Advertisment

ଭାଇଜାନଙ୍କୁ ପୁଣି ମିଳିଲା ଧମକ, ମାସେ ଭିତରେ...

ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍। ଗତକାଲି ବିଳମ୍ବିତ ରାତିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଏହି ଧମକପୂର୍ଣ୍ଣ ମେସେଜ ମିଳିଥିବା ଜଣାଯାଇଛି।

Salman Khan

Salman Khan

Advertisment

ଭାଇଜାନଙ୍କୁ ପୁଣି ମିଳିଛି ହତ୍ୟା ଧମକ। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍। ଗତକାଲି ବିଳମ୍ବିତ ରାତିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଏହି ଧମକପୂର୍ଣ୍ଣ ମେସେଜ ମିଳିଥିବା ଜଣାଯାଇଛି।

Advertisment

ଏଥିରେ କୁହାଯାଇଛି ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ।  ତାଙ୍କୁ ସେ ଭିତରେ ମାରିଦେବା ଲାଗି ଖୋଲା ଚେତାବନୀ ଦିଆଯାଇଛି। ତାଙ୍କର ଏପରି ଅବସ୍ଥା କରାଯିବ, ଯେ ସେ ନିଜ ନାମରେ ଗୀତ ଲେଖିବାକୁ ସାହସ କରିପାରିବେନି। ଯଦି ସଲମାନଙ୍କ ସାହସ ଅଛି ତାଙ୍କୁ ବଞ୍ଚାଇ ଦେଖାନ୍ତୁ ବୋଲି ବି ଚେତାବନୀ ଦିଆଯାଇଛି।  

ଯେଉଁ ନମ୍ବରରୁ ଏହି ଧମକ ଆସିଛି ପୁଲିସ୍‌ ତାହାକୁ ଟ୍ରାକ୍‌ କରିବାକୁ ପ୍ରୟାସ ଜାରି ରଖିଛି। ତେବେ କେଉଁ ଗୀତକୁ ଟାର୍ଗେଟ କରି ଏପରି ଧମକ ଦିଆଯାଇଛି ଓ କିଏ ଏହାକୁ ଲେଖିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି।

Advertisment

ତେବେ ଏପରି ଧମକପୂର୍ଣ୍ଣ ମେସେଜକୁ ନେଇ ପୂରା ବି-ଟାଉନ୍‌ରେ ଚହଳ ସୃଷ୍ଟି ହୋଇଥିବା ବେଳେ ବଲିଉଡର ଦବଙ୍ଗ ଖାନ ହାଇଦ୍ରାବାଦରେ ନିଜ ଅପକମିଙ୍ଗ ଫିଲ୍ମ ‘ସିକନ୍ଦର’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

 ଏହି ମେସେଜ ପରେ ୱର୍ଲି ଥାନା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ଛାନଭିନ୍ ଚଳାଇଛି। ଗତ ମାସରେ ସଲମାନଙ୍କୁ ହତ୍ୟା ନେଇ ଏକାଧିକ ଥର ଧମକ ଆସିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି।

ନିକଟରେ ସଲମାନ ଖାନଙ୍କ ଅତି ଘନିଷ୍ଠ ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିଷ୍ଣୋଇ ଗ୍ୟାଙ୍ଗ ଏହାର ଦୋଷ ନିଜ ମୁଣ୍ଡକୁ ନେଇଛି। ଏହାପରଠୁ ସଲମାନଙ୍କ ନିକଟକୁ ଧମକପୂର୍ଣ୍ଣ ମେସେଜ ଓ ଫୋନ୍‌ କଲ୍‌ ଆସିବାରେ ଲାଗିଛି। ତେଣୁ ତାଙ୍କ ସୁରୁକ୍ଷା ବ୍ୟବସ୍ଥାକୁ ବଢ଼ାଯିବା ସହ ତାଙ୍କ ଆପାର୍ଟମେଣ୍ଟ ବାହାରେ ବି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

Salman Khan Lawrence Bishnoi Gang Threat To Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe