Advertisment

ଜାମା ମସଜିଦ ସର୍ଭେ ବିବାଦ; ଡିସେମ୍ବର ୧୦ ଯାଏ ସମ୍ଭଲକୁ ପ୍ରବେଶ ବାରଣ

ହିନ୍ଦୁ ମନ୍ଦିର ଭଙ୍ଗାଯାଇ ଶାହି ଜାମା ମସଜିଦ ନିର୍ମାଣ ହୋଇଥିବା ଦାବିକୁ ନେଇ ସମ୍ଭଲରେ ସୃଷ୍ଟି ହୋଇଛି ବିବାଦ।

author-image
Debibandita Barick
Police

Police

ସମାଜବାଦୀ ପାର୍ଟି ନେତାଙ୍କ ଗସ୍ତ ସମୟରେ ଉତ୍ତରପ୍ରଦେଶ ସମ୍ଭଲରେ ପ୍ରବେଶ ବାରଣ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଆଜିଠାରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ବାହାର ଲୋକଙ୍କ ପ୍ରବେଶକୁ ନିଷିଦ୍ଧ କରିଛନ୍ତି। 

Advertisment

ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିବୃତ୍ତିରେ କୁହାଯାଇଛି ଯେ କୌଣସି ବାହାର ଲୋକ, ସାମାଜିକ ସଂଗଠନ କିମ୍ବା କୌଣସି ଜନ ପ୍ରତିନିଧୀ ଡିସେମ୍ବର ୧୦ ପର୍ଯ୍ୟନ୍ତ ଦକ୍ଷ ଅଧିକାରୀଙ୍କ ଅନୁମତି ନ ନେଇ ଜିଲ୍ଲାର ସୀମାରେ ପ୍ରବେଶ କରିପାରିବେ ନାହିଁ।

ସୂଚନା ଅନୁସାରେ, ଗତକାଲି ସମାଜବାଦୀ ପାର୍ଟି (SP)ର ୧୫ ଜଣିଆ ପ୍ରତିନିଧି ଦଳ ସମ୍ଭଲ ଯାଇ ଶାହି ଜାମା ମସଜିଦ କମ୍ପ୍ଲେକ୍ସରେ ସର୍ଭେକୁ ନେଇ ହୋଇଥିବା ହିଂସା ବାବଦରେ ପଚାରି ବୁଝିଥିଲେ। ଏହା ପରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପ୍ରବେଶ ନିଷିଦ୍ଧ କରାଯାଇଛି।

Advertisment

ପ୍ରକାଶ ଥାଉକି, ଶାହି ଜାମା ମସଜିଦ କମ୍ପ୍ଲେକ୍ସରେ ସର୍ଭେକୁ ନେଇ ବିବାଦ ସୃଷ୍ଟି ହୋଇଛି। ମସଜିଦ ହିନ୍ଦୁ ମନ୍ଦିରକୁ ଭଙ୍ଗାଯାଇ ନିର୍ମାଣ ହୋଇଥିବା ଦାବି ଉଠିବା ପରେ ଟ୍ରାଏଲ କୋର୍ଟ ଏକ ଆବେଦନ କ୍ରମେ ସର୍ଭେ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଏପରି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ଯେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି।

ମସଜିଦ କମିଟର ଆବେଦନ କ୍ରମେ ଗତକାଲି ସୁପ୍ରିମକୋର୍ଟ ଏ ଉପରେ ଏକ ଶୁଣାଣି କରି ସର୍ଭେକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମସଜିଦ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ତ ନ ହେବା ପର୍ଯ୍ୟନ୍ତ ଟ୍ରାଏଲ କୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

Sambhal Communal Violence Sambhal Mosque Survey Jama Masjid Uttar Pradesh