Advertisment

ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍‌, ଓଲଟିଲା ୪ ବଗି

ଇଂଜିନ ସମେତ ଟ୍ରେନ୍‌ର ୪ଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Train Accident

Train Accident

ପୁଣି ଟ୍ରେନ ଦୁର୍ଘଟଣା। ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍‌। ସାବରମତି-ଆଗ୍ରା ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡିଛି। ଆଜି ଭୋରୁ ରାଜସ୍ଥାନର ଅଜମେର ସ୍ଥିତ ମଦାର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ସୂଚନା ମୁତାବକ, ଇଂଜିନ ସମେତ ଟ୍ରେନ୍‌ର ୪ଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ସେପଟେ ଖବର ପାଇ ଘଟଣାସ୍ଥଳରେ ରେଲଓ୍ୱେ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଲାଇନଚ୍ୟୁତ ହୋଇଥିବା ବଗି ଗୁଡିକୁ ରେଳ ଧାରଣାକୁ ପୁଣି ଥରେ ଆଣିବାକୁ ଚେଷ୍ଟା ଜାରି ରହିଛି।

ରେଲଓ୍ୱେ ଏଡିଆର୍‌ଏମ୍‌ଙ୍କ କହିବା ମୁତାବକ, ଦୁର୍ଘଟଣାର ଶିକାର ହୋଇଥିବା ଅଜମେର ଆଗ୍ରା ଫୋର୍ଟ ସାବରମତୀ ଏକ୍ସପ୍ରେସ ଟ୍ରେନ୍‌ ଗତ କାଲି ସନ୍ଧ୍ୟା ୫ଟାରେ ନିର୍ଦ୍ଧାରିତ ସମୟରେ ଷ୍ଟେସନ ଛାଡିଥିଲା। ତେବେ ବିଳମ୍ବିତ ରାତିରେ ମଦାର ରେଲଓ୍ୱେ ଷ୍ଟେସନ ପୂର୍ବରୁ ଟ୍ରାକ୍‌ ବଦଳାଇବା ସମୟରେ ମାଲବାହି ଟ୍ରେନ୍‌ ସହ ଏହା ଧକ୍କା ହୋଇଥିଲା। ତେବେ ଦୁର୍ଘଟଣାର ଅନ୍ୟ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଦୁର୍ଘଟଣା ହେତୁ ଟ୍ରାକଗୁଡିକ ଡିସ୍‌ପ୍ଲେସ୍‌ ହୋଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

Advertisment

ରିପୋର୍ଟ ଅନୁଯାୟୀ, ଯଦି ଏହି ଦୁର୍ଘଟଣାରେ କେହି ଆହତ ହୁଅନ୍ତି ତେବେ ସେ ଚିକିତ୍ସିତ ହୋଇପାରିବେ, ସେଥିପାଇଁ ରେଳ ଅଧିକାରୀମାନେ ସେମାନଙ୍କ କର୍ମଚାରୀଙ୍କୁ ଅଜମେରର ରେଲଓ୍ୱେ ହସ୍ପିଟାଲକୁ ପଠାଇଛନ୍ତି। ଏଥି ସହିତ ରେଳ ଅଧିକାରୀମାନେ ଅଜମେର ରେଳ ଷ୍ଟେସନ ଏବଂ ମଦାରର ରେଳ ଷ୍ଟେସନରେ ଜେନେରାଲ କୋଚର ଯାତ୍ରୀମାନଙ୍କ ପାଇଁ ଖାଦ୍ୟ ଏବଂ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି। ରୁଟ୍‌ ସ୍ୱାଭାବିକ ହେବା ପରେ ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯିବ ବୋଲି ରେଳ ଅଧିକାରୀମାନେ କହିଛନ୍ତି।

Train Accident Sabarmati Agra Superfast Train