Advertisment

କଂଗ୍ରେସର ‘ଦଳ ବିରୋଧୀ କାର୍ଯ୍ୟ’ ତାଗିଦ ସତ୍ତ୍ୱେ ଅନଶନ କଲେ ପାଇଲଟ୍‌

୧୧ ତାରିଖ ଅର୍ଥାତ ଆଜି ସେ ଅନଶନ କରିବେ ବୋଲି ପୂର୍ବରୁ ସମସ୍ତଙ୍କୁ ଜଣାଇ ସାରିଥିଲେ। ସେ ନିଜ ସରକାର ବିରୋଧରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଥିବାରୁ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା।

Sachin Pilot

Sachin Pilot

Advertisment

ନିଜ ସରକାର ବିରୋଧରେ ଅନଶନ ଆରମ୍ଭ କରିଛନ୍ତି ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ। ୨୦୧୮ ନିର୍ବାଚନ ବେଳେ କଂଗ୍ରେସ ଯେଉଁ ସବୁ ଦୁର୍ନୀତି ଅଭିଯୋଗ ପୂର୍ବତନ ବିଜେପି ସରକାର ବିରୋଧରେ ଆଣିଥିଲା, ତା’ର ତଦନ୍ତ କରାଯାଉ ନଥିବାରୁ ସଚିନ ପାଇଲଟ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି।

Advertisment

କଂଗ୍ରେସ କ୍ଷମତାକୁ ଆସିଲେ ବିଜେପି କରିଥିବା ଦୁର୍ନୀତିର ତଦନ୍ତ କରିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାଢ଼େ ୪ ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ କୌଣସି ତଦନ୍ତ ନିର୍ଦ୍ଦେଶ ଦେଇ ନଥିବା ଅଭିଯୋଗ କରି ସଚିନ ପାଇଲଟ ଆଜି ସହିଦ ସ୍ମାରକୀ ନିକଟରେ ଅନଶନ କରୁଛନ୍ତି।

୧୧ ତାରିଖ ଅର୍ଥାତ ଆଜି ସେ ଅନଶନ କରିବେ ବୋଲି ପୂର୍ବରୁ ସମସ୍ତଙ୍କୁ ଜଣାଇ ସାରିଥିଲେ। ସେ ନିଜ ସରକାର ବିରୋଧରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଥିବାରୁ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାଇଲଟଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ଗତକାଲି ରାତିରେ କଂଗ୍ରେସ ପକ୍ଷରୁ ତାଙ୍କୁ ତାଗିଦ କରାଯାଇଥିଲା।

Advertisment

ସେ ନିଜ ସରକାର ବିରୋଧରେ ଅନଶନ କରିବାକୁ ଯାଉଥିବାରୁ ଏହାକୁ ଦଳ ପକ୍ଷରୁ ଦଳ ବିରୋଧୀ କାମ ମଧ୍ୟ କୁହାଯାଇଥିଲା। ଏନେଇ ଏକ ଚିଠି ଜାରି କରି ପାଇଲଟଙ୍କୁ ଅନଶନରୁ ଦୂରେଇ ରହିବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ତାଗିଦକୁ ଖାତିର ନ କରି ଆଜି ଦିନ ୧୧ଟାରୁ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି। ତେଣୁ ଆଗକୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାର ଆଶଙ୍କା ରହିଛି।

ଆଉ କିଛି ମାସ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ପାଇଲଟଙ୍କ ଏପରି ଆଭିମୁଖ୍ୟ କ୍ଷମତାସୀନ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

କଂଗ୍ରେସର ରାଜସ୍ଥାନ ଇନଚାର୍ଜ ସୁଖଜିନ୍ଦର ସିଂହ ରନ୍ଧୱା ଗୋଟିଏ ବିବୃତିରେ କହିଥିଲେ ଯେ ମଙ୍ଗଳବାର ସଚିନ ପାଇଲଟଙ୍କ ଦିନିକିଆ ଅନଶନ ଦଳର ସ୍ୱାର୍ଥ ବିରୋଧୀ। ଏହା ଦଳ ବିରୋଧୀ କାର୍ଯ୍ୟ। ଯଦି ନିଜ ସରକାର ବିରୋଧରେ ତାଙ୍କର କୌଣସି ସମସ୍ୟା ରହିଛି, ସେଗୁଡ଼ିକ ପାର୍ଟି ଫୋରମରେ ଆଲୋଚନା କରାଯାଇ ପାରିବ।

ସର୍ବସାଧାରଣ ଓ ମିଡିଆ ଆଗରେ ଏପରି କରିବା ଅନୁଚିତ। ୫ ମାସ ହେଲାଣି ରାନ୍ଧୱା ରାଜସ୍ଥାନ ପ୍ରଭାରୀ ଭାବେ କାମ କରୁଥିଲେ ହେଁ ପାଇଲଟ କେବେ ବି ନିଜର ସମସ୍ୟା ସମ୍ପର୍କରେ ତାଙ୍କୁ ଜଣା ନଥିବା ଏହି ବିବୃତିରେ କୁହାଯାଇଥିଲା।

Sachin Pilot Ashok Gehlot Rajstan Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe