Advertisment

ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଯିବେ ଏସ ଜୟଶଙ୍କର

ଇସଲାମବାଦରେ ଆୟୋଜିତ ହେବାକୁ ଥିବା ସଙ୍ଘାଇ ସମ୍ମିଳନୀର ବାର୍ଷିକ ବୈଠକରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ।

author-image
Debibandita Barick
ଅଦ୍ୟତନ ହୋଇଛି
S Jaishankar

S Jaishankar

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଇସଲାମବାଦରେ ଆୟୋଜିତ ହେବାକୁ ଥିବା ସଙ୍ଘାଇ ସମ୍ମିଳନୀର ବାର୍ଷିକ ବୈଠକରେ ଯୋଗଦେବାକୁ ସେ ପାକିସ୍ତାନ ଗସ୍ତ କରିବେ।

Advertisment

ଅଗଷ୍ଟ ୩୦ରେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଶ୍ଚିତ କରାଯାଇଥିଲା। ସଙ୍ଘାଇ ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନ ନିମନ୍ତ୍ରଣ ପଠାଇଥିବା ନେଇ କେନ୍ଦ୍ର ସରକାର ସୂଚନା ଦେଇଥିଲେ। କିନ୍ତୁ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ନେଇ ସ୍ପଷ୍ଟ କରାଯାଇନଥିଲା। ସେ ଅକ୍ଟୋବର ୧୫ ଏବଂ ୧୬ରେ ଏହି ବୈଠକରେ ଯୋଗଦେବାକୁ ପାକିସ୍ତାନ ଗସ୍ତ କରିବା ନେଇ ଆଜି ସ୍ପଷ୍ଟ କରାଯାଇଛି।

ପ୍ରତିବର୍ଷ SCO (ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ)ର ବୈଠକ ବସିଥାଏ। ଏହାର ସଦସ୍ୟ ରାଷ୍ଟ୍ରମାନେ ବୈଠକର ଅଧ୍ୟକ୍ଷତା କରନ୍ତି। ଚଳିତ ବର୍ଷ ପାକିସ୍ତାନ ଅଧ୍ୟକ୍ଷତା କରୁଛି। ତେଣୁ ଅକ୍ଟୋବରରେ ଇସଲାମବାଦରେ ଏସସିଓ ପରିଷଦର ସରକାରୀ ବୈଠକ ଆୟୋଜିତ ହେବ। 

Advertisment

ଏହି ବୈଠକରେ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅର୍ଥନୈତିକ, ସାମାଜିକ-ସାଂସ୍କୃତିକ ତଥା ମାନବିକ ସହଯୋଗ ଉପରେ ଆଲୋଚନା ହେବ।

୨୦୦୧ରେ ଋଷ, ଚୀନ୍, କିରଗିଜ୍ ରିପବ୍ଲିକ୍, କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଦ୍ୱାରା ସାଂଘାଇରେ ଏକ ଶିଖର ସମ୍ମିଳନୀରେ ଏସସିଓ ପ୍ରତିଷ୍ଠା କରାଯାଇଥିଲା। ୨୦୧୭ରେ ଭାରତ ଏବଂ ପାକିସ୍ତାନ ଏହାର ସ୍ଥାୟୀ ସଦସ୍ୟ ହୋଇଥିଲେ।

ଗତ ବର୍ଷ ଜୁଲାଇରେ ଇରାନ ଏହାର ସ୍ଥାୟୀ ସଦସ୍ୟ ହୋଇଛି। ଏହି ସମୟରେ ଭାରତ ଅଧ୍ୟକ୍ଷତା କରିଥିଲା। କିନ୍ତୁ ଏହା ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଥିଲା। ଭାରତ ଆୟୋଜିତ କରିଥିବା ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭିଡିଓ କନଫରେନ୍ସିଂ ଯୋଗେ ଯୋଗଦେଇଥିଲେ।  

S Jaishankar Shanghai Summit