Advertisment

ବିବାଦ ପରେ ସାମ୍‌ ପିଟ୍ରୋଡାଙ୍କ ଇସ୍ତଫା

ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଅଡୁଆରେ ପଡ଼ିଥିଲା କଂଗ୍ରେସ। ନିର୍ବାଚନ ବେଳେ ବିଜେପି ଏହି ବୟାନକୁ ନେଇ କଂଗ୍ରେସକୁ ଘେରିଥିଲା।

Sam Pitroda

Sam Pitroda

Advertisment

ନିର୍ବାଚନ ବେଳେ ବର୍ଣ୍ଣ ବୈଷମ୍ୟ ଉପରେ ଦେଇଥିବା ବୟାନ ଯୋଗୁ ବିବାଦରେ ଥିବା ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ଆଜି ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସର ଇଣ୍ଡିଆନ ଓଭରସିଜ୍‌ ଚେୟାରମ୍ୟାନ ପଦ ଛାଡ଼ି ଦେଇଛନ୍ତି। ସେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପାଖରୁ ଇସ୍ତଫାପତ୍ର ପଠାଇଥିଲେ। ଏହାକୁ କଂଗ୍ରେସ ସଭାପତି ଗ୍ରହଣ କରିଥିବା ଏକ୍ସରେ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ଜୟରାମ ରମେଶ।

Advertisment

ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଅଡୁଆରେ ପଡ଼ିଥିଲା କଂଗ୍ରେସ। ନିର୍ବାଚନ ବେଳେ ବିଜେପି ଏହି ବୟାନକୁ ନେଇ କଂଗ୍ରେସକୁ ଘେରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ପ୍ରସଙ୍ଗ କରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଘେରିଥିଲେ। ବିବାଦ ବଢ଼ୁଥିବାରୁ ସାମ ପିଟ୍ରୋଡା ଆଜି କଂଗ୍ରେସର ଇଣ୍ତିଆନ ଓଭରସିଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

ଦି ଷ୍ଟେଟମେନ୍‌କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସାମ୍ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ ଭାରତକୁ ଏକ ବିବିଧ ଦେଶ ଭାବରେ ବର୍ଣ୍ଣନା କରିଥିଲେ।

Advertisment

ପୂର୍ବୋତ୍ତର ଲୋକମାନେ ଚାଇନିଜ୍ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ ଆଫ୍ରିକୀୟ ପରି ଦେଖାଯାଆନ୍ତି ବୋଲି ସେ କହିଥିଲେ। ଏହାକୁ ନେଇ ଦିନ ତମାମ ବେଶ ବିବାଦ ଦେଖିବାକୁ ମିଳିଥିଲା।

Congress Sam Pitroda Sam Pitroda Racist Remark
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe