Advertisment

୧୦୧ ଓ୍ୱାରେଣ୍ଟ…ବନ୍ଧା ହେଲେ ୨୬ ବର୍ଷ ଧରି ଫେରାର ଥିବା ବିଧାୟକ

ଉତ୍ତରପ୍ରଦେଶର ମେରଠ ବିଧାନସଭା ଆସନରୁ ସପା ବିଧାୟକ ରଫିକ୍ ଅନସାରୀଙ୍କୁ ବାରବାଙ୍କିର ଜୟତପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ସୋମବାର ଗିରଫ କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
SP MLA Arrested

SP MLA Arrested

୧୦୧ ଓ୍ୱାରେଣ୍ଟ ଜାରି ଓ ୨୬ ବର୍ଷ ଧରି ଫେରାର। ଶେଷରେ ବନ୍ଧା ହେଲେ ବିଧାୟକ। ୨୬ ବର୍ଷ ଧରି ଫେରାର ଥିବା ସାଧାବାଦୀ ପାର୍ଟି ବିଧାୟକଙ୍କୁ ବାନ୍ଧିଲା ପୁଲିସ। ଉତ୍ତରପ୍ରଦେଶର ମେରଠ ବିଧାନସଭା ଆସନରୁ ସପା ବିଧାୟକ ରଫିକ୍ ଅନସାରୀଙ୍କୁ ବାରବାଙ୍କିର ଜୟତପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ସୋମବାର ଗିରଫ କରାଯାଇଛି।

Advertisment

ଆଇନଗତ ଭାବେ ସମାଜବାଦୀ ପାର୍ଟି ବିଧାୟକ ରଫିକ୍ ଅନସାରୀ ୨୬ ବର୍ଷ ଧରି ଫେରାର ଥିଲେ। ତାଙ୍କ ବିରୋଧରେ ୧୦୧ ଥର ୱାରେଣ୍ଟ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ତାଙ୍କର ଗିରଫଦାରୀ ହୋଇ ପାରିନଥିଲା। ଏହାକୁ ନେଇ ଆହ୍ଳାବାଦ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ବିଧାୟକଙ୍କୁ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହା ପରେ ବିଧାୟକ ଅଣ୍ଡରଗ୍ରାଉଣ୍ଡକୁ ଯାଇଥିଲେ। ଗିରଫଦାରୀକୁ ଏଡାଇବା ପାଇଁ ସେ ହାଇକୋର୍ଟଙ୍କ ନିକଟକୁ ଯିବାକୁ ମଧ୍ୟ ଚେଷ୍ଟା କରୁଥିଲେ, କିନ୍ତୁ ଏହାରି ଭିତରେ ମେରଠ ସର୍ଭିଲାନ୍ସ ଏବଂ ବାରବାଙ୍କି ପୁଲିସ ତାଙ୍କୁ ଗିରଫ କରିଛି। ବିଧାୟକଙ୍କୁ ଗିରଫ କରିବା ପରେ ପୁଲିସ ସୋମବାର ରାତି ପ୍ରାୟ ୯ଟାରେ ବାରବାଙ୍କିରୁ ମେରଟ ଆଣି ତାଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟ ବିଧାୟକ ଅନସାରୀଙ୍କ ଜାମିନ ଆବେଦନ ଖାରଜ କରିବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ବିଧାୟକଙ୍କ ନାମରେ ପ୍ରଥମ ୱାରେଣ୍ଟ ୧୯୯୭ରେ ଜାରି କରାଯାଇଥିଲା।

Advertisment

ସୂଚନା ମୁତାବକ, ୧୨ ଡିସେମ୍ବର ୧୯୯୫ରେ ବିଧାୟକ ରଫିକ୍ ଅନ୍‌ସାରୀଙ୍କ ସମେତ ୪୦ ଲୋକଙ୍କ ବିରୋଧରେ ମେରଠ ଥାନରେ ହିଂସା, ଭଙ୍ଗାରୁଜା ଓ ପୋଡାଜଳା କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ୨୪ ଅକ୍ଟୋବର ୧୯୯୫ରେ ଏହି ମାମଲାରେ ପୁଲିସ ୨୨ ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା।

ସେହିପରି ରଫିକ୍ ଅନସାରୀଙ୍କ ବିରୋଧରେ ୨୬ ଜୁନ୍‌ ୧୯୯୬ରେ ଚାର୍ଜଶିଟ୍‌ ଦାଖଲ ହୋଇଥିଲା। ଏହାପରେ କୋର୍ଟ ୧୮ ଡିସେମ୍ବର ୧୯୯୭ରେ ଅନସାରୀଙ୍କ ବିରୋଧରେ ଜାମିନ ଯୁକ୍ତ ଓ୍ୱାରେଣ୍ଟ ଜାରି କରିଥିଲେ। କିନ୍ତୁ ସେ କୋର୍ଟରେ ହାଜର ହୋଇନଥିଲେ। ଏହାପରେ ବାରମ୍ବାର ତଥା ୧୦୧ ଥର ଓ୍ୱାରେଣ୍ଟ ଜାରି ହେବା ପରେ ମଧ୍ୟ ସେ ଫେରାର ଥିଲେ।

Uttar Pradesh Samajwadi Party MLA Arrested Barabanki