Advertisment

ମନ୍ତ୍ରୀଙ୍କ କାର୍‌କେଡକୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଡ୍ରାଇଭର ଫେରାର

ପିକ୍‌ଅପ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ମନ୍ତ୍ରୀଙ୍କ କାର୍‌କେଡର ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।

Accident

Accident

Advertisment

ମନ୍ତ୍ରୀଙ୍କ କାର୍‌କେଡକୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌ । ଏହି ଦୁର୍ଘଟଣା ପରେ ପିକ୍‌ଅପ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ମନ୍ତ୍ରୀଙ୍କ କାର୍‌କେଡର ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି।

Advertisment

ଏପରି ଏକ ଦୁର୍ଘଟଣା ଉତ୍ତରପ୍ରଦେଶର ଫତେହପୁରରେ ଘଟିଛି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ଅସୋଥରରେ ଏକ ଜନସଭାକୁ ସମ୍ବୋଧନ କରି ଫେରୁଥିଲେ।

ଅସୋଥର ଥାନା ଅଧୀନ ବନପୁରବା ନିକଟରେ ଏକ ବୁଲାଣିରେ ମନ୍ତ୍ରୀଙ୍କ କାର୍‌କେଡ ଯାଉଥିବା ବେଳେ ସାମନା ପଟୁ ଦ୍ରୁତ ଗତିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଆସୁଥିଲା। ଉକ୍ତ ସମୟରେ ପିକ୍‌ଅପ୍‌ଟି ମନ୍ତ୍ରୀଙ୍କ କାରକେଡରେ ଥିବା ଗାଡ଼ିକୁ ପିଟିଥିଲା। ଫଳରେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ଉକ୍ତ ଗାଡ଼ିରେ ଥିବା ପୁଲିସ୍‌ କର୍ମଚାରୀ ଅଳ୍ପକେ ରକ୍ଷା ପାଇଛନ୍ତି। ଏହାଦେଖି ପିକଅପ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

Advertisment

ଗତ ବର୍ଷ ମାର୍ଚ୍ଚରେ ମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତିଙ୍କ କାର୍‌ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। କର୍ଣ୍ଣାଟକାର ବିଜୟପୁରାରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ସ୍ୱାଧୀ ନିରଞ୍ଜନ ଜ୍ୟୋତି ଓ ତାଙ୍କ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ।

Uttar Pradesh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe