Advertisment

ସମ୍ଭଲ ହିଂସାକୁ ନେଇ FIR, ମୁଖ୍ୟ ଅଭିଯୁକ୍ତ ସମାଜବାଦୀ ପାର୍ଟି ସାଂସଦ

ସମ୍ଭଲ ହିଂସାକୁ ନେଇ ରୁଜୁ ହୋଇଥିବା FIRରେ ସମାଜବାଦୀ ପାର୍ଟି ସାଂସଦ ଜିଆଉର ରହମାନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

Sambhal Violence

Sambhal Violence

Advertisment

ମସଜିଦ ସର୍ଭେକୁ ନେଇ ଅଶାନ୍ତ ହୋଇପଡିଛି ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲା। ରବିବାର ଦିନ ଏଠାରେ ହିଂସା ଉଗ୍ର ରୂପ ନେଇଥିଲା। ବ୍ୟାପକ ପୋଡା ଜଳା ସାଙ୍ଗକୁ ପଥର ମାଡ ହୋଇଥିଲା। ଏହି ହିଂସାତ୍ମକ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ହିଂସାକାଣ୍ଡକୁ ନେଇ ସମାଜବାଦୀ ପାର୍ଟି ସାଂସଦ ଜିଆଉର୍‌ ରହମାନ ବିରୋଧରେ ସଂଘାତିକ ଅଭିଯୋଗ ହୋଇଛି।

Advertisment

ପୁଲିସ ରୁଜୁ କରିଥିବା ଏଫଆଇଆର୍‌ରେ ଜିଆଉର ରହମାନଙ୍କୁ ମୁଖ୍ୟ ଅଭିଯୁକ୍ତ ରୂପେ ଦର୍ଶାଯାଇଛି। ସେ ହିଁ ଲୋକଙ୍କୁ ଉସୁକାଇ ହିଂସାକାଣ୍ଡ ଘଟାଇଥିବା କୁହାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ସାମ୍ପ୍ରଦାୟିକ କ୍ଷତି କରିଛନ୍ତି ବୋଲି ପୁଲିସ୍‌ କହିଛି।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଏହି ହିଂସାକାଣ୍ଡକୁ ନେଇ ୬ଟି ଏଫଆଇଆର୍‌ ରୁଜୁ ହୋଇଛି। ସେଥିମଧ୍ୟରୁ ଗୋଟିଏରେ ହିଂସାର କିଛି ଦିନ ପୂର୍ବରୁ ସାଂସଦ ବିନା ଅନୁମତିରେ ମସଜିଦ ଗସ୍ତ କରିଥିଲେ। ସେଠାରେ ନମାଜ ପଢ଼ିବା ପରେ ସେ ଲୋକଙ୍କୁ ଏକାଠି କରି ହେଟ୍‌ସ୍ପିଚ୍‌ ଦେଇଥିବା ଅଭିଯୋଗ ହୋଇଛି।

Advertisment

ତେବେ ଏହି ଅଭିଯୋଗକୁ ଜିଆଉର୍‌ ରହମାନ ଓ ତାଙ୍କ ଦଳ ଖଣ୍ଡନ କରିଛି। ହିଂସା ସମୟରେ ସେ ସହର ବାହାରେ ଥିଲେ। ପୁଲିସ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା କହିଛନ୍ତି ସାଂସଦ। ଏଫଆଇଆର ବିଧାୟକ ଇକବାଲ ମହମୁଦଙ୍କ ପୁଅ ସୁହେଲ ଇକବାଲ ଏବଂ ଭିଡ଼ରେ ଉପସ୍ଥିତ ଥିବା ଅନ୍ୟ ଲୋକଙ୍କୁ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି।

ସମ୍ଭଲରେ ଥିବା ଜାମା ମସଜିଦ ଏକ ହିନ୍ଦୁ ମନ୍ଦିର ସ୍ଥଳରେ ନିର୍ମିତ ହୋଇଥିବା ଦାବିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଇନଗତ ଲଢ଼େଇ ଏବେ ଭିନ୍ନ ମୋଡ଼ ନେଇଛି। ଜଣେ ଆଡଭୋକେଟ କମିସନରଙ୍କ ନେତୃତ୍ୱରେ ରବିବାର ସର୍ଭେ ଟିମ୍ ସର୍ଭେ କରିବାକୁ ଯାଇଥିଲା। ଏତିକି ବେଳେ ମସଜିଦ୍ ନିକଟରେ ଭିଡ଼ ଜମିବାରୁ ଉତ୍ତେଜନା ବଢ଼ିଥିଲା। ପରବର୍ତ୍ତୀ ସମୟରେ ଏହା ଭୀଷଣ ହିଂସାର ରୂପ ନେଇଥିଲା। ପୁଲିସ ଉପରକୁ ଉତ୍ତ୍ୟକ୍ତ ଲୋକେ ଢ଼େଲା ପଥର ମାଡ଼ କରିଥିଲେ। ଏଥିସହ ୧୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

Zia Ur Rahman Warq Sambhal Violence Shahi Jama Masjid Survey Samajwadi Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe