Advertisment

ଅବଦୁଲ୍ଲା ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ

ସୋମବାର ମୋରଦାବାଦର ଗୋଟିଏ କୋର୍ଟ ୨୦୦୮ ମସିହା ଘଟଣାରେ ଅବଦୁଲ୍ଲା ଓ ତାଙ୍କ ବାପା ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ।

author-image
Hemant Lenka
Abdullah Azam Khan

Abdullah Azam Khan

ସମାଜବାଦୀ ପାର୍ଟିର ନେତା ତଥା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି। ୧୫ ବର୍ଷ ତଳର ଗୋଟିଏ ଘଟଣାରେ ଅବଦୁଲ୍ଲା ଗତକାଲି ଦୋଷୀ ସାବ୍ୟସ୍ତ ହେବା ସହ ଜେଲଦଣ୍ଡ ପାଇଥିଲେ। ଏହି ଦଣ୍ତାଦେଶ ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ସୁଆର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଅବଦୁଲ୍ଲାଙ୍କ ସଦସ୍ୟତା ପଦ ଦ୍ୱିତୀୟ ଥର ପାଇଁ ରଦ୍ଦ କରାଯାଇଛି। ଏହା ଅଖିଲେଶ ଯାଦବଙ୍କ ପାର୍ଟି ସପା ପାଇଁ ଜୋରଦାର ଝଟକା ସଦୃଶ ହୋଇଛି।

Advertisment

ସୋମବାର ମୋରଦାବାଦର ଗୋଟିଏ କୋର୍ଟ ୨୦୦୮ ମସିହା ଘଟଣାରେ ଅବଦୁଲ୍ଲା ଓ ତାଙ୍କ ବାପା ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ। ୨୦୦୮ ମସିହାରେ ବାପା-ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏଥିସହ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ୨୦୦୮ ମସିହା ଜାନୁଆରୀ ୨୯ରେ ଏହି ଘଟଣା ଘଟିଥିଲା।

ଆଜାମ ଖାନ କାର୍‌ରେ ଯାଉଥିବା ବେଳେ ପୁଲିସ୍‌ ନିୟମିତ ଚେକିଂ ପାଇଁ ଏହାକୁ ଅଟକାଇଥିଲା। ବାସ୍‌ ଏହାକୁ ବିରୋଧ କରି ଆଜମ ଖାନ, ଅବଦୁଲ୍ଲା ଓ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏତିକି ବେଳେ ବାପା-ପୁଅ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏଥିପାଇଁ ଉଭୟଙ୍କୁ ୨ ବର୍ଷ ଜେଲ ଦଣ୍ଡ ମିଳିଥିଲା। ଅବଶ୍ୟ ପରେ ଏମାନେ ଜାମିନରେ ମୁକୁଳିଥିଲେ।

Advertisment

ହେଲେ ଏବେ ନିୟମ ଅନୁସାରେ ଅବଦୁଲ୍ଲାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି। ପ୍ରଥମଥର ପାଇଁ ଅବଦୁଲ୍ଲାଙ୍କ ସଦସ୍ୟତା ପଦ ରଦ୍ଦ ହୋଇନି। ୨୦୨୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୯ ଡିସେମ୍ବର ୧୬ରୁ ତାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଥିଲା। ସେ ୨୦୧୭ରେ ସୁଆର ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ତାଙ୍କୁ ୨୫ ବର୍ଷ ହୋଇ ନଥିଲା। ତେଣୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ତେବେ ସେ ୨୦୨୨ରେ ପୁଣି ସୁଆର ଆସନରୁ ପ୍ରାର୍ଥୀ ହେବା ସହ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଗତବର୍ଷ ଅକ୍ଟୋବର ମାସରେ ଅବଦୁଲ୍ଲାଙ୍କ ବାପା ଆଜମ ଖାନ ହେଟସ୍ପିଚ ମାମଲାରେ ୩ ବର୍ଷ ଜେଲଦଣ୍ଡ ପାଇବା ପରେ ତାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରାଯାଇଥିଲା। ଏହାପରେ ରାମପୁର ସଦରରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିର ଆକାଶ ସକ୍ସେନା ଜିତିଥିଲେ।

Uttar Pradesh Police