Advertisment

ସହିଦଙ୍କ ଜୁଇରେ ଶୋଇ ପଡ଼ିଲେ ପତ୍ନୀ, କହିଲେ- ‘ମୋତେ ବି ସାଙ୍ଗରେ ନେଇ ଯାଅ’

‘ତୁମେ ତ ଚାଲିଗଲ, ମୋତେ ବି ସାଙ୍ଗରେ ନେଇ ଯାଅ । ଆଉ ଏ ଜୀବନ ରଖି ଲାଭ କ’ଣ । ମୁଁ ବି ତୁମ ସହ ମରିବାକୁ ଚାହୁଁଛି ।’

author-image
Niharika Rout
Last Rituals

Last Rituals

‘ତୁମେ ତ ଚାଲିଗଲ, ମୋତେ ବି ସାଙ୍ଗରେ ନେଇ ଯାଅ । ଆଉ ଏ ଜୀବନ ରଖି ଲାଭ କ’ଣ । ମୁଁ ବି ତୁମ ସହ ମରିବାକୁ ଚାହୁଁଛି ।’ ଛତିଶଗଡରେ ଗତ ବୁଧବାର ହୋଇଥିବା ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଜଣେ ଯବାନଙ୍କ ଶେଷକୃତ୍ୟ ବେଳେ ତାଙ୍କ ପତ୍ନୀଙ୍କ ଏପରି ବୁକୁଫଟା ଚିତ୍କାର ଶୁଣିବାକୁ ମିଳୁଥିଲା। କେବଳ ସେତିକି ନୁହେଁ, ସ୍ୱାମୀଙ୍କ ମୃତ୍ୟୁକୁ ବରଦାସ୍ତ କରି ପାରୁ ନ ଥିବା ପତ୍ନୀ ସ୍ୱାମୀଙ୍କ ଚିତାରେ ଶୋଇ ପଡ଼ିଥିଲେ। ବହୁ କଷ୍ଟରେ ପରିଜନ ତାଙ୍କୁ ସେଠାରୁ ଉଠାଇ ଆଣିବା ପରେ ପଞ୍ଚଭୂତରେ ବିଲୀନ ହୋଇଥିଲା ସହିଦଙ୍କ ମରଶରୀର।

Advertisment

ଛତିଶଗଡ଼ ଦନ୍ତେୱାଡ଼ାରେ ଗତ ବୁଧବାର ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ସ୍ଥାନୀୟ ଅଞ୍ଚଳର ରାଜୁ କରତାମଙ୍କ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ରାଜୁଙ୍କ ପାର୍ଥିବ ଶରୀରକୁ ଦାହ ସଂସ୍କାର କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ କେବଳ ମୁଖାଗ୍ନି ଦେବା ବାକି ଥିଲା।

ଏହି ସମୟରେ ସେଠାରେ ଉପସ୍ଥିତ ରହି ଆଖିରୁ ଲୁହ ଗଡ଼ାଉଥିବା ସହିଦଙ୍କ ପତ୍ନୀ ରେଶମା କିନ୍ତୁ ସ୍ୱାମୀଙ୍କ ମୃତଦେହକୁ ଜୁଇ ଉପରେ ଦେଖି ଆଉ ନିଜକୁ ସମ୍ଭାଳି ପାରି ନ ଥିଲେ। ସେ ବି ଜୁଇ ଉପରକୁ ଚଢ଼ି ଯାଇ ସେଠାରେ ଲୋଟି ପଡ଼ିଥିଲେ ଓ ନିଆଁ ଲଗାଇ ଦେବାକୁ ସମ୍ପର୍କୀୟଙ୍କୁ କହିଥିଲେ।

Advertisment

ମାତ୍ର ପରିବାର ଲୋକେ ବହୁ ବୁଝାଶୁଝା କରିବା ପରେ ରେଶମାଙ୍କୁ ଜୁଇ ଉପରୁ ତଳକୁ ଆଣିଥିଲେ। ଏହାପରେ ରାଜୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହା ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ଆଖିରୁ ଆପେଆପେ ଲୁହ ଗଡ଼ି ଯାଇଥିଲା। 

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲଙ୍କ ଭୟଙ୍କର ଆଇଇଡି ବିସ୍ଫୋରଣରେ ୧୦ ପୁଲିସ୍‌ କର୍ମଚାରୀ ଓ ସେମାନେ ଯାଉଥିବା ଭଡ଼ା ଗାଡ଼ିର ଡ୍ରାଇଭର ପ୍ରାଣ ହରାଇଥିଲେ। ରାଜ୍ୟର ରାଜଧାନୀ ରାୟପୁରଠାରୁ ୪୫୦ କିମି ଦୂରରେ ଏହି ହମଲା ହୋଇଥିଲା। ନକ୍ସଲ ଦମନ ଅଭିଯାନରୁ ଡିଆରଜି ଯବାନମାନେ ଫେରୁଥିବା ବେଳେ ଏପରି ହମଲାରେ ବଳିଦାନ ଦେଇଥିଲେ।

Chhattisgarh Naxal Attack Deadbody