Advertisment

ବିଜେପି ଟିକେଟ ପାଇଥିବା ସନ୍ଦେଶଖାଲି ପୀଡ଼ିତାଙ୍କୁ ମିଳିଲା X କାଟାଗୋରି ସୁରକ୍ଷା

ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ଉପରେ ବିପଦ ଥିବା ବେଳେ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

author-image
Niharika Rout
Rekha Patra

Rekha Patra

ପଶ୍ଚିମବଙ୍ଗର ବସିରହାଟରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେପି ଟିକେଟ ପାଇଥିବା ସନ୍ଦେଶଖାଲି ପୀଡ଼ିତା ରେଖା ପାତ୍ରଙ୍କୁ ମିଳିଲା X କାଟାଗୋରି ସୁରକ୍ଷା। ରେଖାଙ୍କ ସମେତ ପଶ୍ଚିମବଙ୍ଗର ୬ ବିଜେପି ପ୍ରାର୍ଥୀଙ୍କୁ X ଓ Y କାଟାଗୋରି ସୁରକ୍ଷା ପ୍ରଦାନ କରାଯାଇଛି।

Advertisment

ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ଉପରେ ବିପଦ ଥିବା ବେଳେ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ସମସ୍ତ ୬ ବିଜେପି ପ୍ରାର୍ଥୀଙ୍କ ସୁରକ୍ଷାରେ CISF ଯବାନ ମୁତୟନ ହେବେ।

ସନ୍ଦେଶଖାଲିରେ ଗୁଣ୍ଡାଗର୍ଦ୍ଦି କରିବା ସହ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଟିଏମସି ନେତା ଶେଖ ଶାହାଜାହାଁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ସେ ମହିଳାମାନଙ୍କ ଜମି ମଧ୍ୟ ବଳ ପୂର୍ବକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା।

Advertisment

ଶେଖ ଶାହଜାହାଁଙ୍କ ଗୁଣ୍ଡାଗର୍ଦ୍ଦିର ସମ୍ମୁଖୀନ ହୋଇଥିବା ଅନେକ ମହିଳାଙ୍କ ମଧ୍ୟରୁ ଜଣେ ହେଲେ ରେଖା ପାତ୍ର। ଶାହାଜାହାଁଙ୍କ ଗିରଫଦାରୀ ଦାବିରେ ହୋଇଥିବା ବିକ୍ଷୋଭରେ ରେଖା ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ରେଖାଙ୍କ ନେତୃତ୍ୱରେ ହୋଇଥିବା ବିକ୍ଷୋଭ ଯୋଗୁ ଶାହାଜାହାଁ ଗିରଫ ହେବା ସହ ଜେଲରେ ଅଛନ୍ତି।

ଏବେ ସେହି ରେଖାଙ୍କୁ ବିଜେପି ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ତେଣୁ ରେଖାଙ୍କ ଉପରେ ବିପଦ ଆଶଙ୍କା ଥିବାରୁ ତାଙ୍କୁ X କାଟାଗୋରି ସୁରକ୍ଷା ପ୍ରଦାନ କରାଯାଇଛି।

ଚଳିତ ଲୋକସଭା ନିର୍ବାଚନ ନେଇ ଘୋଷଣା ହେବା ପରଠୁ ଏଯାବତ ପଶ୍ଚିମବଙ୍ଗର ପ୍ରାୟ ଶହେରୁ ଊର୍ଦ୍ଧ୍ୱ ବିଜେପି ନେତାଙ୍କୁ ଗୃହ ମନ୍ତ୍ରାଳୟ ସୁରକ୍ଷା ଯୋଗାଇ ଆସୁଛି। ସେମାନଙ୍କୁ CISF କମାଣ୍ଡୋ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରୁଛନ୍ତି। ଏହି ସମସ୍ତ ନେତାଙ୍କ ଉପରେ ବିପଦ ଆଶଙ୍କା ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିବା ଗୃହ ମନ୍ତ୍ରାଳୟ ସୂଚନା ଦେଇଛି।

Bjp West Bengal Sandeshkhali Case