିତି ଅତି ସ୍ପଷ୍ଟ କରିଦେବାକୁ ଚାହୁଁଛି। ପାକିସ୍ତାନର ସୀମାପାର୍ ଆତଙ୍କବାଦ କେବେ ସଫଳ ହେବ ନାହିଁ। ଏହା କେବେ ବି କ୍ଷମାର ଆଶା ରଖିପାରିବ ନାହିଁ। ବରଂ ଏଭଳି କାର୍ଯ୍ୟକଳାପର ନିଶ୍ଚିତ ରୂପେ ପରିଣତି ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଜୟଶଙ୍କର ଆହୁରି କହିଛନ୍ତି, 'ଆମ ମଧ୍ୟରେ କେବଳ ଯେଉଁ ପ୍ରସଙ୍ଗର ସମାଧାନ ବାକି ଅଛି, ତାହା ହେଉଛି ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଦଖଲ ଭାରତର କିଛି ଅଂଶକୁ ଖାଲି କରିବା ଏବଂ ପାକିସ୍ତାନର ଆତଙ୍କବାଦ ପ୍ରୋତ୍ସାହନକୁ କଡ଼ା ଜବାବ ଦେବା । କିଛି ଦେଶ ପଛରେ ପଡ଼ିବା କ୍ଷେତ୍ରରେ ସେମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ। କିନ୍ତୁ ଆଉ କିଛି ଦେଶ ଜାଣିଶୁଣି ଏଭଳି ବାଟ ବାଛୁଛନ୍ତି, ଯାହାପାଇଁ ସେମାନଙ୍କୁ ବିନାଶକାରୀ ପରିଣାମ ଭୋଗିବାକୁ ପଡ଼ୁଛି। ପାକିସ୍ତାନ ଏହାର ଏକ ପ୍ରମୁଖ ଉଦାହରଣ।'

Advertisment

ଦୁର୍ଭାଗ୍ୟବଶତଃ ପାକିସ୍ତାନର ଏଭଳି କାରନାମା ଯୋଗୁ ଅନ୍ୟ ଦେଶ ସହ ପଡ଼ୋଶୀ ଦେଶଙ୍କୁ ବି ଭୋଗିବାକୁ ପଡ଼ୁଛି। ପାକିସ୍ତାନର ଜିଡିପିକୁ କେବଳ କଟ୍ଟରବାଦ ଓ ଆତଙ୍କବାଦ ରପ୍ତାନୀରେ ମପା ଯାଇପାରିବ। ଆଜି ଆମେ ଦେଖୁଛୁ, ପରର ମନ୍ଦ ପାଞ୍ଚୁଥିବା ପାକିସ୍ତାନ ଏବେ ନିଜର କର୍ମଫଳ ଭୋଗୁଛି ବୋଲି ଜାତିସଙ୍ଘରେ କହିଛନ୍ତି ଏସ୍‌.ଜୟଶଙ୍କର।

S Jaishankar India-Pakistan UNGA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe