Advertisment

କଂଗ୍ରେସରେ ତେଜୁଛି କଳି: ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଲେନି ସଚିନ ପାଇଲଟ

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଗେହଲଟ, ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ସେମାନଙ୍କ ଠାରୁ ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ସଂଗ୍ରହ କରିଥିଲେ।

author-image
Hemant Lenka
Sachin Pilot

Sachin Pilot

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତାଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଆଉ କିଛି ମାସ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଆସନ୍ତା ନିର୍ବାଚନ ପାଇଁ ଆଜି କଂଗ୍ରେସର ବରିଷ୍ଠ ନେତାମାନେ ପ୍ରସ୍ତୁତି ବୈଠକ କରିଥିଲେ। ହେଲେ ଏଥିରେ ସଚିନ ପାଇଲଟ ଯୋଗ ନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଗେହଲଟ, ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ସେମାନଙ୍କ ଠାରୁ ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ସଂଗ୍ରହ କରିଥିଲେ।

ପାଇଲଟ ଟୋଙ୍କ ଆସନରୁ ବିଧାୟକ ହୋଇଥିବା ବେଳେ ତାଙ୍କ ସହ ମଧ୍ୟ ଆଜି ବରିଷ୍ଠ ନେତାମାନେ ୱାନ ଟୁ ୱାନ ଆଲୋଚନା କରିଥାଆନ୍ତେ। ହେଲେ ସେ ବରିଷ୍ଠ ନେତାଙ୍କ ବୈଠକରେ ଯୋଗଦେଇ ନଥିଲେ। ସେ ଆଜି ନିଜସ୍ୱ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପାଇଲଟଙ୍କ ଏପରି ଆଭିମୁଖ୍ୟ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି କରିଛି।

Advertisment

ତେବେ ପାଇଲଟ କହିଛନ୍ତି, “ମୁଁ କାହା ବିରୋଧରେ କିମ୍ବା କଂଗ୍ରେସ ସରକାର ବିରୋଧରେ ନାହିଁ। ସବୁ କିଛି ଦୁର୍ନୀତି ବିରୋଧରେ କରାଯାଉଛି। ଏହି ଦୁର୍ନୀତି ବସୁନ୍ଧରା ରାଜେଙ୍କ ସରକାର ସମୟରେ ହୋଇଥିଲା। ମୁଁ ଏ ପ୍ରସଙ୍ଗରେ ଦୀର୍ଘଦିନରୁ କହି ଆସୁଛି। ରାଜସ୍ଥାନ ସରକାର ଯେତେବେଳେ ୩ ବର୍ଷ ପୁରୁଣା ହୋଇଥିଲା ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲି।

ଆମେ ଯେମିତି ହେଲେ, ଦୁର୍ନୀତିର ତଦନ୍ତ କରିବା ବୋଲି କହିଥିଲି। ଏବେ ନିର୍ବାଚନ ଆଉ କିଛି ମାସ ବାକି ରହିଛି। ଆମେ ବହୁତ କିଛି କହିଥିଲି ଓ ଦୁର୍ନୀତି ବିରୋଧରେ କିଛି ବି କରି ନାହୁଁ ବୋଲି ଲୋକେ କୁହନ୍ତୁ ବୋଲି ମୁଁ ଚାହେଁ ନାହିଁ। ତେଣୁ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରୁଛି।”

କିଛି ଦିନ ତଳେ ପାଇଲଟ ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି କରି ନିଜ ସରକାର ବିରୋଧରେ ଦିନିକିଆ ଅନଶନ କରିଥିଲେ। ଏହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ଏଥିସହ ପାଇଲଟଙ୍କୁ ଅନଶନ ନ କରିବାକୁ କୁହାଯାଇଥିଲା। ହେଲେ ପାଇଲଟ ଅନଶନ କରିଥିଲେ। ଏବେ ସେ ବୈଠକରେ ମଧ୍ୟ ଯୋଗ ଦେଇ ନାହାନ୍ତି। 

Congress Sachin Pilot Ashok Gehlot Rajstan Politics