Advertisment

ମନ୍ଦିର ଯାଉଥିଲେ ସ୍ୱାଧୀ ଜୟଶ୍ରୀକାନନ୍ଦ, ହାଣି ପକାଇଲେ ୨ ସାଧୁ

ଜୟଶ୍ରୀକାନନ୍ଦଙ୍କ ଉପରକୁ ଆକ୍ରମଣ କରିଥିବା ୨ ସାଧୁଙ୍କୁ ଚିହ୍ନଟ କରାଯାଇ ସାରିଛି। ସେମାନେ ହେଲେ ଶିବଗିରି ଓ ସରସ୍ୱତୀ ଗିରି।

author-image
Niharika Rout
Hospital

Hospital

ଗୁଜରାଟର ଜୁନାଗଡ଼ରେ ଥିବା ଅଗ୍ନି ଆଖଡ଼ାର ସ୍ୱାଧୀ ଜୟଶ୍ରୀକାନନ୍ଦଙ୍କ ଉପରକୁ ମରଣାତ୍ମକ ଆକ୍ରମଣ ହୋଇଛି। ୨ ସାଧୁ ଖଣ୍ଡାରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିବା ଜଣାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଅଛି। ଦୁଇ ଆକ୍ରମଣକାରୀଙ୍କ ମଧ୍ୟରୁ ପୁଲିସ୍‌ ଜଣଙ୍କୁ ଗିରଫ କରିଥିବା ବେଳେ ଅଉ ଜଣଙ୍କୁ ଖୋଜିବା ଜାରି ରଖିଛି।

Advertisment

ଜୟଶ୍ରୀକାନନ୍ଦଙ୍କ ଉପରକୁ ଆକ୍ରମଣ କରିଥିବା ୨ ସାଧୁଙ୍କୁ ଚିହ୍ନଟ କରାଯାଇ ସାରିଛି। ସେମାନେ ହେଲେ ଶିବଗିରି ଓ ସରସ୍ୱତୀ ଗିରି। ପୁଲିସ୍‌ ସେମାନଙ୍କୁ ଚିହ୍ନଟ କରି ସାରିଥିବା ବେଳେ ଆକ୍ରମଣର କାରଣ କିନ୍ତୁ ଜଣାପଡ଼ିନି।

ଜୁନାଗଡ଼ ଡିଏସ୍‌ପିଙ୍କ ସୂଚନା ଅନୁଯାୟୀ, ଜୟଶ୍ରୀକାନନ୍ଦ ନିଜ ଆଶ୍ରମରୁ ମନ୍ଦିର ଅଭିମୁଖେ ଅଗ୍ରସର ହେଉଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ଏହି ସମୟରେ ଅତର୍କିତ ଭାବେ ୨ ସାଧୁ ଖଣ୍ଡାରେ ତାଙ୍କୁ ହାଣି ପକାଇଥିଲେ। ଜୟଶ୍ରୀକାନନ୍ଦଙ୍କ ପେଟରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି।

Advertisment

ଆକ୍ରମଣ ଖବର ପ୍ରଚାରିତ ହେବା ପରେ ସହରକୁ ଚାରିପଟୁ ସିଲ୍‌ କରି ଦିଆଯାଇ ଚେକିଂକୁ ଜୋର କରାଯାଇଥିଲା। ଏହାପରେ ଶିବଗିରି ଧରା ପଡ଼ିଯାଇଥିଲେ। ଅନ୍ୟ ଅଭିଯୁକ୍ତଙ୍କ ତଲାସୀ ଜାରି ରହିଛି। ତାଙ୍କୁ ବି ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଡିଏସ୍‌ପି ସୂଚନା ଦେଇଛନ୍ତି।

ଉତ୍ତେଜନା ଆଶଙ୍କାରେ ଅଗ୍ନି ଆଖଡ଼ାରେ ପୁଲିସ୍‌ ମୁତୟନ କରାଯାଇଛି। ପୁଲିସ୍‌ ଅଧିକାରୀମାନେ ସ୍ଥିତି ଉପରେ ତିକ୍ଷଣ ନଜର ରଖିଥିବା ଜଣାଯାଇଛି।

Attack