Advertisment

ସଲମାନଙ୍କୁ ପୁଣି ଧମକ, ବାବା ସିଦ୍ଦିକିଙ୍କଠାରୁ ବି ଅବସ୍ଥା ଖରାପ ହେବ

ମୁମ୍ବାଇ ଟ୍ରାଫିକ୍‌ ପୁଲିସ ନିକଟକୁ ସଲମାନ ଖାନ୍‌ଙ୍କ ନାଁରେ ଧମକପୂର୍ଣ୍ଣ ମେସେଜ ମିଳିଛି।

author-image
Madhupriya Mistry
Salman Khan

Salman Khan

ବଲିଉଡର ଭାଇଜାନ ସଲମାନ ଖାନ୍‌। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ତାଙ୍କର ଶତ୍ରୁତା ବେଶ୍‌ ପୁରୁଣା। ନିକଟରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ତାଙ୍କର ଜୀବନ ପ୍ରତି ରହିଛି ଘୋର ବିପଦ। ବାରମ୍ବାର ତାଙ୍କୁ ହତ୍ୟା ଧମକ ଦେଇ ଚାଲିଛି ଲରେନ୍ସ ଗ୍ୟାଙ୍ଗ। ଏବେ ପୁଣି ସଲମାନଙ୍କୁ ହତ୍ୟା କରିବାକୁ ମିଳିଛି ଧମକ।

Advertisment

ମୁମ୍ବାଇ ଟ୍ରାଫିକ୍‌ ପୁଲିସ ନିକଟକୁ ସଲମାନ ଖାନ୍‌ଙ୍କ ନାଁରେ ଧମକପୂର୍ଣ୍ଣ ମେସେଜ ମିଳିଛି। ହ୍ୱାଟସଆପ୍‌ରେ ଏହି ମେସେଜ ଆସିଛି। ଏଥିରେ ସଲମାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରାଯାଇଛି। 

ମେସେଜରେ ଲେଖାଯାଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ସଲମାନ ୫ କୋଟି ଟଙ୍କା ଦିଅନ୍ତୁ। ନଚେତ ବାବା ସିଦ୍ଦିକିଙ୍କ ଠାରୁ ବି ତାଙ୍କ ଅବସ୍ଥା ଖରାପ ହେବ। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅତି ନିକଟତର ବୋଲି କହିଛି। ଏହି ଧମକପୂର୍ଣ୍ଣ ମେସେଜ ପାଇବା ପରେ ମୁମ୍ବାଇ ପୁଲିସ ତନାଘନା ଆରମ୍ଭ କରିଛି।

Advertisment

ଏହାପୂର୍ବୂରୁ ସଲମାନଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିବା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ବୁଧବାର ଦିନ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ସଲମାନଙ୍କ ଫାର୍ସ ହାଉସରେ ରେକି କରିଥିବା ଅଭିଯୁକ୍ତଙ୍କୁ ହରିୟାଣାର ପାନିପାତରୁ ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତିର ନାମ ହେଉଛି ସୁକ୍‌ଖା ଓରଫ ସୁଖବିର ବଲବିର ସିଂହ। ସେ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଶାର୍ପ ସୁଟର ଏବଂ ତାଙ୍କୁ ନାବି ମୁମ୍ବାଇ ଅଣାଯାଇଛି। ତାଙ୍କୁ କୋର୍ଟରେ ହାଜର କରାଯିବ।

ପୁଲିସ କହିଛି, ସୁକ୍‌ଖାଙ୍କୁ ଗିରଫ କରିବା ଲାଗି ପୁଲିସ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାନିପତରେ ପହଞ୍ଚିଥିଲା। ସେଠାର ଅଭିନନ୍ଦନ ହୋଟେଲର ରୁମ୍‌ ନଂ ୧୦୪ରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ନିଜର ବେଶ ବଦଳାଇ ସେଠାରେ ଲୁଚିଥିଲେ। ସେ ପାନିପତର ରେରକଲା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ତେବେ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିବା ପାଇଁ ଦାୟିତ୍ୱ ଦେଇଥିଲା। ତାଙ୍କ ଦଳର କିଛି ସଦସ୍ୟ ଗିରଫ ହୋଇଥିଲେ ହେଁ ସୁକ୍‌ଖା ଫେରାର ଥିଲେ। ଏବେ ବାବା ସିଦ୍ଧକିଙ୍କ ହତ୍ୟାର ଯାଞ୍ଚ କରୁଥିବା ବେଳେ ପୁଲିସକୁ ବଡ଼ ସଫଳତା ମିଳିଛି।

Salman Khan Mumbai Police Lawrence Bishnoi Gang Threat To Salman Khan