Advertisment

ମାନହାନୀ କେସ୍‌: ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଟିଏମସି ସାଂସଦଙ୍କୁ ନିର୍ଦ୍ଦେଶ

ହାଇକୋର୍ଟ ସାଂସଦ ସାକେତଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଆବେଦନକାରୀ ଲକ୍ଷ୍ମୀ ପୁରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ ତାଙ୍କୁ କୋର୍ଟ ନିଜର ସୋଶାଲ ମିଡିଆରେ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି।

Saket Gokhale

Saket Gokhale

Advertisment

ଟିଏମସିର ରାଜ୍ୟସଭା ସାଂସଦ ସାକେତ ଗୋଖଲେଙ୍କୁ ବଡ଼ ଝଟକା ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ କେସ୍‌ରେ ଆବେଦନକାରୀଙ୍କ ବିଜୟ ହୋଇଛି।

Advertisment

ଏଥିପାଇଁ ହାଇକୋର୍ଟ ସାଂସଦ ସାକେତଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଆବେଦନକାରୀ ଲକ୍ଷ୍ମୀ ପୁରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ ତାଙ୍କୁ କୋର୍ଟ ନିଜର ସୋଶାଲ ମିଡିଆରେ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି।

ଏହି କ୍ଷମା ପ୍ରାର୍ଥନା ପୋଷ୍ଟ ଅତିକମରେ ୬ ମାସ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ରହିବ। ଏହାବାଦ ସାକେତ ଗୋଟିଏ ବଡ଼ ଖବର କାଗଜରେ କ୍ଷମା ମାଗିଥିବା ସମ୍ପର୍କିତ ତଥ୍ୟକୁ ସାର୍ବଜନୀନ କରିବେ। ନିର୍ଦ୍ଦେଶର ୮ ସପ୍ତାହ ମଧ୍ୟରେ ତାଙ୍କୁ ଏପରି ବିଜ୍ଞାପନ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

Advertisment

୨୦୨୧ ମସିହା ଜୁନ ୧୩ ଓ ଜୁନ ୨୬ରେ ସାକେତ ନିଜର ଏକ୍ସ ଆଉଣ୍ଟରେ କିଛି କଥା ପୋଷ୍ଟ କରିଥିଲେ। ଆୟ ବାହାରେ ଲକ୍ଷ୍ମୀ ପୁରୀ ସ୍ୱିଜରଲ୍ୟାଣ୍ଡରେ ସମ୍ପତ୍ତି କିଣିଛନ୍ତି। ଲକ୍ଷ୍ମୀଙ୍କ ସ୍ୱାମୀ ହେଉଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ। ତାଙ୍କୁ ମଧ୍ୟ ଏକ୍ସ ଜରିଆରେ ସାକେତ ଟାର୍ଗେଟ କରିଥିଲେ।

ତେବେ ଏହାକୁ ଭିତ୍ତିହୀନ ବୋଲି ଅଭିଯୋଗ କରି ଲକ୍ଷ୍ମୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସାକେତ ମିଥ୍ୟା ଓ ବିଭ୍ରାନ୍ତକର ତଥ୍ୟ ଦେଇ ତାଙ୍କୁ ଓ ତାଙ୍କ ପରିବାରର ସମ୍ମାନହାନୀ କରିଥିବା ସେ ଅଭିଯୋଗ କରିଥିଲେ। ଏହାର ବିଚାର କରି ହାଇକୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Saket Gokhale TMC Delhi High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe