Advertisment

ସଲମାନ୍ ଖାନଙ୍କ ଘରେ ଲାଗିଲା ବୁଲେଟ୍ ପ୍ରୁଫ୍ ଗ୍ଲାସ୍

ସଲମାନଙ୍କ ଘର ସମ୍ମୁଖରେ ପୁଣିଥରେ ସନ୍ଦିଗ୍ଧ ଗତିବିଧି ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ବାନ୍ଦ୍ରାସ୍ଥିତ ଘରେ ଏଥର ଜନ୍ମଦିନ ପାଳନ କରିନଥିଲେ ସଲମାନ।

author-image
Debadatta Aryashrestha
Salman Khan

Salman Khan

ଅଭିନେତା ସଲମାନ୍ ଖାନଙ୍କ ଘରେ ବୁଲେଟ୍ ପ୍ରୁଫ୍ ଗ୍ଲାସ୍ ଲାଗିଛି। ନିଜ ମୁମ୍ବାଇ ବାନ୍ଦ୍ରାସ୍ଥିତ ଗ୍ୟାଲେକ୍ସି ଆପର୍ଟମେଣ୍ଟର ବାଲକୋନୀକୁ ବୁଲେଟ୍ ପ୍ରୁଫ୍ ସୁରକ୍ଷା ବଳୟରେ ରଖିଛନ୍ତି ସଲମାନ। ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ Y+ ସୁରକ୍ଷା ଯୋଗାଇ ଦିଆଯାଇଛି।

Advertisment

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ସଲମାନଙ୍କ ଘର ସମ୍ମୁଖରେ ପୁଣିଥରେ ସନ୍ଦିଗ୍ଧ ଗତିବିଧି ଦେଖାଦେଇଛି। ତାସହ ନିକଟରେ ଖୋଲାଖୋଲି ଭାବେ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲେ ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀ। ସଲମାନଙ୍କ ବେଶ୍ ନିକଟତର ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗତବର୍ଷ ୧୨ ଅକ୍ଟୋବରରେ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ସଲମାନଙ୍କ ସୁରକ୍ଷା ବଢ଼ିଛି। ତାଙ୍କୁ Y+ ସୁରକ୍ଷା ଯୋଗାଇ ଦିଆଯାଇଛି।

ଏଥର ସଲମାନ୍ ୨୭ ଡିସେମ୍ବରରେ ୫୯ତମ ଜନ୍ମ ଦିନ ବି ସୁରକ୍ଷା ଦୃଷ୍ଟିକୋଣରୁ ବାନ୍ଦ୍ରା ଘରେ ପାଳନ କରିନଥିଲେ। ପ୍ରତିବର୍ଷ ସଲମାନଙ୍କ ଜନ୍ମଦିନରେ ଏହି ଘର ଆଗରେ ପ୍ରଶଂସକଙ୍କ ଭିଡ଼ ଜମେ। ସଲମାନ ମଧ୍ୟ ବାଲକୋନୀକୁ ଆସି ନିଜ ପ୍ରଶଂସକଙ୍କୁ ଭେଟନ୍ତି। ତାସହ ଏହା ସାଧାରଣ ଭାବେ ଖୋଲା ମଧ୍ୟ ରୁହେ। କିନ୍ତୁ ଏବେ ଏହାକୁ ବୁଲେଟ ପ୍ରୁଫ ସୁରକ୍ଷା ବଳୟ ଭିତରେ ରଖାଯାଇଛି।

Advertisment
Salman Khan Sikandar Lawrence Bishnoi Galaxy Apartment