Advertisment

ବୀରଭୂମିରୁ ମିଳିଲା ଅଘୋରି ସାଧୁଙ୍କ ମୃତଦେହ, ଅତିକ ହତ୍ୟାର ପ୍ରତିଶୋଧ କଥା କହିଲା ବିଜେପି

ଅଘୋରି ସାଧୁଙ୍କ ମୃତଦେହ ମିଳିବା ପରେ ବିଜେପି ପକ୍ଷରୁ ବଡ଼ ଦାବି କରାଯାଇଛି। ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଅଘୋରି ବାବାଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦିଆଯାଇଛି।

Sadhu

Sadhu

Advertisment

ପଶ୍ଚିମବଙ୍ଗର ବୀରଭୂମିରୁ ଜଣେ ସାଧୁଙ୍କ ଝୁଲନ୍ତା ମୃତଦେହ ମିଳିଛି। ବୀରଭୂମିର ପୁରାନନ୍ଦାପୁରରେ ଥିବା କାଳୀ ମନ୍ଦିର ଗଛରୁ ଅଘୋରି ସାଧୁ ବାବା ଭୂବନ ବାବାଙ୍କ ମୃତଦେହକୁ ଠାବ କରାଯାଇଛି। ଅଘୋରି ସାଧୁଙ୍କ ମୃତଦେହ ମିଳିବା ପରେ ବିଜେପି ପକ୍ଷରୁ ବଡ଼ ଦାବି କରାଯାଇଛି। ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଅଘୋରି ବାବାଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦିଆଯାଇଛି।

Advertisment

ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବିଜେପି କର୍ମୀମାନଙ୍କ ଗୋଟିଏ କର୍ମଶାଳାରେ ଯୋଗଦେଇ ଏପରି ମତ ରଖିଛନ୍ତି। ସେ କହିଛନ୍ତି, “ସନାତନ ସାଧୁଙ୍କୁ ହତ୍ୟା କରାଯାଇଛି ଓ ଟାଙ୍ଗି ଦିଆଯାଇଛି। ଡନ ଅତିକ ଅହମଦଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଏପରି କରାଯାଇଛି। ବେଙ୍ଗଲରେ ଏବେ ଗୋଟିଏ ପରମ୍ପରା ରହିଛି ବେଙ୍ଗଲକୁ ଝୁଲାଇ ଦିଅ। ଏହାକୁ ତୃଣମୂଳ କଂଗ୍ରେସ ଅନୁସରଣ କରୁଛି। ସେମାନେ ଲୋକଙ୍କୁ ହତ୍ୟା କରନ୍ତି ଓ ଗଛରେ ଟାଙ୍ଗି ଦିଅନ୍ତି। ସାଧୁଙ୍କ ସହ ମଧ୍ୟ ସେମିତି ହୋଇଛି।”

ନିନ୍ଦିଗ୍ରାମରୁ ବିଜେପି ବିଧାୟକ ଭାବେ ବିଧାନସଭା ନିର୍ବାଚିତ ହୋଇଥିବା ଶୁଭେନ୍ଦୁ ଅଧିକାରୀ ଟିଏମସି ଓ ବିଦ୍ରୋହୀ ସଂଗଠନକୁ ଗୋଟିଏ ନିକିତିରେ ତଉଲିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ “ବିଦ୍ରୋହୀ ସଂଗଠନ ଯଥା ଜମାତ-ଉଲ-ଭିଦା ଅତିକ ଅହମଦଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ସାଧୁଙ୍କୁ ହତ୍ୟା କରିଛି।

Advertisment

ପଶ୍ଚିମବଙ୍ଗରେ ଥିବା ଶତାଧିକ ମହନ୍ତ ଓ ଧାର୍ମିକ ଗୁରୁଙ୍କ ଠାରୁ ଫୋନ ଆସିବାରେ ଲାଗିଛି। ସେମାନେ ଅଘୋରି ସାଧୁ ଭୂବନ ବାବାଙ୍କ ଅପ୍ରତ୍ୟାଶିତ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇଯାଇଛନ୍ତି। ତାଙ୍କ ହତ୍ୟା କରି ବେହିରା କାଳୀ ମନ୍ଦିର ବାହାରେ ଥିବା ଗଛରେ ଝୁଲାଇ ଦିଆଯାଇଛି।” ଶ୍ରୀ ଅଧିକାରୀ ଘଟଣାର ଉପଯୁକ୍ତ ତଦନ୍ତ ଓ ଶବ ବ୍ୟବଚ୍ଛେଦର ଭିଡିଓ ଗ୍ରାଫି କରିବାକୁ ଦାବି କରିଛନ୍ତି।

ଅନ୍ୟପକ୍ଷରେ କାଲିଗଞ୍ଜରେ ଜଣେ କିଶୋରୀଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ଶ୍ରୀ ଅଧିକାରୀ ଟିଏମସି ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, “ଏହି ଘଟଣା ବେଙ୍ଗଲର ସବୁ ଗରିମାକୁ ଅତିକ୍ରମ କରିଦେଇଛି। ରାଜ୍ୟର ସମ୍ମାନ ଉପରେ ପ୍ରଶ୍ନ ଉଠିଛି। ଆମେ ସିବିଆଇ ତଦନ୍ତ ଦାବି କରୁଛୁ। ମୁଁ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ କଥା ହୋଇଛି। ଝିଅର ଅନ୍ତିମ ସଂସ୍କାର ପରେ ସେମାନେ କୋଲକାତା ଆସିବେ। ସେମାନଙ୍କୁ ଆଇନଗତ ସୁରକ୍ଷା ଯୋଗାଇ ଦିଆଯିବ।”

ଉତ୍ତର ଦିନାଜପୁରର କାଲିଗଞ୍ଜରେ ଜଣେ ଆଦିବାସୀ ନାବାଳିକଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର ଗୋଟିଏ କେନାଲରୁ ମୃତଦେହ ମିଳିବା ପରେ ପ୍ରବଳ ହିଂସା ଦେଖାଯାଇଥିଲା। ଏଥିପାଇଁ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଥିଲା। ହତ୍ୟା ଓ ଦୁଷ୍କର୍ମ ମାମଲାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ସେହିପରି ଘଟଣା ପରେ ହିଂସା ଓ ପୋଡ଼ାଜଳା କରିବା ଅଭିଯୋଗରେ ଆଉ ୬ ଜଣ ଗିରଫ ହୋଇଛନ୍ତି।

Bjp West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe