/odisha-reporter/media/media_files/2026/01/02/jaishankar-2026-01-02-15-58-36.jpg)
ଏସ୍ ଜୟଶଙ୍କର
ପାକିସ୍ତାନ(Pakistan) ଖରାପ ପଡ଼ୋଶୀ। ଭାରତୀୟଙ୍କୁ ଆତଙ୍କବାଦରୁ ସୁରକ୍ଷା ଦେବାର ଅଧିକାର ଭାରତ ପାଖରେ ରହିଛି। ଭାରତ କ’ଣ କରିବ ଓ କ’ଣ ନ କରିବ, ସେକଥା କେହି ବି ପରାମର୍ଶ ଦେଇ ପାରିବେ ନାହିଁ। ଆଜି ଏଭଳି କିଛି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର।
ମାଡ୍ରାସ ଆଇଆଇଟିର ପିଲାମାନଙ୍କୁ ସମ୍ବୋଧନ କରିବା ବେଳେ ମନ୍ତ୍ରୀ ଜୟଶଙ୍କର ଅପରେସନ ସିନ୍ଦୂର ସମ୍ପର୍କରେ ପରୋକ୍ଷରେ ମତ ରଖି କହିଛନ୍ତି ଯେ “ଆମେ କ’ଣ କରିବୁ କିମ୍ବା ନ କରିବୁ, ସେକଥା ଆମକୁ କେହି ବି କହିପାରିବେ ନାହିଁ।”
ଲୋକଙ୍କୁ ଆତଙ୍କବାଦରୁ ସୁରକ୍ଷା ଦେବା ପାଇଁ ଭାରତ ଗତବର୍ଷ ନିଜର ଅଧିକାରକୁ ଅପରେସନ ସିନ୍ଦୂର(Operation Sindoor) ଜରିଆରେ ବ୍ୟବହାର କରିଥିଲା। ଏପ୍ରିଲ ୨୨ ପହଲାଗାମ ନରସଂହାରର ବଦଲା ନେବାକୁ ମେ’୬-୭ରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡା ଗୁଡ଼ିକୁ ଧ୍ୱଂସ କରିଥିଲା। ଏହାକୁ ପାକିସ୍ତାନ ଔଷଧ ବିକଳରେ କେବଳ ତାଟିଆ କାମୁଡ଼ି ଥିଲା।
#WATCH | Tamil Nadu: On being asked about India's neighbourhood policy, EAM Dr S Jaishankar says, "... You can also have bad neighbours. Unfortunately, we do. When you have bad neighbours, if you look to the one to the west. If a country decides that it will deliberately,… pic.twitter.com/8w6dgDHLtc
— ANI (@ANI) January 2, 2026
ଏବେ ଜୟଶଙ୍କର କହିଛନ୍ତି, “ଆପଣମାନେ ଖରାପ ପଡ଼ୋଶୀ ପାଇ ପାରନ୍ତି। ଦୁର୍ଭାଗ୍ୟବଶତଃ ଆମର ପଡ଼ୋଶୀ ଖରାପ। ପଶ୍ଚିମରେ ଥିବା ପଡ଼ୋଶୀକୁ ଉଦାହରଣ ଭାବେ ନିଅନ୍ତୁ। ଯଦି କୌଣସି ଦେଶ ଜାଣିଶୁଣି, କ୍ରମାଗତ ଓ ବିନା ପଶ୍ଚାତାପରେ ଆତଙ୍କବାଦକୁ ଜାରି ରଖିବାକୁ ଫୈସଲା କରିଥାଏ, ଏପରି ସ୍ଥିତିରେ ଆମ ପାଖରେ ଆତଙ୍କବାଦରୁ ନିଜ ଲୋକଙ୍କୁ ରକ୍ଷା କରିବାକୁ ଅଧିକାର ରହିଛୁ। ଆମେ ଏହି ଅଧିକାରର ପ୍ରୟୋଗ କରିବୁ।
ଆମେ ଏହି ଅଧିକାର କେମିତି ପ୍ରୟୋଗ କରିବୁ, ତାହା ଆମ ଉପରେ ନିର୍ଭର କରେ। କେହି ବି ଆମକୁ କ’ଣ କରିବୁ କିମ୍ବା ନ କରିବୁ, ସେକଥା କହିପାରିବେ ନାହିଁ। ନିଜର ସୁରକ୍ଷା ପାଇଁ ଆମକୁ ଯାହା ଆବଶ୍ୟକ, ଆମେ ସେଇଆ କରିବୁ।”
ପହଲଗାମ ନରସଂହାର ପରେ ବାତିଲ ହୋଇଥିଲା ୧୯୬୦ ଭାରତ-ପାକିସ୍ତାନ ସିନ୍ଦୁ ଜଳ ଚୁକ୍ତି ସମ୍ପର୍କରେ ମଧ୍ୟ ଜୟଶଙ୍କର ମତ ରଖିଛନ୍ତି। ସେ କହିଛନ୍ତି, “ଅନେକ ବର୍ଷ ତଳେ ଆମେ ଗୋଟିଏ ଜଳ ଭାଗବଣ୍ଟା ଚୁକ୍ତି କରିଥିଲୁ। କିନ୍ତୁ ଆପଣ ଯଦି ଦଶନ୍ଧି ଧରି ଆତଙ୍କବାଦକୁ ଜାରି ରଖିବେ, ତା’ହେଲେ ଭଲ ପଡ଼ୋଶୀର କୌଣସି ଅସ୍ଥିତ୍ୱ ଆଉ ରହିବ ନାହିଁ। ଯଦି ଭଲ ପଡ଼ୋଶୀର ସମ୍ପର୍କ ନାହିଁ, ତା’ହେଲେ ଏହାର ଲାଭ ମଧ୍ୟ ମିଳିବ ନାହିଁ।
ଆପଣ କେବେ ହେଲେ ଏହା କହିପାରିବେ ନାହିଁ ଯେ ଦୟା କରି ଆମ ସହ ଜଳ ଭାଗ ବାଣ୍ଟନ୍ତୁ, କିନ୍ତୁ ମୁଁ ଆପଣଙ୍କ ବିରୋଧରେ ଆତଙ୍କବାଦ ଜାରି ରଖିବି। ଏପରି ବୁଝାମଣା ଆଦୌ ସମ୍ଭବ ନୁହେଁ।
My interaction with students at @iitmadras#Chennai
— Dr. S. Jaishankar (@DrSJaishankar) January 2, 2026
https://t.co/9DcdQqJtf9
ଯଦି ଆପଣଙ୍କ କୌଣସି ପଡ଼ୋଶୀ ଆପଣଙ୍କ ସହ ଭଲ ବ୍ୟବହାର କରୁଛନ୍ତି କିମ୍ବା ଅତି କମରେ ଆପଣଙ୍କ କ୍ଷତି କରୁ ନାହାନ୍ତି, ତା’ହେଲେ ସେହି ପଡ଼ୋଶୀଙ୍କ ପ୍ରତି ସ୍ୱାଭାବିକ ଭାବେ ଆପଣ ଦୟାଳୁ ରହିବେ। ତାଙ୍କୁ ସହଯୋଗ କରିବେ। ଗୋଟିଏ ଦେଶ ହିସାବରେ ଆମେ ସମାନ କାମ କରୁଛୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
