Advertisment

ଗେହଲଟଙ୍କ ଉପରେ ପାଇଲଟଙ୍କ ସିଧା ହମଲା: ମେ’ ୧୧ରେ କରିବେ ଜନ ସଂଘର୍ଷ ଯାତ୍ରା

ସମ୍ପର୍କରେ ସୂଚନା ଦେବା ପରେ ପାଇଲଟ କହିଛନ୍ତି ଯେ ଗେହଲଟଙ୍କ ବୟାନ ଶୁଣିବା ପରେ ଲାଗୁଛି ଯେ ସୋନିଆ ଗାନ୍ଧି ନୁହେଁ ବରଂ ବସୁନ୍ଧରା ରାଜେ ହେଉଛନ୍ତି ତାଙ୍କ ନେତା। କିଛି ଲୋକ କଂଗ୍ରେସକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। କିନ୍ତୁ କେବେ ହେଲେ ସେମିତି ହେବାକୁ ଦିଆଯିବନି ବୋଲି ସେ କହିଛନ୍ତି।

Sachin Pilot

Sachin Pilot

Advertisment

କଂଗ୍ରେସର ଦୁଇ ବରିଷ୍ଠ ନେତା ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚିଛି। ଆଜି ସଚିନ ପାଇଲଟ ସିଧାସଳଖ ରାଜସ୍ଥାନ ମୁଖ୍ୟ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ସେ ନିଜ ସରକାର ବିରୋଧରେ ହିଁ ମେ’ ୧୧ରେ ଜନ ସଂଘର୍ଷ ଯାତ୍ରା ଆରମ୍ଭ କରିବେ। ସେ ଏହି ଶୋଭାଯାତ୍ରା ଆଜମେରରୁ ଆରମ୍ଭ ହୋଇ ଜୟପୁର ଯାଏ ଚାଲିବ। ଏହି ସମୟରେ ଦୁର୍ନୀତି ପ୍ରସଙ୍ଗ ସବୁ ଉଠାଇବେ।

Advertisment

ଏ ସମ୍ପର୍କରେ ସୂଚନା ଦେବା ପରେ ପାଇଲଟ କହିଛନ୍ତି ଯେ ଗେହଲଟଙ୍କ ବୟାନ ଶୁଣିବା ପରେ ଲାଗୁଛି ଯେ ସୋନିଆ ଗାନ୍ଧି ନୁହେଁ ବରଂ ବସୁନ୍ଧରା ରାଜେ ହେଉଛନ୍ତି ତାଙ୍କ ନେତା। କିଛି ଲୋକ କଂଗ୍ରେସକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। କିନ୍ତୁ କେବେ ହେଲେ ସେମିତି ହେବାକୁ ଦିଆଯିବନି ବୋଲି ସେ କହିଛନ୍ତି। 

ଦିନକ ତଳେ ଗେହଲଟ କହିଥିଲେ ଯେ ୨୦୨୦ ବିଦ୍ରୋହ ବେଳେ ତାଙ୍କ ସରକାର ବିଜେପି ନେତା ବସୁନ୍ଧରା ରାଜେ ଓ କୈଳାସ ମେଘୱାଲଙ୍କ ପାଇଁ ଭୁଶୁଡ଼ିବାକୁ ବର୍ତ୍ତି ଯାଇଥିଲା। କାରଣ ବିଦ୍ରୋହ କରୁଥିବା କିଛି କଂଗ୍ରେସ ବିଧାୟକ ଟଙ୍କା ବଳରେ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାକୁ ଚାହୁଁଥିଲେ। ହେଲେ ରାଜେ ଓ ମେଘୱାଲ ଏଥିରେ ରାଜି ହୋଇ ନଥିଲେ ବୋଲି ଗେହଲଟ ଦାବି କରିଥିଲେ।

Advertisment

ଏହି ଭାଷଣ ଶୁଣିବା ପରେ ପାଇଲଟ କହିଛନ୍ତି ଯେ “ପ୍ରଥମଥର ପାଇଁ ଦେଖିବାକୁ ମିଳୁଛି ଯେ କୌଣସି ନେତା ନିଜ ଦଳର ସାଂସଦ ଓ ବିଧାୟକମାନଙ୍କୁ ସମାଲୋଚନା କରୁଛନ୍ତି। ସେ ବିଜେପି ନେତାଙ୍କୁ ପ୍ରଶଂସା କରି କଂଗ୍ରେସ ନେତାମାନଙ୍କୁ ଅସମ୍ମାନ କରୁଛନ୍ତି। ଏହାର ଉଦ୍ଦେଶ୍ୟ ଆଦୌ ବୁଝା ପଡ଼ୁନି। ଏହା ଆଦୌ ଠିକ ନୁହେଁ।

ପ୍ରଥମେ ସେ (ଗେହଲଟ) ଅଭିଯୋଗ କରିଥିଲେ ଯେ ବିଜେପି ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଏବେ ସେ କହୁଛନ୍ତି ବିଜେପି ନେତାମାନେ ତାଙ୍କ ସରକାରଙ୍କୁ ରକ୍ଷା କଲେ। ସେ ଏପରି ବିରୋଧଭାଷ ଉପରେ ସ୍ପଷ୍ଟୀକରଣ ରଖିବା ଦରକାର। ମୋର ବାରମ୍ବାର ଅନୁରୋଧ ସତ୍ତ୍ୱେ ବସୁନ୍ଧରା ରାଜେ ସରକାର କରିଥିବା ଦୁର୍ନୀତି ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନଥିଲା, ସେକଥା ମୁଁ ଏବେ ବୁଝିପାରୁଛି।

ଗୁପ୍ତ ବୁଝାମଣା ଯୋଗୁ ବୋଧେ ଏପରି ହୋଇଛି। ଅଢ଼େଇ ବର୍ଷ ମଧ୍ୟରେ ସେ(ଗେହଲଟ) ବ୍ୟକ୍ତିଗତ ସ୍ତରକୁ ଯାଇ ମୋତେ ଗର୍ଦାର, ନିକମ୍ମା, କରୋନା ଭଳି ଅନେକ କଥା କହିଛନ୍ତି। ମୁଁ ଏହା ଉପରେ କିଛି ବି କହି ନଥିଲି। କାରଣ ମୁଁ ଦଳର କ୍ଷତି କରିବାକୁ ଚାହୁଁ ନଥିଲି।”

ତେବେ ପାଇଲଟ ୧୧ ତାରିଖରେ ଆରମ୍ଭ କରିବାକୁ ଯାଉଥିବା ଶୋଭାଯାତ୍ରା କାହା ବିରୋଧରେ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କେବଳ ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ଏପରି କରିବାକୁ ଯାଉଥିବା କହିଛନ୍ତି। ସେ ୨୦୨୦ ମସିହା ବିଦ୍ରୋହକୁ ଯର୍ଥାଥ ଦର୍ଶାଇବା ସହ ଦଳର ବିଧାୟକମାନେ ନେତୃତ୍ୱ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ବୋଲି ଦାବି କରିଛନ୍ତି।

୨୦୨୦ ଜୁଲାଇ ମାସରେ ସଚିନ ପାଇଲଟ ଓ ୧୮ ଜଣ କଂଗ୍ରେସ ବିଧାୟକ ଗେହଲଟ ସରକାର ବିରୋଧରେ ବିଦ୍ରୋହ କରିଥିଲେ। ଗୋଟିଏ ମାସ ଧରି ଏହାକୁ ନେଇ ତିକ୍ତତା ଚାଲିବା ପରେ ଦଳର ହାଇକମାଣ୍ଡ ବିବାଦର ସମାଧାନ କରିଥିଲେ। ପାଇଲଟ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କଂଗ୍ରେସ ମୁଖ୍ୟ ପଦରୁ ବିଦା ହୋଇଥିଲେ। ସେବେଠାରୁ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି।

Sachin Pilot Ashok Gehlot Rajstan Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe