Advertisment

'୮୦ରୁ ୮୦ ସିଟ୍ ଜିତିଲେ ବି ଇଭିଏମ୍‌ ଉପରେ ଭରସା ନାହିଁ'

ସେ ବିଭିନ୍ନ ପ୍ରସଙ୍ଗ ଉଠାଇ ଏକ ଭିନ୍ନ ଢ଼ଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

Akhilesh Yadav

Akhilesh Yadav

Advertisment

'ଇଭିଏମ୍‌ ଉପରେ ଭରସା ନାହିଁ। କାଲି ନଥିଲା କି ଆଜି ବି ନାହିଁ। ୮୦ରୁ ୮୦ ସିଟ୍‌ ଜିତି ଗଲେ ବି ଇଭିଏମ୍‌ ଉପରେ ଭରସା ହେବ ନାହିଁ।' ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ ତଥା ଇଭିଏମ୍‌କୁ ନେଇ ଆଜି ସାଂସଦରେ ଏଭଳି କିଛି କହିଛନ୍ତି ସମାଜବାନୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ।

Advertisment

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଜାରି ରହିଛି। ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖି ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାପରେ ସେ ବିଭିନ୍ନ ପ୍ରସଙ୍ଗ ଉଠାଇ ଏକ ଭିନ୍ନ ଢ଼ଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଲୋକେ କହୁଛନ୍ତି ଏ ସରକାର ଚାଲିବନି ବରଂ ଭାଙ୍ଗିଯିବ। ସମ୍ବିଧାନ ହିଁ ସଞ୍ଜିବନୀ ଏବଂ ଏହି ନିର୍ବାଚନରେ ସମ୍ବିଧାନର ରକ୍ଷକଙ୍କର ବିଜୟ ହୋଇଛି। ଏ ଦେଶ କାହାର ବ୍ୟକ୍ତିଗତ ଆଂକାକ୍ଷାରେ ନୁହେଁ ବରଂ ଜନ ଆକାଂକ୍ଷାରେ ଚାଲିବ ବୋଲି ସେ କହିଛନ୍ତି।

କେବଳ ଏତିକି ନୁହେଁ ଇଭିଏମକୁ ନେଇ ସଂସଦରେ ବଡ ବୟାନ ରଖିଛନ୍ତି ଅଖିଳେଶ ଯାଦବ। ସେ କହିଛନ୍ତି, ଯେତେବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ସେତେବେଳେ ନିର୍ବାଚନ ଆୟୋଗ କିଛି ଲୋକଙ୍କୁ ବହୁତ ସହଯୋଗ କଲେ। ନିର୍ବାଚନ କମିଶନ ଭଳି ସଂସ୍ଥା ନିରପେକ୍ଷ ହେଲେ ହିଁ ଭାରତର ଗଣତନ୍ତ୍ର ମଜବୁତ ହେବ।

Advertisment

ଏପରିକି ଆଜି ବି ଇଭିଏମ ଉପରେ ମୋର ଭରସା ନାହିଁ। ଉତ୍ତରପ୍ରଦେଶର ୮୦ରୁ ୮୦ ଆସନ ଜିତିଗଲେ ମଧ୍ୟ ଇଭିଏମ ଉପରେ ଭରସା ଆସିବନି। ଆମେ ନିର୍ବାଚନରେ କହିଥିଲୁ ଇଭିଏମରେ ଜିତିବୁ ଏବଂ ଇଭିଏମକୁ ହଟାଇବୁ। ଇଭିଏମ ସମ୍ପୂର୍ଣ୍ଣ ନ ହଟିବା ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରହିବ। ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଇଭିଏମ ହଟାଇ ଦେବେ ବୋଲି ଅଖିଳେଶ କହିଛନ୍ତି।

ସେହିପରି ଅଯୋଧ୍ୟା କଥା ଉଠାଇ କବିତା ଜରିଆରେ ବିଜେପିର କଟା ଘା'ରେ ଲୁଣ ଦେବାକୁ ଚେଷ୍ଠା କରିଛନ୍ତି ସପା ମୁଖ୍ୟ। ସେ ନିଆରା ଢ଼ଙ୍ଗରେ ବିଜେପିକୁ କରିଛନ୍ତି ଟାର୍ଗେଟ୍‌। ସେ କହିଛନ୍ତି, ହେଓ ଓ୍ୱହି ଯୋ ରାମ ରୁଚି ରଖା। ଅର୍ଥାତ ଯାହା ରାମ ଚାହୁଁଥିଲେ ତାହା ହେଲା। ଅଯୋଧ୍ୟାରେ ବିଜେପିର ପରାଜୟକୁ ଇଙ୍ଗିତ କରି ଅଖିଳେଶ ଏଭଳି କହିଛନ୍ତି।

ସେହିପରି ଅଗ୍ନିବୀର ଯୋଜନାକୁ ନେଇ ସରକାରଙ୍କୁ ଘେରିଛନ୍ତି ଅଖିଳେଶ ଯାଦବ। ସଂସଦରେ ଅଖିଳେଶ କହିଛନ୍ତି, ମୁଁ ନିଜେ ସୈନିକ ସ୍କୁଲରେ ପାଠ ପଢିଛି। ଅଗ୍ନିବୀର ଯୋଜନା ସାହାରାରେ ସୀମାର ସୁରକ୍ଷା କରାଯାଇ ପାରିବନି। ଇଣ୍ଡିଆ ମେଣ୍ଟର ସରକାର ଆସିଲେ, ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ କାମ କରିବ। ଏହି ସରକାର ଯୁବବର୍ଗଙ୍କ ଠାରୁ ଚାକିରି ଛଡାଇ ନେଇଛି। ତେଣୁ ଏ ସରକାରରେ ନା ନିଯୁକ୍ତିର ସୁଯୋଗ ଅଛି ନା ରୋଜଗାରର ବୋଲି ସେ କହିଛନ୍ତି।

Akhilesh Yadav Samajwadi Party Lok Sabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe