Advertisment

ଅଖିଳେଶଙ୍କୁ ଝଟ୍‌କା, ଇସ୍ତଫା ଦେଲେ ସଲିମ ଶେରଓ୍ୱାନି

୫ ଥର ସାଂସଦ ଥିବା ସଲିମ ଶେରଓ୍ଵାନି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି।

author-image
Madhupriya Mistry
Saleem iqbal shervani and Akhilesh

Saleem iqbal shervani and Akhilesh

ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ପୁଣି ଝଟ୍‌କା। ଦଳରେ ଜାରି ରହିଛି ଇସ୍ତଫା ଝଡ଼। ସାଇକେଲରୁ ଓହ୍ଲାଉଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା। ଦଳର ସାଧାରଣ ସମ୍ପାଦକ ପଦରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେବା ପରେ ଏବେ ଆଉ ଦୁଇ ନେତା ଇସ୍ତଫା ଦେଇଛନ୍ତି। ୫ ଥର ସାଂସଦ ଥିବା ସଲିମ ଶେରଓ୍ଵାନି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପାଖକୁ ପଠାଇଛନ୍ତି। ଦଳରୁ ଅସନ୍ତୁଷ୍ଟ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି।

Advertisment

ଦଳ ତାଙ୍କୁ ରାଜ୍ୟସଭା ପଠାଇ ନଥିବା ଯୋଗୁ ସଲମି ଅସନ୍ତୁଷ୍ଟ ଅଛନ୍ତି। ସଲିମ ଶେରଓ୍ଵାନି କହିଛନ୍ତି, ମୁଁ କିଛି ଦିନ ହେବ ତୁମ ସହିତ ମୁସଲମାନଙ୍କ ସ୍ଥିତି ବିଷୟରେ ଲଗାତାର ଆଲୋଚନା କରୁଛି। ମୁଁ ସର୍ବଦା ଜଣାଇବାକୁ ଚେଷ୍ଟା କରିଛି ଯେ ମୁସଲମାନମାନେ ଅବହେଳିତ ଅନୁଭବ କରୁଛନ୍ତି। କ୍ରମାଗତ ଭାବରେ ଦଳ ଉପରେ ସେମାନେ ଆସ୍ଥା ହରାଉଛନ୍ତି । ଦଳ ସହ ତାଙ୍କର ଦୂରତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେମାନେ ଜଣେ ପ୍ରକୃତ ନେତା ଖୋଜୁଛନ୍ତି। ସେମାନଙ୍କ ସମର୍ଥନକୁ ଦଳ ଅଣଦେଖା କରିବା ଉଚିତ ନୁହେଁ।

ଇସ୍ତଫା ଦେବା ପୂର୍ବରୁ ସଲିମ ଦିଲ୍ଲୀର ଇସଲାମିକ କଲଚର ସେଣ୍ଟରରେ ନିଜ ସମର୍ଥକଙ୍କ ସହ ଏକ ବୈଠକ କରିଥିଲେ। ଏଥିରେ ସେ ରାଷ୍ଟ୍ରୀୟ ମହାସଚିବ ପଦର ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ।

Advertisment

ସେହିପରି ପୂର୍ବତନ ମନ୍ତ୍ରୀ ଅବିଦ ରଜା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଗତ ସପ୍ତାହରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସପା ମହାସଚିବ ପଦ ଛାଡ଼ିଥିଲେ। ଦଳରେ ତାଙ୍କୁ ଅବହେଳା କରାଯାଉଥିବା ଦର୍ଶାଇ ସେ ଇସ୍ତାଫା ଦେଇଥିଲେ। ଏକ ସପ୍ତାହ ଭିତରେ ଅନେକ ନେତାଙ୍କ ଇସ୍ତଫା ଯୋଗୁ ଦଳରେ ହଇଚଇ ଆରମ୍ଭ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ବଦାୟୁଁ ଲୋକସଭା ଆସନରୁ ପାଞ୍ଚ ଥର ସାଂସଦ ରହିସାରିଛନ୍ତି ସଲିମ। ଚାରିଥରେ ସମାଜବାଦୀ ଟିକେଟରେ ନିର୍ବାଚନ ଜିତିଥିବାବେଳେ ସେ ଥରେ କଂଗ୍ରେସରୁ ସାଂସଦ ହୋଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଶେରୱାନି ସମାଜବାଦୀ ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ଦ୍ୱାରା ନିର୍ବାଚନ ପରାଜୟ ପରେ ସେ ପୁଣି ସପାକୁ ଫେରି ଆସିଥିଲେ।

Akhilesh Yadav Samajwadi Party Loksabha Election 2024 Saleem Iqbal Shervani