Advertisment

ବ୍ରେନ୍‌ ସର୍ଜରୀ ପରେ କିପରି ଅଛନ୍ତି ସଦଗୁରୁ ଜଗି ବାସୁଦେବ? ନିଜେ କଲେ ଭିଡିଓ ପୋଷ୍ଟ

୯ ଦିନ ପୂର୍ବେ ଲୋକପ୍ରିୟ ଧର୍ମଗୁରୁ ସଦଗୁରୁ ଜଗି ବାସୁଦେବଙ୍କର ମସ୍ତିଷ୍କ ସର୍ଜରୀ ହୋଇଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ଅପଡେଟ୍‌

ଅଦ୍ୟତନ ହୋଇଛି
Sadhguru Jaggi Vasudev

Sadhguru Jaggi Vasudev

Advertisment

୯ ଦିନ ପୂର୍ବେ ଲୋକପ୍ରିୟ ଧର୍ମଗୁରୁ ସଦଗୁରୁ ଜଗି ବାସୁଦେବଙ୍କର ମସ୍ତିଷ୍କ ସର୍ଜରୀ ହୋଇଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ଅପଡେଟ୍‌ । ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓ ପୂର୍ବାପେକ୍ଷା ଖୁବ୍‌ ଆରାମ ଅନୁଭବ କରୁଥିବା କହୁଛନ୍ତି। ଏନେଇ ସେ ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

Advertisment

ନିଜ ସୋଶାଲ ମିଡିଆ ଆକାଉଣ୍ଟ Xରେ ସଦଗୁରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ସେ ହାଲକା ମ୍ୟୁଜିକ ଶୁଣିବା ସହ ଖବରକାଗଜ ପଢ଼ୁଥିବା ଦେଖିବାକୁ ମିଳୁଛି। ୧୯ ସେକେଣ୍ଡର ଏହି ଭିଡିଓ ପୋଷ୍ଟ ହେବା ପରେ ସମଗ୍ର ଦେଶବାସୀ ସଦଗୁରୁଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଏହା ପୂର୍ବରୁ ସଦଗୁରୁଙ୍କ ଝିଅ ରାଧେ ଜଗି ଏକ ପୋଷ୍ଟ କରି ସେ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରୁଥିବା ନେଇ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସଦଗୁରୁଙ୍କ ସହ ଫୋନ୍‌ରେ କଥା ହୋଇ ଖୁବ୍‌ ଶୀଘ୍ର ସେ ଆରୋଗ୍ୟ ହୁଅନ୍ତୁ ବୋଲି କାମନା କରିଛନ୍ତି। ଏନେଇ ମୋଦି ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

Advertisment

ଏହାର ଉତ୍ତରରରେ ସଦଗୁରୁ ଏକ ପୋଷ୍ଟ କରି, ପ୍ରିୟ ପ୍ରଧାନମନ୍ତ୍ରୀଜୀ ଆପଣଙ୍କ ନିକଟରେ ସମଗ୍ର ଦେଶ ନିମନ୍ତେ କାର୍ଯ୍ୟ କରିବାକୁ ବହୁତ କିଛି ବାକି ଅଛି। ତେଣୁ ଆପଣ ମୋ ଚିନ୍ତା କରନ୍ତୁ ନାହିଁ। ମୋ’ ପାଇଁ ଭାବି ଥିବାରୁ ଆପଣଙ୍କ ନିକଟରେ ଚୀର କୃତଜ୍ଞ ।

ଗତ କିଛି ଦିନ ହେବ ସଦଗୁରୁଙ୍କ ମୁଣ୍ଡରେ ଗଭୀର ଯନ୍ତ୍ରଣା ହେଉଥିବାରୁ ସେ ଦିଲ୍ଲୀସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ମସ୍ତିଷ୍କର MRI ପରେ ମୁଣ୍ଡ ଭିତରେ ପ୍ରବଳ ରକ୍ତସ୍ରାବ ହେଉଥିବା ଜଣାପଡ଼ିଥିଲା। ପ୍ରବଳ ମୁଣ୍ଡ ଯନ୍ତ୍ରଣା ଓ ବାନ୍ତି ଯୋଗୁ ଗତ ୧୭ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜରୁରିକାଳୀନ ମସ୍ତିଷ୍କ ସର୍ଜରୀ କରାଯାଇଥିଲା। ସର୍ଜରୀ ପରେ ଏବେ ସେ ସୁସ୍ଥ ହେଉଛନ୍ତି। 

Delhi Brain Disease Sadhguru Jaggi Vasudev
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe