Advertisment

ବର୍ଷିଲେ ନାଗା ଚୈତନ୍ୟ ଓ ସାମନ୍ଥା, କହିଲେ - ଆମ ବିଚ୍ଛେଦର ରାଜନୀତିକରଣ କରନି

କୋଣ୍ଡା ସୁରେଖାଙ୍କ ନାଁ ଉଲ୍ଲେଖ କରି ସେ ଲେଖିଛନ୍ତି ଏହି ଯାତ୍ରା ମୋତେ ଆଣି କେଉଁଠି ଛିଡ଼ା କରିଛି, ଆପଣ ଦୟା କରି ତାହା ଆକଳନ କରନ୍ତୁ ନାହିଁ।

ଅଦ୍ୟତନ ହୋଇଛି
samantha-ruth-prabhu-naga-chaitanya & minister-konda-surekha

samantha-ruth-prabhu-naga-chaitanya & minister-konda-surekha

Advertisment

ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହ ବିଚ୍ଛେଦକୁ ନେଇ ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବୟାନ ପରେ ତେଜିବାରେ ଲାଗିଛି ବିବାଦ । ଗତକାଲି ନାଗାର୍ଜୁନ ଏହି ବୟାନକୁ ତୀବ୍ର ନିନ୍ଦା କରିଥିବା ବେଳେ ଏବେ ଉଭୟ ନାଗା ଚୈତନ୍ୟ ଓ ତାଙ୍କ ପୂର୍ବ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥା ରୁଥ୍ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ଉଭୟ ସୋଶାଲ ମିଡିଆରେ ଲମ୍ବା ପୋଷ୍ଟ କରି ଏପରି ବୟାନ ଅପ୍ରାସଙ୍ଗିକ ଓ ଭିତ୍ତିହୀନ ବୋଲି କହିଛନ୍ତି। ଏଥିସହ ଏହି ବିଚ୍ଛେଦ ମାମଲାର ରାଜନୀତିକରଣ ନ କରିବା ନିମନ୍ତେ ବି ଉଭୟ କହିଛନ୍ତି ।

Advertisment

ସାମନ୍ଥା ନିଜ ଇନଷ୍ଟାରେ ଏହି ମାମଲା ଉପରେ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଜଣେ ମହିଳା ହୋଇ ବାହାରକୁ ଗୋଡ଼ କାଢ଼ି ଆସିବା କାମ କରିବା, ଏକ ଗ୍ଲାମରସ୍‌ ଇଣ୍ଡଷ୍ଟ୍ରୀରେ ତିଷ୍ଠି ରହିବା ଚ୍ୟାଲେଞ୍ଜଠୁ କିଛି କମ୍‌ ନୁହେଁ। ଏହା ମଧ୍ୟରେ କାହା ପ୍ରେମରେ ପଡ଼ିବା, ପୁଣି ସେହି ପ୍ରେମରୁ ବାହାରକୁ ଆସି ନିଜ ପ୍ରଫେସନାଲ କ୍ୟାରିଅରରେ ଆଗକୁ ବଢ଼ିବା ପାଇଁ ବହୁ ସାହସ ଦରକାର।

କୋଣ୍ଡା ସୁରେଖାଙ୍କ ନାଁ ଉଲ୍ଲେଖ କରି ସେ ଲେଖିଛନ୍ତି ଏହି ଯାତ୍ରା ମୋତେ ଆଣି କେଉଁଠି ଛିଡ଼ା କରିଛି, ଆପଣ ଦୟା କରି ତାହା ଆକଳନ କରନ୍ତୁ ନାହିଁ। ଜଣେ ମନ୍ତ୍ରୀ ହିସାବରେ ଆପଣଙ୍କର ପ୍ରତିଟି ଶବ୍ଦ ଖୁବ୍‌ ଗୁରୁତ୍ୱ ବହନ କରେ । ତେଣୁ ଆପଣ ଦାୟିତ୍ୱବାନ ହୁଅନ୍ତୁ ଓ ଅନ୍ୟର ବ୍ୟକ୍ତିଗତ ଜୀବନର ସମ୍ମାନ କରନ୍ତୁ।

Advertisment

ମୋ’ର ବିବାହ ବିଚ୍ଛେଦ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ଓ ଆପଣ ଏହା ଉପରେ କୌଣସି ଟିପ୍ପଣୀ କରନ୍ତୁ ନାହିଁ । ମୋର ବିଚ୍ଛେଦ ଉଭୟ ପକ୍ଷଙ୍କ ଆପୋଷ ବୁଝାମଣାରେ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ହୋଇଛି। ଏଥିରେ କୌଣସି ରାଜନୈତିକ ଷଡଯନ୍ତ୍ର ସାମିଲ ନାହିଁ। ତେଣୁ ଆପଣ ମୋ’ ନାଁ ରାଜନୈତିକ ଲଢ଼େଇରୁ ଦୂରେଇ ରଖନ୍ତୁ। କାରଣ ଏସବୁଠୁ ମୁଁ ବହୁତ ଦୂରରେ ବୋଲି ଉଲ୍ଲେଖ କରିଛନ୍ତି ସାମନ୍ଥା ।

ଅପରପକ୍ଷେ, ନାଗା ଚୈତନ୍ୟ ବି ଏହି ମାମଲାରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏନେଇ ସେ ସୋଶାଲ ମିଡିଆରେ ଲେଖିଛନ୍ତି, ବିଚ୍ଛେଦ ନିଷ୍ପତ୍ତି ଯେକୌଣସି ବ୍ୟକ୍ତି ଜୀବନର ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ ଓ କଷ୍ଟଦାୟକ ନିଷ୍ଣତି। ବହୁ ଭାବି ଚିନ୍ତି ମୁଁ ଓ ମୋ’ ପୂର୍ବ ପତ୍ନୀ ଏହି ନିଷ୍ପତ୍ତି ନେଇଥିଲୁ। ଆମ ଦୁହିଁଙ୍କ ଜୀବନର ଭିନ୍ନ ଭିନ୍ନ ଲକ୍ଷ୍ୟ ହେତୁ ଦୁଇ ପରିପକ୍ୱ ବ୍ୟକ୍ତି ଭାବେ ଆମେ ନିଜ ନିଜ ଜୀବନରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଥିଲୁ। ଏହି ମାମଲାରେ ଏ ପର୍ଯ୍ୟନ୍ତ ବହୁ ହାସ୍ୟାସ୍ପଦ ଓ ଭିତ୍ତିହୀନ ଟିପ୍ପଣୀ ସାମନାକୁ ଆସି ସାରିଛି।

ନିଜ ପରିବାର ତଥା ପୂର୍ବ ପତ୍ନୀଙ୍କ ପ୍ରତି ମନରେ ଖୁବ୍‌ ସମ୍ମାନ ଥିବାରୁ ମୁଁ ଏହି ମାମଲାରେ ଏଯାବତ ଚୁପ୍‌ ରହିଛି। ମାତ୍ର ଏବେ ମନ୍ତ୍ରୀ କୋଣ୍ଡା ସୁରେଖା ଦେଇଥିବା ମନ୍ତବ୍ୟ ମିଛ ସହ ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ ଅଟେ। ମହିଳାଙ୍କୁ ସମ୍ମାନ ଓ ସମର୍ଥନ ମିଳିବା ଆବଶ୍ୟକ । କିନ୍ତୁ ମିଡିଆରେ ହାଇଲାଇଟ୍‌ ହେବା ନିମନ୍ତେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ମନ୍ତବ୍ୟ ରଖିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ନାଗା ଚୈତନ୍ୟ ।

ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ବିଆରଏସ୍ ନେତା ଦେଇଥିବା ଭାଷଣକୁ ନେଇ ଆରମ୍ଭ ହୋଇଛି ବୟାନବାଜି। ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହ ବିଚ୍ଛେଦ ପଛରେ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ଭାରତ ରାଷ୍ଟ୍ର ସମିତି (BRS) ନେତା କେଟି ରାମା ରାଓଙ୍କ ହାତ ଥିବା ଗତକାଲି ସେ କହିଥିଲେ।

 କୋଣ୍ଡା ସୁରେଖା କରିଥିବା ଦାବିକୁ  ଖଣ୍ଡନ କରି ସାରିଛନ୍ତି ନାଗାଙ୍କ ବାପା ନାଗାର୍ଜୁନ। ସେ କହିଛନ୍ତି, ମୁଁ ସମ୍ମାନନୀୟ ମନ୍ତ୍ରୀ ଶ୍ରୀମତୀ କୋଣ୍ଡା ସୁରେଖାଙ୍କ ମନ୍ତବ୍ୟକୁ ଦୃଢ଼ ଭାବେ ନିନ୍ଦା କରୁଛି। ବିରୋଧୀମାନଙ୍କୁ ସମାଲୋଚନା କରିବାକୁ ରାଜନୀତିଠାରୁ ଦୂରେଇ ରହୁଥିବା ଫିଲ୍ମ ଷ୍ଟାରମାନଙ୍କ ଜୀବନକୁ ବ୍ୟବହାର କରନ୍ତୁ ନାହିଁ। ଦୟାକରି ଅନ୍ୟ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ।

ସେ ଆହୁରି କହିଛନ୍ତି, ଆପଣ ଜଣେ ମହିଳା ହୋଇ ଓ ଏକ ଦାୟିତ୍ୱବାନ ପଦବୀରେ ଥାଇ ସୁଦ୍ଧା ଆମ ପରିବାର ବିରୋଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ଓ ଅଭିଯୋଗ କରିଛନ୍ତି, ତାହା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ଓ ମିଛ। ମୁଁ ଅନୁରୋଧ କରୁଛି, ଆପଣ ତୁରନ୍ତ ଆପଣଙ୍କ ମନ୍ତବ୍ୟ ପ୍ରତ୍ୟାହାର କରି ନିଅନ୍ତୁ।

ଏହି ଘଟଣା ନେଇ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ଭାରତ ରାଷ୍ଟ୍ର ସମିତି (BRS) ନେତା କେଟି ରାମା ରାଓ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Samantha Ruth Prabhu Naga Chaitanya Engaged
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe