Advertisment

ନିଜକୁ ଗୁଳି କରିଦେଲେ ରାଜନେତା, ପହଞ୍ଚିଲା ପୁଲିସ୍‌

ଚଳିତ ଲୋକସଭା ନିର୍ବାଚନ ସମୟରେ ଦଳ ତାଙ୍କୁ ଜିଲ୍ଲାଧ୍ୟକ୍ଷ ପଦରୁ ହଟାଇ ଦେଇଥିଲା। ଏହାପରେ ସେ ମାନସିକ ଅବସାଦରେ ରହୁଥିଲେ ।

samajwadi-party leader committed suicide

samajwadi-party leader committed suicide

Advertisment

ନିଜକୁ ଗୁଳି କରି ଜୀବନ ହାରିଲେ ରାଜନେତା। ଏପରି ଏକ ଚକିତ କରିବା ପରି ଘଟଣା ଉତ୍ତରପ୍ରଦେଶର ମୁରାଦାବାଦରେ ଘଟିଛି। ଏପରି ଚରମ ନିଷ୍ପତ୍ତି ଗ୍ରହଣ କରିଥିବା ନେତାଜଣକ ହେଉଛନ୍ତି ସମାଜବାଦୀ ପାର୍ଟିର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ଡିପି ଯାଦବ ।

Advertisment

ଚଳିତ ଲୋକସଭା ନିର୍ବାଚନ ସମୟରେ ଦଳ ତାଙ୍କୁ ଜିଲ୍ଲାଧ୍ୟକ୍ଷ ପଦରୁ ହଟାଇ ଦେଇଥିଲା। ଏହାପରେ ସେ ମାନସିକ ଅବସାଦରେ ରହୁଥିଲେ । ଡିପି ଯାଦବ ମଝୋଲା କ୍ଷେତ୍ରରେ ଥିବା ବୁଦ୍ଧ ବିହାର କଲୋନୀରେ ଘର ତିଆରି କରି ରହୁଥିଲେ।

ଆଜି ସକାଳେ ପରିବାର ଲୋକେ ଉପର ମହଲାରେ ଥିବା ବେଳେ ତଳ ମହଲାରେ ଥିବା ଡିପି ଯାଦବ ଏକ ବନ୍ଧୁକରୁ ନିଜ ମୁଣ୍ଡକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଗୁଳି ଶବ୍ଦ ଶୁଣି ପରିବାର ଲୋକେ ତଳକୁ ଆସି ଡିପି ଯାଦବଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଫରେନସିକ ଟିମ୍‌ ସାହାଯ୍ୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। 

ଡିପି ଯାଦବ କୌଣସି ସୁଇସାଇଡାଲ ନୋଟ ଛାଡ଼ି ଯାଇ ନ ଥିବାରୁ ଏପରି ଚରମ ପଦକ୍ଷେପ ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି।

Uttar Pradesh Samajwadi Party Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe