Advertisment

ଭୁଶୁଡ଼ିଲା କୋଲ୍ଡ ଷ୍ଟୋରେଜ୍ ଛାତ, ଫସିଛନ୍ତି ୨୦ରୁ ୨୫ ଶ୍ରମିକ

ଉଦ୍ଧାର କାମରେ ୮ଟି ଜେସିବି ନିୟୋଜିତ ଅଛି।

author-image
Madhupriya Mistry
Cold Store roof collapse

Cold Store roof collapse

ଦେଖୁ ଦେଖୁ ହଠାତ୍ ଭୁଶୁଡ଼ି ପଡ଼ିଲା କୋଲ୍ଡ ଷ୍ଟୋରେଜ ଛାତ। ମାଟି ତଳେ ଦବି ଗଲେ ୨୦ରୁ ୨୫ ଜଣ ଶ୍ରମିକ। ଏଭଳି କିଛି ଘଟଣା ଘଟିଛି ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ।  

Advertisment

ସମ୍ଭଲ ଜିଲ୍‌ଲାର ଚଦୌସି ସ୍ଥିତ ଇସ୍‌ଲାମ ନଗର ରୋଡ୍‌ରେ ଥିବା ଏକ ଆଳୁ ଭର୍ତ୍ତି କୋଲ୍ଡ ଷ୍ଟୋରେଜ୍‌ର ଛାତ ହଠାତ୍ ଭୁଶୁଡ଼ି ପଡିଛି। ଫଳରେ ଏଠାରେ କାମ କରୁଥିବା ୨୦ରୁ ୨୫ ଜଣ ଶ୍ରମିକ ଭଗ୍ନାବଶେେ ତଳେ ଦବି ରହିଥିବା ଆଶଙ୍କା କରାଯାଇଉଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଖବର ମିଳିବା ମାତ୍ରେ ପୁଲିସ ପ୍ରଶାସନ ତୁରନ୍ତ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଛି। ଉଦ୍ଧାର କାମରେ ୮ଟି ଜେସିବି ନିୟୋଜିତ ଅଛି। ଏଥିସହ ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ, ଆମ୍ବୁଲାନ୍ସ ଓ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

Advertisment

ସୂଚନା ମୁତାବକ, ଇସଲାମ ନାଗର ରୋଡରେ ଥିବା ଏ ଆର୍ କୋଲ୍ଡ ଷ୍ଟୋରରେ ର‌୍ୟାକ୍ ତିଆରି କରି ଆଳୁ ଭର୍ତ୍ତି ଚାଲିଥିଲା। ତେବେ ଓଭରଲୋଡ୍ ଯୋଗୁଁ ର‌୍ୟାକ୍‌ଟି ଖସିଯାଇଥିଲା। ଏଥିସହ ଶୀତଳ ଭଣ୍ଡାରର ଛାତ ମଧ୍ୟ ଭୁଶୁଡ଼ି ପଡିଥିବା କୁହାଯାଉଛି। 

ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନ ସୃଷ୍ଟି ହୋଇଥିଲା। କୋଲ୍ଡ ଷ୍ଟୋରେଜ୍‌ର କ୍ୟାବିନ ଭିତରେ ଲୋକେ ପଶି ଭଙ୍ଗାରୁଜା କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲା। 

Building Collapse Cold Store Uttar Pradesh