Russia
ଆମେରିକା ସହ ଟାରିଫ ଯୁଦ୍ଧ ତୀବ୍ର ହେଉଥିବା ବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ରୁଷ ଗସ୍ତ କରିବେ। ଆସନ୍ତା ଅଗଷ୍ଟ ୨୦-୨୧ ଦୁଇ ଦିନ ଧରି ସେ ରୁଷ ଗସ୍ତରେ ଯିବେ। ଏହି ସମୟରେ ସେ ତାଙ୍କର ରୁଷ ପ୍ରତିପକ୍ଷ ସେରଗେୟ ଲାଭରୋଭଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।
ରୁଷ ଠାରୁ ତେଲ କିଣୁଥିବାରୁ ଭାରତ ଉପରେ ୫୦% ଟାରିଫ ଲଗାଇଛି ଆମେରିକା। ଏହାକୁ ନେଇ ବିବାଦ ତୀବ୍ର ହେଉଥିବା ବେଳେ ଜୟଶଙ୍କର ରୁଷ ଗସ୍ତ କରୁଛନ୍ତି। ଏହାପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ କଥା ହୋଇଥିଲେ।
ଉଭୟ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବେ କଥା ହୋଇଥିଲେ। ସେହିପରି ଗତ ସପ୍ତାହରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରୁଷ ଗସ୍ତ କରି ପୁଟିନଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିଥିଲେ। ବୈଠକ ପରେ ପୁଟିନ ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ ବୋଲି ସେ ସୂଚନା ଦେଇଥିଲେ।
ଏବେ ଜୟଶଙ୍କର ରୁଷ ଯାଇ ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ବୈଠକ କରିବେ। ଏହି ସମୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଠାରୁ ଆରମ୍ଭ କରି ଆମେରିକାର ଟାରିଫକୁ କେମିତି କାଉଣ୍ଟର କରାଯିବ, ସେବିଷୟରେ ମଧ୍ୟ ଦୁଇ ନେତା କଥା ହେବେ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Russia_1755087103.jpg)