Advertisment

ସାଇ ବାବାଙ୍କୁ ନେଇ ବିବାଦ, ୧୪ଟି ମନ୍ଦିରରୁ ହଟିଲା ପ୍ରତିମା

୧୪ଟି ମନ୍ଦିରରୁ ସାଇ ବାବାଙ୍କ ମୂର୍ତ୍ତି ହଟାଯାଇଥିବା ହିନ୍ଦୁ ସଙ୍ଗଠନ ଦାବି କରିଛି। ଟାର୍ଗେଟ୍‌ରେ ଆହୁରି ୨୮ଟି ମନ୍ଦିର ରହିଥିବା ସୂଚନା ମିଳିଛି।

Sai Baba idols removed

Sai Baba idols removed

Advertisment

ସାଇ ବାବାଙ୍କୁ ନେଇ ଘନେଇଲା ବିବାଦ। ଅଧ୍ୟାତ୍ମିକ ନଗରୀ ବାରଣାସୀର ମନ୍ଦିରରେ ସ୍ଥାପିତ ସାଇ ବାବାଙ୍କ ମୂର୍ତ୍ତିକୁ ନେଇ ବିରୋଧ ତେଜିବାରେ ଲାଗିଛି। ହିନ୍ଦୁ ସଙ୍ଗଠନ ପକ୍ଷରୁ ସାଇ ବାବାଙ୍କ ମୂର୍ତ୍ତିଗୁଡିକୁ ମନ୍ଦିରରୁ ହଟାଯାଉଛି। ବର୍ତ୍ତମାନ ସୁଦ୍ଧା ୧୪ଟି ମନ୍ଦିରରୁ ମୂର୍ତ୍ତି ହଟାଯାଇଥିବା ହିନ୍ଦୁ ସଙ୍ଗଠନ ଦାବି କରିଛି। ଟାର୍ଗେଟ୍‌ରେ ଆହୁରି ୨୮ଟି ମନ୍ଦିର ରହିଥିବା ସୂଚନା ମିଳିଛି।

Advertisment

ହିନ୍ଦୁ ସଙ୍ଗଠନର ଅଭିଯୋଗ ମୁତାବକ, ସାଇ ବାବା ହେଉଛନ୍ତି ଜଣେ ମୁସଲମାନ ସାଧୁ। ତାଙ୍କର ପ୍ରକୃତ ନାମ ଚାନ୍ଦ ବାବା। ସନାତନ ଧର୍ମ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ତେଣୁ ତାଙ୍କୁ ପୂଜା କରାଯାଇପାରିବ ନାହିଁ। ଏଭଳି କିଛି ଅଭିଯୋଗ କରି ହିନ୍ଦୁ ସଙ୍ଗଠନ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି। କେନ୍ଦ୍ରୀୟ ବ୍ରାହ୍ମଣ ସଭା ନାମକ ଏକ ସଙ୍ଗଠନ ମନ୍ଦିରଗୁଡିକରୁ ସାଇଙ୍କ ପ୍ରତିମାକୁ ହଟାଉଛନ୍ତି।

ରବିବାର ବିଳମ୍ବିତ ରାତିରୁ ବାରାଣସୀର ପ୍ରସିଦ୍ଧ ବଡା ଗଣେଶ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ସନାତନ ରକ୍ଷକ ଦଳ ମଧ୍ୟ ଯୋଗ ଦେଇଛି। ସନାତନ ରାକ୍ଷକ ଦଳ କହିଛି ଯେ, ସାଇଙ୍କ ପ୍ରତିମାକୁ ୧୪ ଟି ମନ୍ଦିରରୁ ହଟାଇ ଦିଆଯାଇଛି। ଆହୁରି ଅନେକ ମନ୍ଦିର ବାକି ଅଛି। ବଡ଼ା ଗଣେଶ ମନ୍ଦିରର ପୂଜାରୀ ମଧ୍ୟ କହିଛନ୍ତି ଯେ, ସାଇଙ୍କ ପ୍ରତିମା ୨୦୧୩ରେ ଏଠାରେ ସ୍ଥାପିତ କରାଯାଇଥିଲା। ଯଦି ଏହା ଶାସ୍ତ୍ର ସମ୍ମତ ନୁହେଁ ତେବେ ଏହାକୁ ହଟାଇବାରେ କୌଣସି ଅସୁବିଧା ନାହିଁ।

Advertisment

ଏହି ଅଭିଯାନ ସହିତ ଜଡିତ ସଙ୍ଗଠନ ଗୁଡିକ କହିଛନ୍ତି ଯେ ସାଇ ବାବାଙ୍କ ଉପରେ ଯଦି କାହାର ଆସ୍ଥା ରହିଛି ତେବେ ଆମର ଏଥିରେ କୌଣସି ଆପତ୍ତି ନାହିଁ। ସେମାନେ ସାଇଙ୍କ ମନ୍ଦିର ନିର୍ମାଣ କରି ସେଠାରେ ପୂଜା କରିବା ଉଚିତ୍। କିନ୍ତୁ ଅନ୍ୟ ଦେବତାମାନଙ୍କ ମନ୍ଦିରରେ ସାଇ ବାବାଙ୍କୁ ରଖିବାକୁ ଅନୁମତି ଦିଆଯିବ ନାହିଁ।

କହି ରଖୁ ଯେ, ୧୦ ବର୍ଷ ପୂର୍ବେ ୨୦୧୪ରେ, ସାଇ ବିରୋଧରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଥିଲେ। ଦ୍ୱାରକା ଶରଦା ପୀଠ ଓ ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପା ନନ୍ଦ ସରସ୍ୱତୀ ରାମ ନବମୀ ଦିନ ଏହି ଅଭିଯାନ ଆରମ୍ଭ କରିଥିଲେ। ଭଗବାନଙ୍କ ଅବତାର ଅବା ଗୁରୁଙ୍କୁ ପୂଜା କରାଯାଏ। ସନତାଦ ଧର୍ମରେ ଭଗବାନ ବିଷ୍ଣୁଙ୍କ ୨୪ ଅବତାର ଥିବା ବିଶ୍ୱାସ। କଳିଯୁଗରେ ବୁଦ୍ଧ ଓ କଲକି ବ୍ୟତୀତ କୌଣସି ଅବତାରର ଚର୍ଚ୍ଚା ନାହିଁ। ତେଣୁ ସାଇ ଏକ ଅବତାର ହୋଇପାରିବ ନାହିଁ ବୋଲି ଶଙ୍କରାଚାର୍ଯ୍ୟ ସ୍ୱରୂପା ନନ୍ଦ ସରସ୍ୱତୀ କହିଥିଲେ।

Muslim Vs Sanatan Sai Baba Idols Removed Varanasi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe