Advertisment

ବଢ଼ିଲା କଂଗ୍ରେସର ଅଡ଼ୁଆ: ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ପାଇଲଟଙ୍କ ୧୫ ଦିନିଆ ମହଲତ

ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା ବିଜେପି ସରକାର ବିରୋଧରେ ଆସିଥିବା ସମସ୍ତ ପ୍ରକାରର ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ।

author-image
Hemant Lenka
ଅଦ୍ୟତନ ହୋଇଛି
Sachin Pilot

Sachin Pilot

ରାଜସ୍ଥାନ କଂଗ୍ରେସର ଦୁଇ ବରିଷ୍ଠ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ତୀବ୍ର ହୋଇଛି। କର୍ଣ୍ଣାଟକାରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଦଳ ଦ୍ୱନ୍ଦ୍ୱରେ ଥିବା ବେଳେ ଏବେ ପାଇଲଟ ସିଧାସଳଖ ଗେହଲଟଙ୍କୁ ୧୫ ଦିନିଆ ମହଲତ ଦେଇଛନ୍ତି। ଦୁର୍ନୀତି ବିରୋଧରେ ତଦନ୍ତ ଦାବି କରି ପାଇଲଟ ୫ ଦିନ ହେଲା ଜନ ସଂଘର୍ଷ ଯାତ୍ରା ରାଜସ୍ଥାନରେ କରୁଛନ୍ତି।

Advertisment

ଏଠାରେ କଂଗ୍ରେସ କ୍ଷମତାରେ ଥିଲେ ହେଁ ପାଇଲଟ ନିଜ ଦଳର ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଶୋଭାଯାତ୍ରା ଚଳାଇଛନ୍ତି। ଆଜି ଏହି ଯାତ୍ରା ଜୟପୁରରେ ଶେଷ ହୋଇଥିବା ବେଳେ ପାଇଲଟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ୧୫ ଦିନର ସମୟ ଦେଇଛନ୍ତି।

ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା ବିଜେପି ସରକାର ବିରୋଧରେ ଆସିଥିବା ସମସ୍ତ ପ୍ରକାରର ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ। ଯଦି ୧୫ ଦିନ ଭିତରେ କୌଣସି ପ୍ରକାରର ପଦକ୍ଷେପ ନ ନିଆଯାଏ, ତା’ହେଲେ ପାଇଲଟ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି।

Advertisment

ଆଜମେରରୁ ଜୟପୁର ଯାଏ ଶୋଭାଯାତ୍ରା କରୁଥିବା ପାଇଲଟ କହିଛନ୍ତି, “ଆମେ ଲୋକଙ୍କ ସମର୍ଥନ ପାଉଛୁ। କାରଣ ଆମ ପ୍ରସଙ୍ଗ ସବୁ ଜରୁରୀ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟରେ ଚେହେରା। ମୁଖ୍ୟମନ୍ତ୍ରୀ ଗେହଲଟ ଓ ମୁଁ ଏକାଠି ହୋଇ ଦୁର୍ନୀତି ବିରୋଧରେ ଲଢ଼ିବା କଥା। କିନ୍ତୁ ମୁଖ୍ୟମନ୍ତ୍ରୀ ମୋର ବାରମ୍ବାର ଦାବି ଓ ଚିଠି ସତ୍ତ୍ୱେ ଦୁର୍ନୀତି ବିରୋଧରେ କୌଣସି ପ୍ରକାରର ପଦକ୍ଷେପ ନେଉ ନାହାନ୍ତି।”

ଆଗକୁ ନିର୍ବାଚନ ଥିବା ବେଳେ କଂଗ୍ରେସରେ ଏପରି ବିଦ୍ରୋହ ଘାତକ ସାବ୍ୟସ୍ତ ହେବ କି ପ୍ରଶ୍ନର ପାଇଲଟ କହସିଛନ୍ତି, “ମୁଁ କାହା ବିରୋଧରେ କୌଣସି ପ୍ରକାରର ଅଭିଯୋଗ କରୁନି କିମ୍ବା କାହା ସହ ବ୍ୟକ୍ତିଗତ ସ୍ତରରେ ମୋର ତିକ୍ତତା ମଧ୍ୟ ନାହିଁ।”

କର୍ଣ୍ଣାଟକା ବିଜୟ ସମ୍ପର୍କରେ ପାଇଲଟ କହିଛନ୍ତି ଯେ “ରେଜଲ୍ଟରୁ ପ୍ରମାଣିତ ହୋଇଛି ଯେ କର୍ଣ୍ଣାଟକାର ଲୋକ ୪୦% କମିସିନ ସରକାରଙ୍କୁ ହଟାଇ ଦେଇଛନ୍ତି। ନିର୍ବାଚନରେ ଦୁର୍ନୀତି ପ୍ରମୁଖ ପ୍ରସଙ୍ଗ ରହିଥିଲା। ଏହା କଂଗ୍ରେସକୁ ବିଜୟରେ ସହାୟତା କରିଛି। ଏବେ ଗୋଟିଏ ନିର୍ମଳ ଓ ସ୍ଥିର ସରକାର ଗଠନ ପାଇଁ ଆମେ ପ୍ରୟାସ କରୁଛୁ।”

ଚଳିତ ବର୍ଷ ଶେଷ ଆଡ଼କୁ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବେ। ଏଥିପାଇଁ କଂଗ୍ରେସ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି।

Sachin Pilot Ashok Gehlot Rajstan Politics