Advertisment

ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ ଜାମା ମସଜିଦ ସର୍ଭେକୁ ନେଇ ପାଞ୍ଚ ଜଣକ ମୃତ୍ୟୁ ପରେ ଟ୍ରାଏଲ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ।

Masjid

Masjid

Advertisment

ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ଶାହି ଇଦଗାହ ମସଜିଦରେ ସର୍ଭେକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ତ ନ ହେବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସମ୍ଭଲରେ ଜାମା ମସଜିଦ ନିର୍ମାଣକୁ ନେଇ ସୃଷ୍ଟି ହୋଇଛି ବିବାଦ। ମୋଗଲ ଶାସକ ବାବରଙ୍କ ସମୟରେ 1526 ମସିହାରେ ଏଠାରେ ହିନ୍ଦୁ ମନ୍ଦିର ଉଚ୍ଛେଦ କରାଯାଇ ଜାମା ମସଜିଦ ନିର୍ମାଣ କରାଯାଇଥିବା ଅଭିଯୋଗ କରିଛନ୍ତି ହିନ୍ଦୁ ପକ୍ଷ। ଏହାକୁ ନେଇ ହିନ୍ଦୁ ପକ୍ଷ ଟ୍ରାଏଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ମସଜିଦ ଉଚ୍ଛେଦ କରିବାକୁ ଦାବି କରିଥିଲେ। ଏହି ଆବେଦନର ଶୁଣାଣି କରି ଟ୍ରାଏଲ କୋର୍ଟ ପ୍ରତ୍ନତାତ୍ତ୍ୱିକ ସର୍ଭେ କମିଟିକୁ ସର୍ଭେ (ASI) ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ କ୍ରମେ ASI ନଭେମ୍ବର 24ରେ ସର୍ଭେ ଆରମ୍ଭ କରିଥିଲା। ଏହି ସମୟରେ ଜାମା ମସଜିଦ ନିକଟରେ ଶହ ଶହ ଲୋକେ ଉପସ୍ଥିତ ହୋଇ ସର୍ଭେକୁ ବିରୋଧ କରିଥିଲେ। ଏପରିକି ସର୍ଭେ ଟିମ୍ ଉପରକୁ ପଥର ମାଡ଼ କରିବା ପରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା 5 ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଏବେବି ସେଠାରେ ସ୍ଥିତି ଅଶାନ୍ତ ରହିଛି। ଏହାକୁ ନେଇ ମସଜିଦ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 

Advertisment

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ପି.ଭି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ସର୍ଭେ ସ୍ଥଗିତ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। 

ଏଥିସହ ସର୍ଭେ କମିଟିକୁ ରିପୋର୍ଟ ସିଲ୍ କଭରରେ ରଖିବାକୁ କହିଛନ୍ତି। ସର୍ଭେ ରିପୋର୍ଟ ସିଲ୍ ଯେପରି ଖୋଲେ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି, "ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ପଡିବ। ଆମେ କିଛି ଚାହୁଁ ନାହୁଁ... ଆମକୁ ସମ୍ପୂର୍ଣ୍ଣ ନିରପେକ୍ଷ ହେବାକୁ ପଡିବ ଏବଂ ଯେପରି କୌଣସି ଭୁଲ୍ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ।"

ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଜାନୁୟାରୀ 6ରେ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

Supreme Court UP Mosque Survey Sambhal Mosque Sambhal Mosque Survey Jama Masjid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe